ଗୋଆରେ ଆକ୍ସନ ମୁଡରେ କଂଗ୍ରେସ, ମାଇକେଲ ଲୋବୋ ଓ ଦିଗମ୍ବର କାମତଙ୍କ ଯିବ ବିଧାୟକ ପଦ!
Advertisement

ଗୋଆରେ ଆକ୍ସନ ମୁଡରେ କଂଗ୍ରେସ, ମାଇକେଲ ଲୋବୋ ଓ ଦିଗମ୍ବର କାମତଙ୍କ ଯିବ ବିଧାୟକ ପଦ!

Goa Congress: ଏହି ସମୟରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି ଯେ, ବିଜେପି ତାଙ୍କ ବିଧାୟକ କିଣିବାକୁ ଚେଷ୍ଟା କରୁଛି । ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପିର ପର୍ଯ୍ୟାପ୍ତ ଭୋଟ୍ ନାହିଁ ତେଣୁ ସେ ଏହା କରୁଛି । କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶରେ ବିଜେପି ଏହା କରିସାରିଛି ।

ଗୋଆରେ ଆକ୍ସନ ମୁଡରେ କଂଗ୍ରେସ, ମାଇକେଲ ଲୋବୋ ଓ ଦିଗମ୍ବର କାମତଙ୍କ ଯିବ ବିଧାୟକ ପଦ!

ନୂଆଦିଲ୍ଲୀ: Goa Congress: ଗୋଆ କଂଗ୍ରେସରେ ଦଳବଦଳ ପ୍ରୟାସ ଘଟଣା ସାମ୍ନାକୁ ଆସିବା ପରେ ଦଳର ଆଭିମୁଖ୍ୟ କଠୋର ହୋଇଛି । ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ଦୁଇ ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ଏକ ପିଟିସନ ଦାଖଲ କରିଛି । ଏହି ଦୁଇଜଣ ହେଉଛନ୍ତି ଗୋଆ କଂଗ୍ରେସର ବରିଷ୍ଠ ନେତା ମାଇକେଲ ଲୋବୋ ଓ ଦିଗମ୍ବର କାମତ । ସୂଚନାଯୋଗ୍ୟ ଯେ, ଦଳ ମାଇକେଲ ଲୋବୋଙ୍କୁ ବିରୋଧୀ ଦଳର ନେତା ପଦରୁ ହଟାଇ ସାରିଛି ଓ ଦିଗମ୍ବର କାମତଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହି ସମୟରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି ଯେ, ବିଜେପି ତାଙ୍କ ବିଧାୟକ କିଣିବାକୁ ଚେଷ୍ଟା କରୁଛି । ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପିର ପର୍ଯ୍ୟାପ୍ତ ଭୋଟ୍ ନାହିଁ ତେଣୁ ସେ ଏହା କରୁଛି । କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶରେ ବିଜେପି ଏହା କରିସାରିଛି ।

ଏହା ମଧ୍ୟରେ ଗୋଆ ବିଧାନସଭାରେ ବାଚସ୍ପତି ରମେଶ ତେୱାଡକରଙ୍କ ନିକଟରେ ବିଧାୟକଙ୍କ ଅଯୋଗ୍ୟତା ପାଇଁ ଏକ ଆବେଦନ କରାଯାଇଛି । ରାଜ୍ୟ କଂଗ୍ରେସ କମିଟି ସଭାପତି ଅମିତ ପଟକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମେ ଆମର ଦୁଇ ବରିଷ୍ଠ ନେତାଙ୍କ ବିରୋଧରେ ଅଯୋଗ୍ୟତା ପିଟିସନ ଦାଖଲ କରିବାକୁ ଯାଉଛୁ । ଅମିତ ପଟକର କହିଛନ୍ତି ଯେ, ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ରହିଛି ଯେଉଁଥିରେ କୁହାଯାଇଛି ଯେ ଦଳ ବିରୋଧୀରେ କୌଣସି କାର୍ଯ୍ୟକଳାପରେ ସଦସ୍ୟଙ୍କ ସାମିଲ ହେବା ଉପରେ ସଦସ୍ୟଙ୍କ ସଦସ୍ୟତା ଯାଇପାରେ ।

ଏହା ବି ପଢ଼ନ୍ତୁ:-ଗୋଆ ପରେ ବର୍ତ୍ତମାନ ଏହି ରାଜ୍ୟରେ କଂଗ୍ରେସକୁ ଲାଗିଲା ଜୋରଦାର ଝଟକା! ଦଳ ଛାଡ଼ିଲେ ଏହି ତିନି ବରିଷ୍ଠ ନେତା

ଏହା ବି ପଢ଼ନ୍ତୁ:-ଏହି ଦୁଇ ପୁରୁଣା ବିଜେପି ନେତା ଗୋଆ କଂଗ୍ରେସରେ କରିଦେଲେ ଖେଳ!

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ର ପରେ ଏବେ ଝାରଖଣ୍ଡରୁ କଂଗ୍ରେସକୁ ଲାଗିବ ବଡ଼ ଝଟକା, ହେମନ୍ତ ସୋରେନ ଭାଙ୍ଗିବେ ମେଣ୍ଟ?

ଏଠାରେ କହି ରଖୁଛୁ ଯେ, ଗୋଆରେ କଂଗ୍ରେସର ମୋଟ ୧୧ ଜଣ ବିଧାୟକ ଅଛନ୍ତି । ଏଥିମଧ୍ୟରୁ ମାଇକେଲ ଲୋବୋ, ଦିଗମ୍ବର କାମତ, କେଦାର ନାୟକ, ରାଜେଶ ଫାଲଦେସାଇ ଏବଂ ଦିଲିଆଲା ଲୋବୋଙ୍କ ସହ ଦଳର ଯୋଗାଯୋଗ ହୋଇପାରି ନାହିଁ । ଏହା ପରେ ଦଳରେ ବିଦ୍ରୋହ ହେବାର ଚର୍ଚ୍ଚା ଜୋର ଧରିଛି । କଂଗ୍ରେସର ଗୋଆ ପ୍ରଭାରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ଲୋବୋ ଓ କାମତ ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି । ଏହି ଲୋକମାନେ ବିଜେପି ସହ ମିଶି ଦଳ ଭାଙ୍ଗିବାରେ ସହଯୋଗ କରିବାକୁ ଷଡଯନ୍ତ୍ର କରିଛନ୍ତି । ଏଥି ସହିତ ବିଳମ୍ବିତ ରାତିରେ ସୂଚନା ମଧ୍ୟ ପ୍ରକାଶ ପାଇଥିଲା ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋନିଆ ଗାନ୍ଧୀ ସାଂସଦ ମୁକୁଲ ୱାସନିକଙ୍କୁ ସେଠାକୁ ପଠାଇଛନ୍ତି ।