ବିଜେପିର ପ୍ରଥମ ତାଲିକାରେ ୧୭ ବିଧାୟକଙ୍କ ଉପରେ ଆସ୍ଥା, ୨ଜଣଙ୍କୁ କୋଣ ଠେସା
Advertisement

ବିଜେପିର ପ୍ରଥମ ତାଲିକାରେ ୧୭ ବିଧାୟକଙ୍କ ଉପରେ ଆସ୍ଥା, ୨ଜଣଙ୍କୁ କୋଣ ଠେସା

Odisha Politics: ବିଜେପିର ପ୍ରଥମ ବିଧାନସଭା ପ୍ରାର୍ଥୀ ତାଲିକାରେ ୨୨ ବିଧାୟକଙ୍କ ଭିତରୁ ୧୭ଜଣଙ୍କୁ ପୁଣିଥରେ ଟିକଟ ମିଳିଛି। ଅର୍ଥାତ୍‍ ସେମାନେ ପୁଣିଥରେ ବିଜୟ ଲାଭ କରିବେ ବୋଲି ଦଳ ଆଶା ପ୍ରକାଶ କରିଛି। ଅନ୍ୟ ପାଞ୍ଚ ଜଣଙ୍କ ଭିତରୁ ୨ ଜଣଙ୍କ ଟିକଟ କଟିଛି। ଜଣେ ହେଲେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଅନ୍ୟ ଜଣକ ହେଉଛନ୍ତି ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ। ବ୍ରହ୍ମଗିରିରେ ଲଳିତେନ୍ଦୁଙ୍କ ଝିଆରି ତଥା ପୂର୍ବତନ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧରଙ୍କ ଝିଅ ଉପାସନା ମହାପାତ୍ର ଟିକଟ ପାଇଥିବା ବେଳେ ମାଲକାନଗିରିରୁ ନରସିଂହ ମାଡ଼କାମୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ବିଜେପିର ପ୍ରଥମ ତାଲିକାରେ ୧୭ ବିଧାୟକଙ୍କ ଉପରେ ଆସ୍ଥା, ୨ଜଣଙ୍କୁ କୋଣ ଠେସା

ଭୁବନେଶ୍ୱର: ବିଜେପିର ପ୍ରଥମ ବିଧାନସଭା ପ୍ରାର୍ଥୀ ତାଲିକାରେ ୨୨ ବିଧାୟକଙ୍କ ଭିତରୁ ୧୭ଜଣଙ୍କୁ ପୁଣିଥରେ ଟିକଟ ମିଳିଛି। ଅର୍ଥାତ୍‍ ସେମାନେ ପୁଣିଥରେ ବିଜୟ ଲାଭ କରିବେ ବୋଲି ଦଳ ଆଶା ପ୍ରକାଶ କରିଛି। ଅନ୍ୟ ପାଞ୍ଚ ଜଣଙ୍କ ଭିତରୁ ୨ ଜଣଙ୍କ ଟିକଟ କଟିଛି। ଜଣେ ହେଲେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଅନ୍ୟ ଜଣକ ହେଉଛନ୍ତି ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ। ବ୍ରହ୍ମଗିରିରେ ଲଳିତେନ୍ଦୁଙ୍କ ଝିଆରି ତଥା ପୂର୍ବତନ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧରଙ୍କ ଝିଅ ଉପାସନା ମହାପାତ୍ର ଟିକଟ ପାଇଥିବା ବେଳେ ମାଲକାନଗିରିରୁ ନରସିଂହ ମାଡ଼କାମୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ଅପରପକ୍ଷେ ନୀଳଗିରି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ।   ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ରାତିଅଧିଆ ଦଳଡିଆଁ ହେତୁ ସେହି ଆସନରେ କୌଣସି ନିଷ୍ପତ୍ତି ନେଇ ନାହିଁ ଦଳ। ଅପରପକ୍ଷେ ଏହି ଆସନରୁ ପ୍ରାର୍ଥୀ କରିବାକୁ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଦଳୀୟ ସଭାପତିଙ୍କୁ ଅନୁରୋଧ କରିଛନ୍ତି।

ରାଇରଙ୍ଗପୁରର ବିଧାୟକ ନବଚରଣ ମାଝିଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିଥିବାରୁ ସେହି ଆସନରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଅପେକ୍ଷା କରାଯାଇଛି। ଆଉଜଣେ ବିଧାୟକ ହେଉଛନ୍ତି ସାରସକଣାକୁ ପ୍ରତିନିଧିତ୍ୱ କରୁଥିବା ଡାକ୍ତର ବୁଧାନ ପ୍ରଧାନ। ତାଙ୍କୁ ବି ଏଥର ବିଜେପି ଭରସା କରିପାରିନି। ଅବଶ୍ୟ ଏହି ଆସନ ଲାଗି ଏଯାଏ ପ୍ରାର୍ଥୀତ୍ୱ ଘୋଷଣା ହୋଇନି କିନ୍ତୁ ତାଙ୍କ ସ୍ଥାନରେ ନୂଆ ନେତାଙ୍କୁ ଦଳ ଖୋଜୁଥିବା ଚର୍ଚ୍ଚା ହେଉଛି। 

ଏବେ ଦଳ ୧୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଆହୁରି ୩୫ ଆସନ ପାଇଁ ପ୍ରାର୍ଥୀ ଖୋଜୁଛି ଦଳ। ପୂର୍ବରୁ ବିଜେଡି ଛାଡ଼ିଥିବା ଅନେକ ନେତାଙ୍କୁ ଦଳ ବିଧାୟକ ଟିକଟରେ ସନ୍ତୁଷ୍ଟ କରିଛି। ଅର୍ଥାତ୍‍ ଦଳ ବଦଳକାରୀଙ୍କୁ ଅଧିକ ସୁଯୋଗ ଦେଇଛି ଦଳ। ଅପରକ୍ଷେ ସାଂସଦ ଥିବା ବରଗଡ଼ ସୁରେଶ ପୁଜାରୀଙ୍କୁ ଦଳ ବ୍ରଜରାଜ ନଗରରେ ବିଧାୟକ ପ୍ରାର୍ଥୀ କରିଛି।

Also Read- ୨ ଜିଲ୍ଲାପାଳଙ୍କ ସମେତ ୫ ଏସ୍‍ପି ଓ ସେଣ୍ଟ୍ରାଲ୍‍ ଆଇଜିଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ

Also Read- Marriage 2024: ଏପ୍ରିଲରେ ବିବାହ ପାଇଁ କେବଳ ୪ ଟି ଦିନ, ଜାଣନ୍ତୁ ତାରିଖ ଓ ସମୟ...