୧୭ ଥର ହରାଇଲେଣି ଅମାନତ; ତଥାପି ଛାଡିନି ନିର୍ବାଚନ ଲଢିବା ନିଶା
Advertisement
Article Detail0/zeeodisha/odisha1225921

୧୭ ଥର ହରାଇଲେଣି ଅମାନତ; ତଥାପି ଛାଡିନି ନିର୍ବାଚନ ଲଢିବା ନିଶା

Electoral Addiction: ପ୍ରାର୍ଥୀ ଭାବେ ଏହା ମୋ ଜୀବନର ୧୮ ତମ ନିର୍ବାଚନ। ମେୟର ପଦ ବ୍ୟତୀତ ସାଂସଦ ଏବଂ ବିଧାୟକ ପଦ ପାଇଁ ମୁଁ ପୂର୍ବରୁ ୧୭ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିସାରିଛି।

୧୭ ଥର ହରାଇଲେଣି ଅମାନତ; ତଥାପି ଛାଡିନି ନିର୍ବାଚନ ଲଢିବା ନିଶା

Electoral Addiction: ରାଜ୍ୟରେ ଅନୁଷ୍ଠିତ ହେଉଥିବା ପୌର ନିର୍ବାଚନକୁ ନେଇ ସରଗରମ ରହିଛି ମଧ୍ୟ ପ୍ରଦେଶ ରାଜନୀତି। ଥରେ କିମ୍ବା ଦୁଇ ଥର ନୁହେଁ ବରଂ ୧୭ ଥର ଅମାନତ ହରାଇଥିବା ଜଣେ ୬୨ ବର୍ଷୀୟ ପ୍ରାର୍ଥୀ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପେସାରେ ଜଣେ ବ୍ୟବସାୟୀ ଥିବା ଏହି ୬୨ ବର୍ଷୀୟ ପ୍ରାର୍ଥୀ ଜଣଙ୍କ ରାଜ୍ୟର ଇନ୍ଦୋର ଜିଲ୍ଲା ବାସିନ୍ଦା। ଯିଏକି ପୌର ନିର୍ବାଚନ ଲଢିବା ଲାଗି ଗତ ସପ୍ତାହରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 

ଅଣ ରାଜନୈତିକ ପୃଷ୍ଠଭୂମି ରହିଥିବା ଏହି ବ୍ୟବସାୟୀ ପରିବାରର ୨ ପିଢି ଲଗାତାର ନିର୍ବାଚନ ଲଢିଆସୁଛି। ବାରମ୍ବାର ନିର୍ବାଚନ ଲଢିବାକୁ ନେଇ ଏହି ପରିବାର ଚର୍ଚ୍ଚାରେ ରହିଛି। ମାତ୍ର କୌଣସି ଥରର ନିର୍ବାଚନରେ ଏହି ପରିବାରକୁ ସଫଳତା ମିଳିନାହିଁ। ପ୍ରତ୍ୟେକ ଥରର ନିର୍ବାଚନରେ ଏହି ପରିବାରରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଅମାନତ ହରାଇଛନ୍ତି। ଲୋକେ ତାଙ୍କୁ ରାଜ୍ୟର ଭୂମିପୁତ୍ର କହି ସମ୍ବୋଧିତ କରୁଛନ୍ତି।  

ଇନ୍ଦୋର ନଗର ନିଗମ ନିର୍ବାଚନ ଲଗି ୬୨ ବର୍ଷୀୟ ପରମାନନ୍ଦ ତୋଲାନୀ ସ୍ୱାଧ୍ୱନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ସେ ଇନ୍ଦୋର ମେୟର ପଦ ଲାଗି ନିର୍ବାଚନ ଲଢୁଛନ୍ତି। ଏହି ନିର୍ବାଚନ ଲାଗି ଆସନ୍ତା ଜୁଲାଇ ୬ ତାରିଖରେ ହେବାକୁ ଯାଉଛି ମତଦାନ। ଇନ୍ଦୋରୀ  ଭୂମିପୁତ୍ର ଭାବେ ଜଣାଶୁଣା ପରମାନନ୍ଦ ତୋଲାନୀ କହିଛନ୍ତି ଜଣେ ପ୍ରାର୍ଥୀ ଭାବେ ଏହା ମୋ ଜୀବନର ୧୮ ତମ ନିର୍ବାଚନ। ମେୟର ପଦ ବ୍ୟତୀତ ସାଂସଦ ଏବଂ ବିଧାୟକ ପଦ ପାଇଁ ମୁଁ ପୂର୍ବରୁ ୧୭ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିସାରିଛି।

ପ୍ରତ୍ୟେକ ଥର ଅମାନତ ହରାଇବା ସତ୍ତ୍ୱେ ମୁଁ ହାର ମାନିନାହିଁ। ନିର୍ବାଚନ ଲଢି ମୁଁ ମୋ ପରିବାରର ପରମ୍ପରାକୁ ବଜାୟ ରଖିଛି। ମୋ ବାପା ମେଠରାମ ତେଲାନୀ ତାଙ୍କ ଜୀବନ କାଳରେ ୩୦ ବର୍ଷ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ନିର୍ବାଚନ ଲଢିଛନ୍ତି। ହେଲେ ୧୯୮୮ ମସିହାରେ ତାଙ୍କର ମୃତ୍ୟୁ ହେବା ପରେ ମୁଁ ୧୯୮୯ ମସିହାରୁ ନିର୍ବାଚନ ଲଢିବା ଆରମ୍ଭ କରିଛି। କେବଳ ସେ ନୁହଁନ୍ତି ଥରେ ଇନ୍ଦୋର ନଗର ନିଗମ ମେୟର ପଦ ମହିଳାଙ୍କ ଲାଗି ସଂରକ୍ଷିତ ହେବା ପରେ ପତ୍ନୀ ଲକ୍ଷ୍ମୀ ତୋଲାନୀଙ୍କୁ ନିର୍ବାଚନ ଲଢାଇଥିଲେ ସ୍ୱାମୀ ପରମାନନ୍ଦ ତୋଲାନୀ।

Also Read: Presidential Election 2022: ନାମାଙ୍କନ ଭରିଲେ ଚର୍ଚ୍ଚିତ ବ୍ୟକ୍ତିତ୍ୱ

Also Read: ନିର୍ବାଚନ ହାରିବାକୁ ଲଢୁଛନ୍ତି ଏହି ବ୍ୟକ୍ତି, ସେଞ୍ଚୁରୀ ପରେ ଛାଡ଼ିବେ ଜିଦ୍