Bihar Politics: ଲାଲୁ ଯାଦବଙ୍କୁ ଭେଟିଲେ ନୀତିଶ କୁମାର
Advertisement
Article Detail0/zeeodisha/odisha1307374

Bihar Politics: ଲାଲୁ ଯାଦବଙ୍କୁ ଭେଟିଲେ ନୀତିଶ କୁମାର

Nitish Kumar meets Lalu Yadav: ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଭେଟିଥିଲେ।

Bihar Politics: ଲାଲୁ ଯାଦବଙ୍କୁ ଭେଟିଲେ ନୀତିଶ କୁମାର

Nitish Kumar meets Lalu Yadav: ଦୀର୍ଘ ଦିନ ଧରି ଦିଲ୍ଲୀସ୍ଥିତ ଏମ୍ସ, ଠାରେ ଚିକିତ୍ସିତ ହେବା ପରେ ବୁଧବାର ବିହାର ରାଜଧାନୀ ପାଟନାରେ ପହଞ୍ଚିଥିଲେ ଆରଜେଡି ମୁଖ୍ୟ ଲାଲୁ ଯାଦବ। ପୁଣିଥରେ ଆରଜେଡି ସମର୍ଥନରେ ସରକାର ଗଠନ କରିଥିବା ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲାଲୁ ଯାଦବଙ୍କୁ ଭେଟିବାକୁ ଆସିଥିଲେ। ଏହି ଭେଟଘାଟ ଅବସରରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ମନ୍ତ୍ରୀ ତେଜ ପ୍ରତାପ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ସାଂସଦ ମିସା ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ। ବିହାର ରାଜନୀତିର ଏହି ପୁରୁଖା ନେତା ପରସ୍ପରକୁ ଦ୍ୱିତୀୟ ଥର ଲାଗି ନିକଟରପ ଭେଟିଛନ୍ତି।

ବିହାର (Bihar) ରାଜଧାନୀ ପାଟନା (Patna) ଠାରେ ପହଞ୍ଚିବା ପରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ (RJD Supremo Lalu Yadav) ସମର୍ଥକ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ। ଏହି ଆରଜେଡି କର୍ମକର୍ତ୍ତା (RJD Supporters) ତାଙ୍କ ସମର୍ଥନରେ ନାରାବାଜି କରିଥିଲେ। ରାଜ୍ୟରେ ନୂତନ ସରକାର ଗଠନ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଗଷ୍ଟ ୧୮ ତାରିଖ ଗୁରୁବାର ରାଜ୍ୟର ହାଜିପୁର କୋର୍ଟ ଠାରେ ଲାଲୁ ଯାଦବ ହାଜର ହେବାର ଥିଲା। ମାତ୍ର ଜଜ୍ ଛୁଟିରେ ରହିଥିବାରୁ ଆସନ୍ତାକାଲି ତାଙ୍କୁ ହାଜର କରାଯିବ ନାହିଁ। ଏକ ୭ ବର୍ଷ ପୁରୁଣା ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଅଦାଲତରେ ହାଜର କରାଯିବ। ଗତ ୨୦୧୫ ବିହାର ବିଧାନସଭା ନିର୍ବାଚନ (Bihar Assembly Election 2015) ସମୟରେ ​​ଲାଲୁ ଯାଦବଙ୍କ ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଂଲଘନ କରିଥିବା ଏକ ମାମଲା ପଞ୍ଜୀକୃତ ହୋଇଥିଲା। ନିର୍ବାଚନ ସମୟରେ ଲାଲୁ ଯାଦବ କହିଥିଲେ ଯେ ଏହା ହେଉଛି ପଛୁଆ ବନାମ ଆଗୁଆ ବର୍ଗର ଲୋକଙ୍କ ଲଢେଇ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar CM Nitish Kumar) ପାଟନାସ୍ଥିତ ପାରସ ହସ୍ପିଟାଲ ଠାରେ ଲାଲୁ ଯାଦବଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଆରଜେଡି ମୁଖ୍ୟଙ୍କ ସହ ହୋଇଥିବା ଭେଟଘାଟର ଫଟୋ ଟ୍ୱିଟ୍ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ପାଟନାସ୍ଥିତ ପାରସ ହସ୍ପିଟାଲ ଠାରେ ଲାଲୁ ଯାଦବଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ। ତାଙ୍କୁ ଶୀଘ୍ର ଆରୋଗ୍ୟ ମୁଁ କାମନା କରୁଛି।

ବୁଧବାର ଲାଲୁ ଯାଦବ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ସରକାରକୁ ଏକଛତ୍ରବାଦୀ ଶାସକ ବୋଲି କହିଥିଲେ। ଆସନ୍ତା ୨୦୧୪ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବାକୁ ଶପଥ ନେଇଥିଲେ। ବିଜେପି ସହ ମେଣ୍ଟ ଭାଙ୍ଗି ଜେଡିୟୁ ପୁଣି ଥରେ ଆରଜେଡି-କଂଗ୍ରେସ ସହ ମେଣ୍ଟ ସରକାର ଗଠନ କରିବା ରେ ଏହା ଲାଲୁ ଯାଦବଙ୍କର ପ୍ରଥମ ମନ୍ତବ୍ୟ ରହିଥିଲା। ଏନେଇ ସେ କହିଥିଲେ ଆମକୁ କେନ୍ଦ୍ରରେ କ୍ଷମତାସୀନ ଏକଛତ୍ରବାଦୀ ସରକାରକୁ ହଟାଇବାକୁ ହେବ। ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ହଟାଇବାକୁ ହେବ। ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରକୁ ଟାର୍ଗେଟ କରୁଥିବା ବିଜେପି ନେତା ସୁଶୀଲ ମୋଦିଙ୍କ ଅଭିଯୋଗ ଉପରେ ଜବାବ ରଖି ଲାଲୁ ଯାଦବ କହିଛନ୍ତି ଯେ ସେ ଜଣେ ମିଥ୍ୟାବାଦୀ।