BJDରେ ମିଶିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଏବଂ ପୁଅ ନମନ ଗଙ୍ଗଦେବ
Advertisement

BJDରେ ମିଶିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଏବଂ ପୁଅ ନମନ ଗଙ୍ଗଦେବ

Odisha Politics:  ଆଜି ଭୁବନେଶ୍ୱର ପହଞ୍ଚିବା ପରେ ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ ମାଆ ଏବଂ ପୁଅ । 

BJDରେ ମିଶିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଏବଂ ପୁଅ ନମନ ଗଙ୍ଗଦେବ

Odisha Politics: ବରିଷ୍ଠ ନେତା ନିତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ରାଣୀ ଅରୁନ୍ଧତୀ ଦେବୀ ଆଜି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଅପରାହ୍ଣ ସମୟରେ ସେ ବିଜେପି ଛାଡିଥିବା କଥା ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ତେବେ ଇସ୍ତଫା ଦେବାର ମାତ୍ର କେଇଘଣ୍ଟା ମଧ୍ୟରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ । ଅରୁନ୍ଧତୀଙ୍କ ପୁଅ ନମନ ଗଙ୍ଗଦେବ ମଧ୍ୟ ଆଜି ସମାନ ଦିନରେ ମାଆଙ୍କ ସହିତ ବିଜେଡିରେ ମିଶିଛନ୍ତି ।

ଆଜି ଭୁବନେଶ୍ୱର ପହଞ୍ଚିବା ପରେ ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ ମାଆ ଏବଂ ପୁଅ । ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହ ନିତେଶ ଗଙ୍ଗଦେବଙ୍କର ମତାନ୍ତର ସୃଷ୍ଟି ହୋଇଥିଲା । ଫଳରେ ରାଜନୈତିକ କ୍ଷେତ୍ରରେ ନିତେଶଙ୍କୁ ଅବହେଳା କରାଯାଉଥିବା ଚର୍ଚ୍ଚା ହେଉଥିଲା । ତେବେ ଏହି ମିଶ୍ରଣ ବିଜେପିକୁ ଏକ ଝଟକା ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଅନ୍ୟପଟେ ଆଜିର ଏହି ମିଶ୍ରଣ ପର୍ବରେ ରାଣୀ ଅରୁନ୍ଧତୀ ଦେବୀ ଏବଂ ନମନ ଗଙ୍ଗଦେବଙ୍କ ସହ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ ।

Also Read- Heat wave: ବାରିପଦାରେ ୪୩ ଡିଗ୍ରୀ ପାର କଲା ତାତି, ୧୮ଟି ସ୍ଥାନରେ ଛୁଇଁଲା ୪୧

Also Read- 17 April Rashifal: ରାମନବମୀରେ କେମିତି କଟିବ ଆପଣଙ୍କ ଦିନ, ଜାଣନ୍ତୁ ରାଶିଫଳ