ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଣମନ୍ତ୍ରୀଙ୍କ ତାଗିଦ; ଇ-କେଓ୍ୱାଇସି ପୂର୍ବରୁ ଫେରାଅ ରାସନକାର୍ଡ
Advertisement
Article Detail0/zeeodisha/odisha2612205

ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଣମନ୍ତ୍ରୀଙ୍କ ତାଗିଦ; ଇ-କେଓ୍ୱାଇସି ପୂର୍ବରୁ ଫେରାଅ ରାସନକାର୍ଡ

Ration card: ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ କିଏ ସରକାରୀ ଚାକିରି କରିଛନ୍ତି ତ ଆଉ କିଏ ଡାକ୍ତର ଏବଂ ଶିକ୍ଷକ ପଦବୀରେ କାର୍ଯ୍ୟରତ ଅଛନ୍ତି। ସବୁ ପ୍ରକାର ଲୋକ ଅଛନ୍ତି। ତେଣୁ ମୁଁ ନିବେଦନ କରୁଛି ଇ-କେଓ୍ବାଇସି ସରିବା ପୂର୍ବରୁ ସରେଣ୍ଡର କରନ୍ତୁ। ଏହାର କୌଣସି ଡେଡଲାଇନ୍ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।

ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଣମନ୍ତ୍ରୀଙ୍କ ତାଗିଦ; ଇ-କେଓ୍ୱାଇସି ପୂର୍ବରୁ ଫେରାଅ ରାସନକାର୍ଡ

ଭୁବନେଶ୍ଵର: ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଗିଦ୍‌ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ କରୁଛି ସରେଣ୍ଡର କରିଯାଆନ୍ତୁ। ସରେଣ୍ଡର ନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି। ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ କିଏ ସରକାରୀ ଚାକିରି କରିଛନ୍ତି ତ ଆଉ କିଏ ଡାକ୍ତର ଏବଂ ଶିକ୍ଷକ ପଦବୀରେ କାର୍ଯ୍ୟରତ ଅଛନ୍ତି। ସବୁ ପ୍ରକାର ଲୋକ ଅଛନ୍ତି। ତେଣୁ ମୁଁ ନିବେଦନ କରୁଛି ଇ-କେଓ୍ବାଇସି ସରିବା ପୂର୍ବରୁ ସରେଣ୍ଡର କରନ୍ତୁ। ଏହାର କୌଣସି ଡେଡଲାଇନ୍ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।

ଅନ୍ୟପଟେ ସୁଭଦ୍ରା ଯୋଜନାରେ ରାଜ୍ୟର ୧୫୭ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆବେଦନ କରିଥିବା ୧୫୭ ଜଣ ପୁରୁଷଙ୍କୁ ବାଦ୍ ଦିଆଯାଇଛି। ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ ଜଣାପଡିଲା। ଭୁଲବଶତଃ ଆବେଦନ କରିଥିବେ , ସେମାନଙ୍କୁ ବାଦ୍ ଦିଆଯାଇଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।