ECI Notice: ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହି ବିବାଦରେ ରାହୁଲ ଗାନ୍ଧୀ; ଜାରି ହେଲା ନୋଟିସ
Advertisement

ECI Notice: ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହି ବିବାଦରେ ରାହୁଲ ଗାନ୍ଧୀ; ଜାରି ହେଲା ନୋଟିସ

Rahul Gandhi Panauti Remarks for PM Modi: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ କହି ବିବାଦୀୟ ହୋଇପଡ଼ିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। 

 

 

ECI Notice: ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହି ବିବାଦରେ ରାହୁଲ ଗାନ୍ଧୀ; ଜାରି ହେଲା ନୋଟିସ

Rahul Gandhi Panauti Remarks for PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପଶବ୍ଦ କହି ବିବାଦୀୟ ହୋଇପଡ଼ିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ମାମଲାରେ ତାଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ଯାହାର ଜବାବ ତାଙ୍କୁ ୨ ଦିନ ମଧ୍ୟରେ ଦେବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ "ପନୌତି" ଅର୍ଥାତ ଅମଙ୍ଗଳକାରୀ କହିଥିଲେ ରାହୁଲ ଗାନ୍ଧୀ। ତାଙ୍କର ଏପରି ମନ୍ତବ୍ୟକୁ ନେଇ ନଭେମ୍ବର ୨୩ ତାରିଖ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଯାହାର ଜବାବ ତାଙ୍କୁ ନଭେମ୍ବର ୨୫ ତାରିଖ ଶନିବାର ସନ୍ଧ୍ୟା ୦୬:୦୦ ପର୍ଯ୍ୟନ୍ତ ଦେବାକୁ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପଶବ୍ଦ କହିବାକୁ ନେଇ ବିଜେପି ନଭେମ୍ବର ୨୨ ତାରିଖ ବୁଧବାର ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଥିଲେ। ଅପଶବ୍ଦ କହିବା ମାମଲାରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଥିଲା ଦଳ। ବିଜେପି ସାଧାରଣ ସମ୍ପାଦକ ରାଧା ମୋହନ ଦାସ ଅଗ୍ରୱାଲ ଏବଂ ଅନ୍ୟ ଜଣେ ଅଧିକାରୀ ଓମ ପାଠକଙ୍କ ସମେତ ଏହି ପ୍ରତିନିଧି ଦଳରେ ଅନ୍ତର୍ଭୁକ୍ତ ଅନ୍ୟ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଅପମାନଜନକ ବୋଲି କହିଛନ୍ତି।

ଗତ ୧୯ ତାରିଖ ରବିବାର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ ଟିମ୍। ବିଶ୍ୱକପ ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ "ପନୌତି" ଅର୍ଥାତ ଅମଙ୍ଗଳକାରୀ ଶବ୍ଦ ବ୍ୟବହାର କରିଥିଲେ। 

ଅଭିଯୋଗରେ କ'ଣ କହିଛି ବିଜେପି?
ନିର୍ବାଚନ ଆୟୋଗ ନିକଟରେ କରିଥିବା ଅଭିଯୋଗରେ ବିଜେପି ପକ୍ଷରୁ କୁହାଯାଇଛି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ମିଥ୍ୟାର ଜାଲ ବିସ୍ତାର କରିବାରେ ଲାଗିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛୁ। ସେମାନଙ୍କ ଆଚରଣ ନୈତିକ ମାନଦଣ୍ଡକୁ ଉଲ୍ଲଂଘନ କରୁଛି। ସେମାନଙ୍କ ମନ୍ତବ୍ୟ ଦର୍ଶାଉଛି ଯେ ନିର୍ବାଚନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ବାଚନ ଆଦର୍ଶ ଆଚରଣ ବିଧି ପ୍ରତି ସେମାନଙ୍କର କୌଣସି ସମ୍ମାନ ନାହିଁ। 

କ'ଣ କହିଥିଲେ ରାହୁଲ ଗାନ୍ଧୀ?
ନଭେମ୍ବର ୨୧ ତାରିଖ ମଙ୍ଗଳବାର ରାଜସ୍ଥାନ ଠାରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ କହିଥିଲେ ଯ, ପ୍ରଧାନମନ୍ତ୍ରୀ ଅର୍ଥାତ "ପନୌତି" ମୋଦି। ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ଆସି ହିନ୍ଦୁ-ମୁସଲମାନ ସମ୍ପର୍କରେ କହୁଛନ୍ତି। ବେଳେବେଳେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଚାଲି ଯାଉଛନ୍ତି। ଭାରତୀୟ ଦଳ ବିଶ୍ୱକପ୍ ହାରିଯିବା ଏକ ଭିନ୍ନ କଥା। ରାହୁଲ ଗାନ୍ଧୀଙ୍କ ଏପରି ମନ୍ତବ୍ୟକୁ ନେଇ ବିଜେପି ଆକ୍ରମଣତ୍ମକ ହୋଇଉଠିବା ସହ ତାଙ୍କ ଠାରୁ କ୍ଷମା ପ୍ରାର୍ଥନା ଚାହୁଁଛି।