Ravi Shankar Prasad: ଅମିତ ଶାହଙ୍କ ବିହାର ଗସ୍ତକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ଲାଲୁ ଯାଦବ-ନୀତୀଶ କୁମାର
Advertisement

Ravi Shankar Prasad: ଅମିତ ଶାହଙ୍କ ବିହାର ଗସ୍ତକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ଲାଲୁ ଯାଦବ-ନୀତୀଶ କୁମାର

Amit Shahs Bihar Tour: ଆସନ୍ତା ସେପ୍ଟେମ୍ବର ୨୩-୨୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨ ଦିନିଆ ବିହାର ସୀମାଞ୍ଚଳ ଗସ୍ତରେ ଆସୁଛନ୍ତି।  

Ravi Shankar Prasad: ଅମିତ ଶାହଙ୍କ ବିହାର ଗସ୍ତକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ଲାଲୁ ଯାଦବ-ନୀତୀଶ କୁମାର

Bihar Politics: କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ବିହାର ଗସ୍ତକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ପ୍ରସଙ୍ଗରେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ଗୁରୁବାର  ଏନେ ପ୍ରତିକ୍ରିୟା ରଖି ବିହାର ପାଟନା ସାହିବ ଲୋକସଭା ସାଂସଦ କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟର ସୀମାଞ୍ଚଳ କ୍ଷେତ୍ରରେ ଅବସ୍ଥିତ କିଶନଗଞ୍ଜ ଏବଂ ପୂର୍ଣ୍ଣିଆ ଜିଲ୍ଲା ଗସ୍ତରେ ଆସୁଛନ୍ତି। କିଶନଗଞ୍ଜ ଠାରେ ତାଙ୍କର ଏକ ସରକାରୀ କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ପୂର୍ଣ୍ଣିଆ ଠାରେ  ବିହାର ବିଜେପି ନେତା, ସାଂସଦ  ଏବଂ ବିଧାୟକଙ୍କ ସହ ଏକ ବୈଠକ ହେବାକୁ ଯାଉଛି। 

ବିହାର (Bihar) ପାଟନା ସାହିବ ଲୋକସଭା ଆସନର (Patna Sahib Lok Sabha Constituency) ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ (BJP MP Ravi Shankar Prasad) କହିଛନ୍ତି, "ମୁଁ ଶୁଣିଛି ଯେ ଅମିତ ଶାହାଙ୍କ (Union Home Minister Amit Shah) ବିହାର ଆଗମନ କାରଣରୁ ଆରଜେଡି ସୁପ୍ରିମୋ ଲାଲୁ ଯାଦବ (RJD Supremo Lalu Yadav) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar CM Nitish Kumar) ଚିନ୍ତିତ ହୋଇ ଉଠିଛନ୍ତି। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (Deputy Chief Minister Tejashwi Yadav) ମଧ୍ୟ ଚିନ୍ତିତ ଅଛନ୍ତି ଯେ କାହିଁକି ଅମିତ ଶାହ ବିହାର ଆସୁଛନ୍ତି? କ'ଣ ଗୃହ ମନ୍ତ୍ରୀ ଶାହଙ୍କୁ ବିହାର ଆସିବା ଲାଗି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଲାଲ ଯାଦବଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ? "  

ବିଜେପି ସାଂସଦ କହିଛନ୍ତି ଯେ ପୁଣି ସେହି ଭାଷା କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଆସିବେ ନାହିଁ ଏବଂ ପ୍ରଚାର କରିବ ନାହିଁ। ବିହାର ହେଉଛି ଭାରତର ଏକ ଅଂଶବିଶେଷ। ବିହାରରେ ସମସ୍ତଙ୍କ ଭ୍ରମଣ ଏବଂ ବୁଲିବାର ଅଧିକାର ରହିଛି। ପ୍ରତ୍ୟେକ ଦେଶବାସୀଙ୍କୁ ବିହାର ଆସିବା ଲାଗି ଅଧିକାର ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଯେ କୌଣସି ସ୍ଥାନକୁ ଯାଇପାରିବେ।

Also Read: Mission Bihar: ବିହାର ଅଭିଯାନ ଲାଗି ଅଣ୍ଟା ଭିଡି଼ଲେ ବିଜେପି ଚାଣକ୍ୟ, କ'ଣ ରହିଛି ଲକ୍ଷ୍ୟ?

ସତ୍ୟ ଏହା ଯେ ଯେଉଁ ସୁବିଧାବାଦୀ ତଥା ଦୁର୍ନୀତିଗ୍ରସ୍ତ ମହା ଗଠବନ୍ଧନ ଗଠିତ ହୋଇଛି ତାହାକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ ଅଛନ୍ତି। ଆମେ ବିହାରରେ ଆମର ଦଳୀୟ ସଙ୍ଗଠନକୁ ଆହୁରି ବିସ୍ତାର କରିବୁ। ଆମେ ପ୍ରତ୍ୟେକ କୋଣ ଅନୁକୋଣକୁ ଯିବୁ ଏବଂ କହିବୁ ଏହା କେଉଁ ଭଳି ପ୍ରକାର ସୁବିଧାବାଦୀ ମେଣ୍ଟ। ଏଠାରେ କେହି ମୁଖ୍ୟମନ୍ତ୍ରୀ ହେବାକୁ  ଲାଳାୟିତ ହେଉଥିବା ବେଳେ  କେହି ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ହୋଇ ଉଠିଛନ୍ତି। 

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପ୍ରଶ୍ନ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ବିହାରରେ ଭୟର ବାତାବରଣ ରହିଛି। ଦାଦା ବଟି ଆଦାୟ କରାଯାଉଛି। କ'ଣ ଏହା ପୁଞ୍ଜି ବିନିଯୋଗର କାରଣ ହେବ? ଅନେକ ଲୋକ  ସେମାନଙ୍କ ବ୍ୟବସାୟକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ବାବଦରେ ଚିନ୍ତା କରାଯିବ ଆବଶ୍ୟକ। ଏହି ସରକାର ସମର୍ଥନରେ ଛିଡା ହୋଇଥିବା ଶକ୍ତି କିଏ ତାହା ସମସ୍ତେ ଜାଣଛନ୍ତି। ସେଥିପାଇଁ ସେମାନଙ୍କର ଅସୁବିଧା ଅଛି।  ଆମେ ବିହାରର ଲୋକଙ୍କ ସହିତ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଛିଡା ହେବୁ। ମହାଗଠବନ୍ଧନ ଲୋକ ଏହି ପ୍ରଶ୍ନ ଉଠାଇବା ବନ୍ଦ କରିବା ଆବଶ୍ୟକ ଯେ କିଏ ବିହାର ଆସୁଛି ଏବଂ କିଏ ଆସୁନାହିଁ।