Odisha Politics: ବିଜେଡିରେ ମିଶିଲେ ପୂର୍ବତନ କୁଚିଣ୍ଡା ବିଧାୟକ ବୃନ୍ଦାବନ ମାଝୀ
Advertisement

Odisha Politics: ବିଜେଡିରେ ମିଶିଲେ ପୂର୍ବତନ କୁଚିଣ୍ଡା ବିଧାୟକ ବୃନ୍ଦାବନ ମାଝୀ

Odisha Politics: ବୃନ୍ଦାବନ ମାଝୀ ପ୍ରତିକ୍ରିୟାରେ କହିଛନ୍ତି ଯେ. ବର୍ତମାନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦ୍ରୁତ ବିକାଶ ଚାଲିଛି । ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଛାଡି ବିଜେଡିରେ ମିଶିଲି । ଆମ ଅଞ୍ଚଳରେ ବହୁତ ଉନ୍ନତି ହୋଇଛି । ଏଥିସହ ଆଗକୁ ଆହୁରି କିଛି ଉନ୍ନତି ହେବାକୁ ବାକି ଅଛି । ସେ ବିକାଶ ଆଗେଇବାକୁ ମୁଁ ମୋର ସମର୍ଥକଙ୍କ ସହ ଦଳରେ ସାମିଲ ହେଲି ।

Odisha Politics: ବିଜେଡିରେ ମିଶିଲେ ପୂର୍ବତନ କୁଚିଣ୍ଡା ବିଧାୟକ ବୃନ୍ଦାବନ ମାଝୀ

Odisha Politics: ପୂର୍ବତନ କୁଚିଣ୍ଡା ବିଧାୟକ ବୃନ୍ଦାବନ ମାଝୀଙ୍କ ଘର ବାହୁଡା଼ ହୋଇଛି । ଆଜି ସେ ବିଜେଡିକୁ ଫେରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।

ପ୍ରତିକ୍ରିୟା ଦେଇ ସସ୍ମିତ କହିଛନ୍ତି ଯେ, ବୃନ୍ଦାବନ ମାଝୀଙ୍କୁ ଆମେ ପୁଣିଥରେ ଦଳକୁ ସ୍ୱାଗତ କରୁଛୁ । ସେ ୧୯୯୦ ମସିହାରେ କୁଚିଣ୍ଡାରୁ ଜନତା ଦଳରୁ ବିଧାୟକ ଥିଲେ । ୨୦୦୪ ରେ ଲାଇକେରାରୁ ବିଜେପି ବିଧାୟକ ବି ଥିଲେ । ଆଜି ସେ ବିଜେପି ଛାଡି ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶି ଦଳକୁ ସଶକ୍ତ କରିଛନ୍ତି । କୁଚିଣ୍ଡା ବିଧାୟକ କିଶୋର ନାୟକ କହିଛନ୍ତି ଯେ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ ହେବ । ଆମ କଲେଜ ସମୟରେ ସେ ବିଧାୟକ ଥିଲେ । ନିର୍ବାତନରେ ସେ ହେମାନନ୍ଦ ବିଶ୍ୱାଳଙ୍କୁ ହରାଇଥିଲେ । ଏହା ଦଳ ପାଇଁ ଅତ୍ୟନ୍ତ ଶୁଭଙ୍କର ସାବ୍ୟସ୍ତ ହେବ ।

ଅନ୍ୟପଟେ ବୃନ୍ଦାବନ ମାଝୀ ପ୍ରତିକ୍ରିୟାରେ କହିଛନ୍ତି ଯେ. ବର୍ତମାନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦ୍ରୁତ ବିକାଶ ଚାଲିଛି । ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଛାଡି ବିଜେଡିରେ ମିଶିଲି । ଆମ ଅଞ୍ଚଳରେ ବହୁତ ଉନ୍ନତି ହୋଇଛି । ଏଥିସହ ଆଗକୁ ଆହୁରି କିଛି ଉନ୍ନତି ହେବାକୁ ବାକି ଅଛି । ସେ ବିକାଶ ଆଗେଇବାକୁ ମୁଁ ମୋର ସମର୍ଥକଙ୍କ ସହ ଦଳରେ ସାମିଲ ହେଲି ।

Also Read- Puri News: ଏପ୍ରିଲ ୧ରେ ୪ ଘଣ୍ଟା ବନ୍ଦ ଜଗା ଦର୍ଶନ

Also Read- Shukra Gochar 2024: ଶୁକ୍ର କରିବେ ରାଶି ପରିବର୍ତ୍ତନ, ସତର୍କ ରୁହନ୍ତୁ ଏହି ୨ଟି ରାଶିର ବ୍ୟକ୍ତି