ଦଳର ସଭାପତିଙ୍କୁ ବେଇମାନ କହି ଗୁରୁତର ଅଭିଯୋଗ ଆଣିଲେ BJP ବିଧାୟକ
Advertisement

ଦଳର ସଭାପତିଙ୍କୁ ବେଇମାନ କହି ଗୁରୁତର ଅଭିଯୋଗ ଆଣିଲେ BJP ବିଧାୟକ

ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ରାଜ୍ୟରେ କ୍ଷମତାସୀନ ଶାସକ ଦଳ ସଭାପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦଳୀୟ ବିଧାୟକ।

ଦଳର ସଭାପତିଙ୍କୁ ବେଇମାନ କହି ଗୁରୁତର ଅଭିଯୋଗ ଆଣିଲେ BJP ବିଧାୟକ

ଡେରାଡୁନ: ମୋଟ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୧୪ ତାରିଖ ସୋମବାର ଅନୁଷ୍ଠିତ ହୋଇଯାଇଛି ଭୋଟ ଗ୍ରହଣ। ଏଥର ରାଜ୍ୟରେ ୬୫.୧% ମତଦାନ ହୋଇଥିବା ବେଳେ ୬୩୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାନ। ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। 
 
ବିଧାନସଭା ନିର୍ବାଚନକୁ ନେଇ ଉତ୍ତରାଖଣ୍ଡ ରାଜନୀତି ସରଗରମ ରହିଥିବା ବେଳେ ରାଜ୍ୟରେ କ୍ଷମତାସୀନ ଶାସକ ଦଳ ବିଜେପି (BJP) ସଭାପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦଳୀୟ ବିଧାୟକ। ଉତ୍ତରାଖଣ୍ଡ ବିଜେପି ଅଧ୍ୟକ୍ଷ (Uttarakhand BJP Chief) ମଦନ କୌଶିକଙ୍କ (Madan Kaushik) ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦଳୀୟ ବିଧାୟକ ସଞ୍ଜୟ ଗୁପ୍ତା (BJP MLA Sanjay Gupta)। 

Also Read: Uttrakhand Election 2022: ୫୯ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା BJP

ଉତ୍ତରାଖଣ୍ଡ ବିଜେପି ଅଧ୍ୟକ୍ଷ  ମଦନ କୌଶିକଙ୍କ ବିରୋଧରେ ଅଭିଯୋଗ କରି  ଲସ୍କର ଆସନର ବିଧାୟକ (Laksar MLA) ସଞ୍ଜୟ ଗୁପ୍ତା କହିଛନ୍ତି ତାଙ୍କୁ ଦଳରୁ ବାହାର କରାଯାଉ। କାରଣ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଦଳର ଅନେକ ବିଧାୟକ ପ୍ରାର୍ଥୀଙ୍କୁ ହରାଇବାର କାମ କରିଛନ୍ତି। ସେ ମୋ ବିରୋଧରେ ବିଧାନସଭା ନିର୍ବାଚନ ଲଢୁଥିବା ବିଏସପି ପ୍ରାର୍ଥୀଙ୍କୁ ସହଯୋଗ କରିଛନ୍ତି। ସେ ହେଉଛନ୍ତି ଜଣେ ବେଇମାନ। ମୁଁ ଦଳୀୟ ନେତୃବୃନ୍ଦଙ୍କ ଠାରେ ଦାବି କରୁଛି ମଦନ କୌଶିକଙ୍କୁ ଦଳରୁ ବହିଷ୍କୃତ କରାଯାଉ।