Gujarat Election 2022: ଲାଇନ ଲଗାଇ ପୁରୁଖା ନେତାଙ୍କ ଟିକେଟ କାଟିଲା ବିଜେପି, ସର୍ଭେ ବଜାଇଲା ସତର୍କ ଘଣ୍ଟି!
Advertisement

Gujarat Election 2022: ଲାଇନ ଲଗାଇ ପୁରୁଖା ନେତାଙ୍କ ଟିକେଟ କାଟିଲା ବିଜେପି, ସର୍ଭେ ବଜାଇଲା ସତର୍କ ଘଣ୍ଟି!

Gujarat Politics:  ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଦଳର ଅନେକ ପୁରୁଖା ଟିକେଟ କାଟିଛି ବିଜେପି। ହେଲେ ଏହା ଦ୍ୱାରା ଦଳକୁ ଲାଭ ମିଳିବ ନା କ୍ଷତି ସେ ନେଇ ଏକ ସର୍ଭେ କରାଯାଇଥିଲା। ହେଲେ ଏହି ସର୍ଭେରୁ ମିଲିଥିବା ଜବାବ ବିଜେପି ଲାଗି ସତର୍କ ଘଣ୍ଟି ସଦସ୍ୟ ହୋଇଛି।

Gujarat Election 2022: ଲାଇନ ଲଗାଇ ପୁରୁଖା ନେତାଙ୍କ ଟିକେଟ କାଟିଲା ବିଜେପି, ସର୍ଭେ ବଜାଇଲା ସତର୍କ ଘଣ୍ଟି!

Gujarat Assembly Eecction 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଘୋଷଣା କରିସାରିବା ପରେ ଦଳୀୟ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଛନ୍ତି ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବା ବିଭିନ୍ନ ଦଳ। ଗୁଜୁରାଟ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଇଶୁଦାନ ଗଢବିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗୁଜୁରାଟ ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ନିର୍ବାଚନ ପୂର୍ବରୁ ଗୁଜୁରାଟର ଲୋକଙ୍କ ମୁଡ଼ ଜାଣିବା ପାଇଁ ABP News C-Voter ଏକ ସର୍ବେକ୍ଷଣ କରାଯାଇଥିଲା। ଯେଉଁଥିରୁ ଚମକାଇବା ଭଳି ଫଳାଫଳ ମିଳିଛି। 

ଏହି ସର୍ବେକ୍ଷଣରେ ଲୋକଙ୍କୁ ବିଜେପି ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରା ଯାଇଥିଲା।  ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ପୁରୁଖା ବିଜେପି ନେତାଙ୍କ ଟିକେଟ କଟିବା ଦ୍ୱାରା ଦଳକୁ ଲାଭ ମିଳିବ କି? ଏହି ପ୍ରଶ୍ନ ଉପରେ ଲୋକେ ଚମକାଇବା ଭଳି ଉତ୍ତର ଦେଇଛନ୍ତି। ଏହି ସର୍ଭେରେ ଭାଗ ନେଇଥିବା ୪୨ ପ୍ରତିଶତ ଲୋକ କହିଛନ୍ତି ଯେ ଦଳର ପୁରୁଖା ନେତାଙ୍କ ଟିକେଟ୍ କାଟିବା ଦ୍ୱାରା ବିଜେପି ଉପକୃତ ହେବ। ସେହିପରି ୪୮ ପ୍ରତିଶତ ଲୋକ ବିଶ୍ୱାସ କରୁଛନ୍ତି ଯେ ଏହା ଦ୍ୱାରା ବିଜେପିକୁ କ୍ଷତି ସହିବାକୁ ପଡ଼ିବ। ଅନ୍ୟପଟେ ୧୦ ପ୍ରତିଶତ ଲୋକ ଅନୁଭବ କରୁଛନ୍ତି ଯେ ପୁରୁଖା ନେତାଙ୍କ ଟିକେଟ୍ କାଟିବା କାରଣରୁ ନିର୍ବାଚନରେ ​​ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଯଦି ଦଳର ପୁରୁଖା ନେତାଙ୍କୁ ଟିକେଟ୍ କଟିବା ଦ୍ୱାରା ବିଜେପିକୁ ଲାଭ ହେବ ନା କ୍ଷତି?

  • ଉତ୍ସ: ABP News C-Voter Survey
  • ଲାଭ- ୪୨%
  • କ୍ଷତି- ୪୮%
  • କୌଣସି ପ୍ରଭାବ ନାହିଁ-୧୦%

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଥର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି-କଂଗ୍ରେସ ବ୍ୟତୀତ ଆମ୍ ଆଦମୀ ପାର୍ଟି ମଧ୍ୟ ଭାଗ୍ୟ ପରୀକ୍ଷ କୁରୁଛି। ଗୁଜୁରାଟବାସୀଙ୍କୁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅନେକ ପ୍ରତିଶୃତି ଦେଇଛନ୍ତି। ବିଗତ ୨୭ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେପି ପାଇଁ ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ଏତେ ସହଜ ହେବ ନାହିଁ। ବିଜେପି ସପକ୍ଷରେ ବାତାବରଣ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କ ସମେତ ଦଳ ବହୁ ବରିଷ୍ଠ ନେତା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। 

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ। ଡିସେମ୍ବର ୧ ତାରିଖ ପ୍ରଥମ ପର୍ଯ୍ୟାୟରେ ୮୯ ଏବଂ ଡିସେମ୍ବର ୫ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନ ପାଇଁ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଆସନ୍ତା ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।