Gujarat Election 2022: ଯୁଦ୍ଧ ପ୍ରକୋଷ୍ଠରୁ କିପରି ଆକ୍ରମଣ କରେ ବିଜେପି? କେମିତି ବିଫଳ ହୋଇଯାନ୍ତି ବିରୋଧୀ?
Advertisement

Gujarat Election 2022: ଯୁଦ୍ଧ ପ୍ରକୋଷ୍ଠରୁ କିପରି ଆକ୍ରମଣ କରେ ବିଜେପି? କେମିତି ବିଫଳ ହୋଇଯାନ୍ତି ବିରୋଧୀ?

BJP War Room: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ସୋସିଆଲ ମିଡିଆ ଟିମ ଲାଗି ଏକ ଯୁଦ୍ଧ କୋଠରୀ ପ୍ରସ୍ତୁତ କରିଛି ବିଜେପି। ଯେଉଁଠି ପ୍ରାୟ ୧୦୦ ଜଣ ସ୍ୱେଚ୍ଛେସେବୀ କ୍ରମାଗତ ଭାବରେ ବିଜେପି ପାଇଁ ସୋସିଆଲ ମିଡିଆ ଜରିଆରେ ପ୍ରଚାର କରୁଛନ୍ତି। ଏହା ସହିତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେବା ସହ ଟାର୍ଗେଟ କରୁଛନ୍ତି। 

Gujarat Election 2022: ଯୁଦ୍ଧ ପ୍ରକୋଷ୍ଠରୁ କିପରି ଆକ୍ରମଣ କରେ ବିଜେପି? କେମିତି ବିଫଳ ହୋଇଯାନ୍ତି ବିରୋଧୀ?

BJP Election War Room: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ଦିନକୁ ଦିନ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ସାମ୍ନାକୁ ଆସିବାରେ ଲାଗିଛି। ଏହି ପ୍ରସଙ୍ଗ ଉପରେ ସୋସିଆଲ ମିଡିଆ ମାଧ୍ୟମରେ ଉତ୍ତର ଦେବାକୁ ସମସ୍ତ ପକ୍ଷ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ବିଜେପି ଏହାର ସୋସିଆଲ ମିଡିଆ ଟିମ କୁ ବେଶ  ଭଲ ଭାବରେ ବ୍ୟବହାର କରିବା ଜଣାଶୁଣା। ଯଦିଓ ବିଜେପି ସାମାଜିକ ଗଣମାଧମରେ ୩୬୫ ଦିନ ପାଇଁ ସକ୍ରିୟ ରହିଥାଏ, ହେଲେ ନିର୍ବାଚନ ପାଖେଇ ଆସିବା ମାତ୍ରେ ରଣନୀତି ବଦଳାଇ ଦେଇଥାଏ ଦଳ। ସୋସିଆଲ ମିଡିଆ ଟିମ ବ୍ୟତୀତ ନୂତନ ଲୋକଙ୍କୁ ନେଇ ଏକ ଦଳ ପ୍ରସ୍ତୁତ କରିଥାଏ ବିଜେପି।  ଏହି ଦଳରେ ସେହି ରାଜ୍ୟର ଯୁବକ ଏବଂ ଯୁବତୀଙ୍କୁ ଅଗ୍ରାଧିକାର ଦିଆଯାଏ ଯେଉଁଠାରେ ନିର୍ବାଚନ ଅନୁଷ୍ଠିତ ହେଉଛି।

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ସୋସିଆଲ ମିଡିଆ ଟିମ ଲାଗି ଏକ ଯୁଦ୍ଧ କୋଠରୀ ପ୍ରସ୍ତୁତ କରିଛି ବିଜେପି। ଯେଉଁଠି ପ୍ରାୟ ୧୦୦ ଯୁବକ ଯୁବତୀ କ୍ରମାଗତ ଭାବରେ ବିଜେପି ପାଇଁ ସୋସିଆଲ ମିଡିଆ ଜରିଆରେ ପ୍ରଚାର କରୁଛନ୍ତି। ଏହା ସହିତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେବା ସହ ଟାର୍ଗେଟ କରୁଛନ୍ତି। ବିଜେପି ଯୁଦ୍ଧ ପ୍ରକୋଷ୍ଠରେ ବସିଥିବା ଏହି ଲୋକ ସେହି ଭିଡିଓ ଭାଇରାଲ କରି ଦେଇଥାନ୍ତି ଯେଉଁ ବିରୋଧୀଙ୍କ ସାମାନ୍ୟତମ ଭୁଲ ମଧ୍ୟ ରହିଥାଏ। 

ବିଜେପିର ଯୁଦ୍ଧ ପ୍ରକୋଷ୍ଠକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ଯେଉଁଥିରେ କେନ୍ଦ୍ରୀୟ ଗୁଜୁରାଟ, ଦକ୍ଷିଣ ଗୁଜୁରାଟ, ଉତ୍ତର ଗୁଜୁରାଟ ଏବଂ ସୌରାଷ୍ଟ୍ର ଅଞ୍ଚଳ ସାମିଲ ରହିଛି। ଏହି ଭାଗରେ ପଡିଥିବା ଜିଲ୍ଲାର କାର୍ଯ୍ୟ ବିଭିନ୍ନ ଦଳ ଦ୍ୱାରା କରାଯାଇଥାଏ। ଯେଉଁଥିରେ ସେହି ଜିଲ୍ଲାରେ ବିଜେପି ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଷୟରେ କିମ୍ବା ଦଳର ବଡ ନେତାଙ୍କ ରାଲି ଅଥବା ସମାବେଶ ଭଳି କାର୍ଯ୍ୟକ୍ରମକୁ ଛୋଟ କରି ଭିଡ଼ିଓ କ୍ଲିପ କରି ଲୋକଙ୍କ ନିକଟରେ ପହଞ୍ଚା ଯାଇଥାଏ। ଏହା ସହିତ ବିରୋଧୀଙ୍କ ପକ୍ଷରୁ ଉଠାଯାଇଥିବା ପ୍ରଶ୍ନର ଜବାବ ଦିଆଯିବା ସହ ସେମାନଙ୍କୁ ଟାର୍ଗେଟ କରାଯାଇଥାଏ। ଏହି କାର୍ଯ୍ୟକୁ ଅହମ୍ମଦାବାଦସ୍ଥିତ ଦଳର ଯୁଦ୍ଧ ପ୍ରକୋଷ୍ଠରୁ ନିୟନ୍ତ୍ରଣ କରାଯାଉଛି।

ଯୁଦ୍ଧ ପ୍ରକୋଷ୍ଠ ମୁଖ୍ୟ ପଙ୍କଜ ଶୁକ୍ଲା କହିଛନ୍ତି ଯେ ବିଜେପି ପାଖରେ ଏପରି ୧୦ ହଜାର ଉତ୍ସର୍ଗୀକୃତ କର୍ମକର୍ତ୍ତା ଅଛନ୍ତି, ଯେଉଁମାନେ ସୋସିଆଲ ମିଡିଆ ମାଧ୍ୟମରେ ଦଳୀୟ କାର୍ଯ୍ୟକୁ ନିରନ୍ତର ଦେଖିଥାନ୍ତି। ଗୁଜୁରାଟ ଯୁଦ୍ଧ ପ୍ରକୋଷ୍ଠରେ ଉପସ୍ଥିତ ଯୁବକ  ଯୁବତୀ ଏହି ସମସ୍ତ ଉତ୍ସର୍ଗୀକୃତ ବିଜେପି କର୍ମକର୍ତ୍ତାଙ୍କୁ ସମସ୍ତ ଭିଡିଓ ଏବଂ ସୂଚନା ପଠାଉଥାନ୍ତି। ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆ ଦଳରେ କାମ କରିବା ପାଇଁ ବିଜେପି ଦ୍ୱାରା ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଥିଲା। ଯାହାର ସଂଖ୍ୟା ହେଉଛି ପ୍ରାୟ ୫୦ ହଜାର। ଏହି ସ୍ୱେଚ୍ଛେସେବୀଙ୍କୁ ପାଖରେ ସମସ୍ତ ତଥ୍ୟ ଉପଲବ୍ଧ କରାଇବା ହେଉଛି ଯୁଦ୍ଧ ପ୍ରକୋଷ୍ଠର ଦାୟିତ୍ୱ। ସ୍ବେଚ୍ଛାସେବୀଙ୍କ ସହାୟତାରେ ପ୍ରତ୍ୟେକ ଜିଲ୍ଲାର ସାଧାରଣ ଜନତାଙ୍କ ନିକଟରେ ବିଜେପି ଏହାର ବାର୍ତ୍ତା ପହଞ୍ଚାଇବାକୁ ପ୍ରୟାସ ନିରନ୍ତର ଜାରି ରଖିଥାଏ। 

ଯୁଦ୍ଧ ପ୍ରକୋଷ୍ଠରେ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା ଖବର ଉପରେ ନିରନ୍ତର ସତର୍କ ନଜର ରଖା ଯାଇଥାଏ। ଯାହାଫଳରେ ଯଦି କୌଣସି ଖବରରେ ଦଳ ବିରୋଧୀ ପ୍ରସଙ୍ଗ ଥାଏ କିମ୍ବା କୌଣସି ଦଳୀୟ ନେତା ଏଭଳି କଥାବାର୍ତ୍ତା କରିଥାନ୍ତି ତାହେଲେ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରି ଏହାର ଜବାବ ଦିଆଯାଏ। ଏହି କାର୍ଯ୍ୟ ତତ୍କାଳ ସୋସିଆଲ ମିଡି଼ଆ ଟିମ ମାଧ୍ୟମରେ କରାଯାଇଥାଏ। ବର୍ତ୍ତମାନର ସମୟ ହେଉଛି ସୋସିଆଲ ମିଡିଆ ଯୁଗ। ହେଲେ ଅନେକ ଥର ସୋସିଆଲ ମିଡିଆ ଜରିଆରେ ଆସୁଥିବା କଥା ସତ୍ୟ ହୋଇନଥାଏ। ଏହି କାରଣରୁ ସମସ୍ତ ଦଳ ସୋସିଆଲ ମିଡିଆ ମାଧ୍ୟମରେ ବହୁତ ସକ୍ରିୟ ରହିଥାନ୍ତି।  ଯାହା ଦ୍ୱାରା ସଠିକ୍ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚା ଯାଇପାରିବ।