ZEE News Survey Report: ଦେଶରେ ମୋଦୀ ଲହର, ଓଡ଼ିଶାରେ ଖସିବ ବିଜେଡ଼ି ଆସନ: ଜୀ ଓପିନିଅନ ପୋଲ
Advertisement

ZEE News Survey Report: ଦେଶରେ ମୋଦୀ ଲହର, ଓଡ଼ିଶାରେ ଖସିବ ବିଜେଡ଼ି ଆସନ: ଜୀ ଓପିନିଅନ ପୋଲ

ନୂଆଦିଲ୍ଲୀ: ଦେଶରେ ବିଜେପି ପୁଣି ଥରେ ସରକାର ଗଢିବ। ୩୭୦ରୁ ଅଧିକ ଆସନରେ ଜିତିବ ଭାରତୀୟ ଜନତା ପାର୍ଟି ବା ବିଜେପି। ସେହିପରି ଓଡ଼ିଶାରେ ମଧ୍ୟ ମୋଦୀ ଲହର ଦେଖାଯିବ। ଶାସକ ବିଜେଡ଼ିର ଭୋଟ ସଂଖ୍ୟା କମିବ ବୋଲି ଦେଶର ଜଣାଶୁଣା ଗଣମାଧ୍ୟମ ସଂସ୍ଥା ବିଜେପି କହିଛି। ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି। ନିର୍ବାଚନ ପାଇଁ ଏବେଠ

ZEE News Survey Report: ଦେଶରେ ମୋଦୀ ଲହର, ଓଡ଼ିଶାରେ ଖସିବ ବିଜେଡ଼ି ଆସନ: ଜୀ ଓପିନିଅନ ପୋଲ

ZEE News Survey Report: ନୂଆଦିଲ୍ଲୀ: ଦେଶରେ ବିଜେପି ପୁଣି ଥରେ ସରକାର ଗଢିବ। ୩୭୦ରୁ ଅଧିକ ଆସନରେ ଜିତିବ ଭାରତୀୟ ଜନତା ପାର୍ଟି ବା ବିଜେପି। ସେହିପରି ଓଡ଼ିଶାରେ ମଧ୍ୟ ମୋଦୀ ଲହର ଦେଖାଯିବ। ଶାସକ ବିଜେଡ଼ିର ଭୋଟ ସଂଖ୍ୟା କମିବ ବୋଲି ଦେଶର ଜଣାଶୁଣା ଗଣମାଧ୍ୟମ ସଂସ୍ଥା ବିଜେପି କହିଛି। ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି। ନିର୍ବାଚନ ପାଇଁ ଏବେଠାରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ସମୟରେ ରାଜନୈତିକ କଳ୍ପନାଜଳ୍ପନାର ସମୟ ଆରମ୍ଭ ହୋଇଛି ଏବଂ ନିର୍ବାଚନ ତାରିଖ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା କରାଯାଇପାରେ। ଏହି ସମୟରେ, MATRIZE ଜି ନ୍ୟୁଜ୍ ପାଇଁ ଏକ ମତାମତ ସର୍ଭେ କରିଥିଲା। ଯେଉଁଥିରେ NDA ମିଶନ୍ ୩୭୦ ଆସନ ଛୁଇଁବ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଯଦିଓ ୪୦୦ ଆସନ ଛୁଇଁବା କଷ୍ଟସାଧ୍ୟ ହେବ। ସର୍ଭେ ଅନୁଯାୟୀ, ଏନଡିଏ ୫୪୩ ଆସନରୁ ୩୭୭ ଆସନରେ ବିଜେପି ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି। ଯେଉଁଠାରେ INDIA ମେଣ୍ଟ ୯୪ଟି ସିଟ୍ ଆସନ ପାଇବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

ଜୀ ନ୍ୟୁଜ ପାଇଁ Matrize କରିଥିବା ସର୍ଭେ ଅନୁଯାୟୀ ଫେବୃଆରୀ ୫ରୁ ଫେବୃଆରୀ ୨୭ ମଧ୍ୟରେ ଏହି ମତଦାନ କରାଯାଇଥିଲା, ଯେଉଁଥିରେ ଲୋକସଭାର ୫୪୩ଟି ଆସନରେ ୧୬୭୮୪୩ ଲୋକଙ୍କ ମତାମତ ନିଆଯାଇଥିଲା। ୮୭ ହଜାର ପୁରୁଷ ଏବଂ ୫୪ ହଜାର ମହିଳା ଏଥିରେ ମତ ଦେଇଛନ୍ତି। ୨୭ ହଜାର ନୂଆ ଭୋଟରଙ୍କ ମତ ମଧ୍ୟ ଏହି ସର୍ଭେରେ ଅନ୍ତର୍ଭୁକ୍ତ ହୋଇଛି। ମତାମତ ସର୍ଭେରେ ଫଳାଫଳର ମାର୍ଜିନ୍ ହେଉଛି ପ୍ଲସ୍ କିମ୍ବା ମାଇନସ୍ ୨ ପ୍ରତିଶତ ରହିଛି। ଏଠାରେ କହି ରଖୁ କି ଏହି ରିପୋର୍ଟ ନିର୍ବାଚନର ଫଳାଫଳ ନୁହେଁ। ଏହା କେବଳ ଏକ ସର୍ଭେ ରିପୋର୍ଟ ଅଟେ। ଏହି ରିପୋର୍ଟକୁ କୌଣସି ପ୍ରକାରେ ନିର୍ବାଚନକୁ ପ୍ରଭାବିତ କରିବାର ପ୍ରୟାସ ଭାବରେ ବିବେଚନା କରାଯିବା ଉଚିତ ନୁହେଁ। 

fallback

ଏହି କ୍ରମରେ ଯଦି ଓଡ଼ିଶା କଥା ଦେଖିବା ତେବେ ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ବିଜେଡ଼ି ଭୋଟରେ ହ୍ରାସ ଘଟିବ। ପୂର୍ବ ନିର୍ବାଚନ ତୁଳନାରେ ଆଗାମୀ ନିର୍ବାଚନରେ ବିଜେପିର ଭୋଟ ହାରରେ ବୃଦ୍ଧି ଘଟିବ। ଆଗାମୀ ନିର୍ବାଚନରେ ୧୧ଟି ଲୋକସଭା ଆସନରେ ବିଜେପି ବାଜିମାତ କରିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଏହା ପୂର୍ବରୁ ଦ ଫେଡେରାଲ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ମଧ୍ୟ ବିଜେପି ସପକ୍ଷରେ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଥିଲା। ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ୨୦ଟି ଆସନରେ ବିଜୟ ଲାଭ କରିବ ବୋଲି ଦ ଫେଡେରାଲ ତାର ସର୍ଭେ ରିପୋର୍ଟରେ କହିଥିଲା। ତେବେ ଏହି ସର୍ଭେ ରିପୋର୍ଟକୁ ଦେଖିଲେ ବିଜେଡ଼ିର ଭୋଟ ପ୍ରତିଶତରେ ହ୍ରାସ ଘଟିବ ବୋଲି ଚିତ୍ର ସାମ୍ନାକୁ ଆସିଛି। ଯଦିଓ ସର୍ଭେ ରିପୋର୍ଟ ନିର୍ବାଚନର ଫଳାଫଳ ଭାବେ ଗ୍ରହଣ କରାଯାଇ ନ ପାରେ।