Election Commission: ଗୁଜୁରାଟ-ହିମାଚଳ ପ୍ରଦେଶ Exit Poll ଉପରେ ଲାଗିଲା ରୋକ, ୪୮ ଘଣ୍ଟା ପାଇଁ Opinion Poll ଉପରେ ଜାରି ହେଲା ନିଷେଧାଦେଶ
Advertisement

Election Commission: ଗୁଜୁରାଟ-ହିମାଚଳ ପ୍ରଦେଶ Exit Poll ଉପରେ ଲାଗିଲା ରୋକ, ୪୮ ଘଣ୍ଟା ପାଇଁ Opinion Poll ଉପରେ ଜାରି ହେଲା ନିଷେଧାଦେଶ

Ban on Exit Poll and Opinion Poll: ଗୁରୁବାର ପୋଲ ପ୍ୟାନେଲ ଏକ ଅଧିସୂଚନା ଜାରି କରିଛି। ଯେଉଁଥିରେ କୁହାଯାଇଛି ନଭେମ୍ବର ୧୨ କାରିଖ ସକାଳ ଆଠଟାରୁ  ଡିସେମ୍ବର ୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୌଣସି ମୁଦ୍ରିତ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ଏକଜିଟ୍ ପୋଲ୍ ଆକଳନ, ପ୍ରକାଶନ ଏବଂ ପ୍ରସାରଣ ଉପରେ ନିଷେଧାଦେଶ ଜାରି କରାଯାଇଛି। 

Election Commission: ଗୁଜୁରାଟ-ହିମାଚଳ ପ୍ରଦେଶ Exit Poll ଉପରେ ଲାଗିଲା ରୋକ, ୪୮ ଘଣ୍ଟା ପାଇଁ Opinion Poll ଉପରେ ଜାରି ହେଲା ନିଷେଧାଦେଶ

Election Commission of India: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ହିମାଚଳ ପ୍ରଦେଶ ଏବଂ ଗୁଜୁରାଟ ନିର୍ବାଚନ ସମ୍ପର୍କିତ Exit Poll ଆକଳନ, ପ୍ରସାରଣ ତଥା ପ୍ରକାଶନ ଉପରେ ନିଷେଧାଦେଶ ଜାରି କରିଛନ୍ତି ନିର୍ବାଚନ ଆୟୋଗ। ଏନେଇ ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଅନ୍ୟପଟେ ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ (Gujarat Assembly Election 2022) ପାଇଁ ଡିସେମ୍ବର ୧ ଏବଂ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ। ଗୁରୁବାର ପୋଲ ପ୍ୟାନେଲ ଏକ ଅଧିସୂଚନା ଜାରି କରିଛି। ଯେଉଁଥିରେ କୁହାଯାଇଛି ନଭେମ୍ବର ୧୨ କାରିଖ ସକାଳ ଆଠଟାରୁ  ଡିସେମ୍ବର ୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୌଣସି ମୁଦ୍ରିତ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ଏକଜିଟ୍ ପୋଲ୍ ଆକଳନ, ପ୍ରକାଶନ ଏବଂ ପ୍ରସାରଣ ଉପରେ ନିଷେଧାଦେଶ ଜାରି କରାଯାଇଛି। 

ନଭେମ୍ବର ୧୨ ତାରିଖ ଶନିବାର ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ (Himachal Pradesh Assembly Election 2022) ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ମତଦାନ। ଯାହାକୁ ନଜରରେ ରଖି ୪୮ ଘଣ୍ଟା ପାଇଁ Opinion Poll ଉପରେ ପ୍ରକାଶ ଉପରେ ଜାରି ହୋଇସାରିଛି ନିଷେଧାଦେଶ। 

ନିର୍ବାଚନ ଆୟୋଗ (Election Commission) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୯୫୧ ଲୋକ ପ୍ରତିନିଧୀ ଅଧିନିୟମ ଧାରା 126A ଉପ-ଧାରା (L) ଅନୁଯାୟୀ କ୍ଷମତାକୁ ବ୍ୟବହାର କରି ଉପ-ବିଭାଗର ନିୟମାବଳୀକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଜଣାଇଦେବାକୁ ଚାହାଁନ୍ତି ଯେ ନଭେମ୍ବର ୧୨ କାରିଖ ସକାଳ ଆଠଟାରୁ ଡିସେମ୍ବର ୫ ତାରିଖ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ କୌଣସି ମୁଦ୍ରିତ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ Exit Poll ଆକଳନ, ପ୍ରକାଶନ ଏବଂ ପ୍ରସାରଣକୁ ନିଷେଧ କରାଯିବ। 

କେନ୍ଦ୍ରୀୟ ନିର୍ବାଚନ ଆୟୋଗ (Central Election Commission) ହିମାଚଳ ପ୍ରଦେଶ (Himachal Pradesh) ଏବଂ ଗୁଜରାଟ (Gujarat) ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ (Chief Electoral Officer) ନିର୍ଦ୍ଦେଶ ଦେଇଛନ୍ତି ଯେ ପରାମର୍ଶଦାତାଙ୍କୁ ଗେଜେଟ୍ ବିଜ୍ଞପ୍ତି ଆକାରରେ ସୂଚନା ଦିଆଯାଇପାରିବ ଏବଂ ଏହାର ଏକ ନକଲ ଆୟୋଗ ପାଖକୁ ପଠାଯିବ। ସମସ୍ତ ନ୍ୟୁଜ୍ ବ୍ୟୁରୋ, ଗଣମାଧ୍ୟମ ସଂସ୍ଥାନ, ରେଡିଓ, ଟେଲିଭିଜନ ଚ୍ୟାନେଲ ସଂସ୍ଥାକୁ ଏହି ନିର୍ଦ୍ଦେଶ ବାବଦରେ ଅବଗତ କରାଇବାକୁ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

Also Read: cVIGIL Apps: cVIGIL ଆପ୍ ବାବଦରେ ଉଲ୍ଲେଖ କଲେ ନିର୍ବାଚନ ଆୟୋଗ, ଜାଣନ୍ତୁ ନିର୍ବାଚନରେ କାହିଁକି କରାଯିବ ବ୍ୟବହାର?

ଉଭୟ ହିମାଚଳ ପ୍ରଦେଶ ଏବଂ ଗୁଜୁରାଟ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବା ବେଳେ ନିର୍ବାଚନ ଆୟୋଗ cVIGIL ଆପ୍ ବାବଦରେ ଉଲ୍ଲେଖ କରିଛନ୍ତି। cVIGIL ହେଉଛି ଏକ ମୋବାଇଲ୍ ଆପ୍ (Mobile App)। ଯାହା ମାଧ୍ୟମରେ ଯେ କୌଣସି ନାଗରିକ ନିର୍ବାଚନ ଆୟୋଗ (Election Commission of India) ପାଖରେ ଅଭିଯୋଗ କରିପାରିବେ। ଅଭିଯୋଗ କରାଯିବାର ୧୦୦ ମିନିଟରେ ମଧ୍ୟରେ ଜବାବ ରଖିବେ ଆୟୋଗ। ଏହି ଆପ୍ କୁ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ (Gujarat Assembly Election 2022) ବ୍ୟବହାର କରିବା ନେଇ ଜଣାଇ ଦେଇଛନ୍ତି ନିର୍ବାଚନ ଆୟୋଗ (Election Commission)।