ସାର୍ବଜନୀନ ମାଗଣା ଟିକା ପ୍ରସଙ୍ଗ: କେନ୍ଦ୍ର ରଖିଲାନି କଂଗ୍ରେସର ଅନୁରୋଧ, ଜିଲ୍ଲାରେ ହେବ ଆନ୍ଦୋଳନ
Advertisement
Article Detail0/zeeodisha/odisha912406

ସାର୍ବଜନୀନ ମାଗଣା ଟିକା ପ୍ରସଙ୍ଗ: କେନ୍ଦ୍ର ରଖିଲାନି କଂଗ୍ରେସର ଅନୁରୋଧ, ଜିଲ୍ଲାରେ ହେବ ଆନ୍ଦୋଳନ

କୋରୋନା ମୁକାବିଲାକୁ ନେଇ ବିରୋଧି ଅନେକ ଥର ପରାମର୍ଶ ମଧ୍ୟ ଦେଇଛି। କିନ୍ତୁ ସମୟ ଥାଉଣୁ ସେଗୁଡିକୁ କେନ୍ଦ୍ର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ସେହି ପରାମର୍ଶ ତାଲିକାରେ ସର୍ବଜନୀନ ମାଗଣା ଟିକାକରଣ ମଧ୍ୟ ସାମିଲ ଅଛି। ଯାହାକୁ ନେଇ କଂଗ୍ରେସ ଏକ ବିଶାଳ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି। 

ଫାଇଲ ଫଟୋ

ଭୁବନେଶ୍ୱର: ଏବେ ଦେଶବ୍ୟାପୀ ଟିକା ରାଜନୀତି ସରଗରମ ହୋଇ ଉଠିଛି। କୋରୋନା ପରିଚାଳନାଠୁ ଆରମ୍ଭ କରି ଟିକାକରଣ, ସବୁ ପ୍ରସଙ୍ଗରେ ବିରୋଧି କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦି ଓ ଶାସକ ବିଜେପିକୁ ଟାର୍ଗେଟ କରୁଛି। କୋରୋନା ମୁକାବିଲାକୁ ନେଇ ବିରୋଧି ଅନେକ ଥର ପରାମର୍ଶ ମଧ୍ୟ ଦେଇଛି। କିନ୍ତୁ ସମୟ ଥାଉଣୁ ସେଗୁଡିକୁ କେନ୍ଦ୍ର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ସେହି ପରାମର୍ଶ ତାଲିକାରେ ସର୍ବଜନୀନ ମାଗଣା ଟିକାକରଣ ମଧ୍ୟ ସାମିଲ ଅଛି। ଯାହାକୁ ନେଇ କଂଗ୍ରେସ ଏକ ବିଶାଳ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି। 

ପ୍ରାୟ ୧୪୦ କୋଟି ଦେଶବାସୀ ମଧ୍ୟରୁ ପାଖାପାଖି ୨୧ କୋଟି ନାଗରିକ ଟିକା (Corona vaccine) ନେଇଛନ୍ତି। ଆଉ ୧୧୯ କୋଟି ଲୋକଙ୍କୁ କେନ୍ଦ୍ର ସରକାର ସାର୍ବଜନୀନ ଦେୟମୁକ୍ତ ଟିକାକରଣର ସୁବ୍ୟବସ୍ଥା କରିବାକୁ ଭାରତୀୟ ଜାତୀୟ କଂଗ୍ରେସ, ପ୍ରଧାନମନ୍ତ୍ରୀ (PM Modi) ଙ୍କୁ ଏକାଧିକ ବାର ପରାମର୍ଶ ଓ ଅନୁରୋଧ କରିଛି। କନ୍ତୁ କେନ୍ଦ୍ର ସରକାର ଏ କ୍ଷେତ୍ରରେ କୌଣସି ପଦକ୍ଷେପ ଏଯାବତ ନେଇନାହାନ୍ତି ବୋଲି କଂଗ୍ରେସ (Congress) ଅଭିଯୋଗ କରିଛି।  

Also Read: WB Political Violence: ଅଦାଲତଙ୍କ ହସ୍ତକ୍ଷେପ ଦାବି କଲେ ଶିକ୍ଷାବିତ

 

ତାହାରି ପ୍ରତିବାଦରେ ଆସନ୍ତା ୪ ଜୁନ ୨୦୨୧ ତାରିଖ ଶୁକ୍ରବାର ସାରା ଦେଶରେ ପ୍ରତ୍ୟେକ ଜିଲ୍ଲାପାଳ (Collector) ଙ୍କୁ କଂଗ୍ରେସ କମିଟି ପକ୍ଷରୁ ରାଷ୍ଟ୍ରପତି (President Ramnath Kiobind) ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ପ୍ରାଦେଶିକ ସ୍ତରରେ ପିସିସି ପକ୍ଷରୁ ରାଜ୍ୟପାଳ (Governer) ଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ଓ ପିସିସି କାର୍ଯ୍ୟଳୟରେ ସାମ୍ବାଦିକ ସମ୍ମଳନୀ ହେବ। 

ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ସଭାପତିମାନେ ଉକ୍ତ ଜିଲ୍ଲା ଅନ୍ତର୍ଗତ ବିଧାୟକ ଓ ସାଂସଦ, ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ, ଏଆଇସିସି ସଭ୍ୟ ଓ ପିସିସି ସଭ୍ୟ, ଜିଲ୍ଲାର ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟଙ୍କୁ ସୂଚୀତ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ (Niranjan Patnaik) ଅନୁରୋଧ କରିଛନ୍ତି ।