MSP for Jute farmers: ଝୋଟ ପାଇଁ ସହାୟତା ମୂଲ୍ୟରେ ବୃଦ୍ଧି, କ୍ୱିଣ୍ଟାଲ୍‍ ପିଛା ୫ ହଜାର ୬୫୦ ଟଙ୍କାରେ କିଣିବେ ସରକାର
Advertisement
Article Detail0/zeeodisha/odisha2612294

MSP for Jute farmers: ଝୋଟ ପାଇଁ ସହାୟତା ମୂଲ୍ୟରେ ବୃଦ୍ଧି, କ୍ୱିଣ୍ଟାଲ୍‍ ପିଛା ୫ ହଜାର ୬୫୦ ଟଙ୍କାରେ କିଣିବେ ସରକାର

MSP for Jute farmers: ୨୦୧୮-୧୯ ବଜେଟ୍‍ ଘୋଷଣା ଅନୁସାରେ ଝୋଟ ବିପଣନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଅତିକମରେ  ସର୍ବ ଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣ ହେବା ଆବଶ୍ୟକ। ଏହି ନୀତି ଅନୁସାରେ ୨୦୨୫-୨୬ ବିପଣନ ଋତୁ ପାଇଁ  ମୂଲ୍ୟ ଘୋଷଣା କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। 

MSP for Jute farmers: ଝୋଟ ପାଇଁ ସହାୟତା ମୂଲ୍ୟରେ ବୃଦ୍ଧି, କ୍ୱିଣ୍ଟାଲ୍‍ ପିଛା ୫ ହଜାର ୬୫୦ ଟଙ୍କାରେ କିଣିବେ ସରକାର
 MSP for Jute farmers: ଦେଶର ଝୋଟ ଚାଷୀଙ୍କ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ନୂଆ ମୂଲ୍ୟ ଅନୁସାରେ ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର କ୍ୱିଣ୍ଟାଲ୍‍ ପିଛା ସର୍ବନିମ୍ନ ୫୬୫୦ ଟଙ୍କା ସହାୟତା ପ୍ରଦାନ କରିବେ। ଏହାଦ୍ୱାରା ସର୍ବଭାରତୀୟ ସ୍ତରରେ ହାରାହାରି ଉତ୍ପାଦନ ଖର୍ଚ୍ଚ ଉପରେ ୬୬.୮ ପ୍ରତିଶତ ଲାଭ ସୁନିଶ୍ଚିତ ହେବ ବୋଲି କନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାଦ୍‍ୱାରା ମୁଖ୍ୟତଃ ପଶ୍ଚିମବଙ୍ଗ, ବିହାର ଓ ଆସାମର ଝୋଟ ଚାଷୀ ଉପକୃତ ହେବେ।
 
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‍ କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୮-୧୯ ବଜେଟ୍‍ ଘୋଷଣା ଅନୁସାରେ ଝୋଟ ବିପଣନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଅତିକମରେ  ସର୍ବ ଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣ ହେବା ଆବଶ୍ୟକ। ଏହି ନୀତି ଅନୁସାରେ ୨୦୨୫-୨୬ ବିପଣନ ଋତୁ ପାଇଁ  ମୂଲ୍ୟ ଘୋଷଣା କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।  
 
ଏହି ଘୋଷଣା ଦ୍ୱାରା ୨୦୨୫-୨୬ ପାଇଁ ଝୋଟର ଏମଏସପି ପୂର୍ବବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୩୧୫ ଟଙ୍କା ବୃଦ୍ଧି ପାଇଛି । ଭାରତ ସରକାର ୨୦୧୪-୧୫ରେ ଝୋଟର ଏମଏସପି କୁଇଣ୍ଟାଲ ପିଛା ୨୪୦୦ ଟଙ୍କା ପ୍ରଦାନ କରୁଥିଲେ। ୨୦୨୫-୨୬ରେ କ୍ୱିଣ୍ଟାଲ ପିଛା ଏହି ସହାୟତା ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୬୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହା ୨୦୨୪-୨୫ ବିପଣନ ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୩୨୫୦ ଟଙ୍କା (୨.୩୫ ଗୁଣ) ଅଧିକ। ଏହା ସ୍ୱୟଂ ଏକ ରେକର୍ଡ ସୃଷ୍ଟି କରିଛି ।
 
ପ୍ରତିବର୍ଷ ଭାରତ ସରକାରଙ୍କ ପକ୍ଷରୁ ଝୋଟ ଚାଷୀଙ୍କୁ ପ୍ରଦାନ କରାଯାଉଥିବା  ସର୍ବନିମ୍ନ ସହାୟକ ମୂଲ୍ୟକୁ ଅନୁଶୀଳନ କଲେ ଜଣାଯାଏ ଯେ,  ୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ୪୪୧ କୋଟି ଟଙ୍କା  ସହାୟତା ରାଶି ପ୍ରଦାନ କରାଯାଇଛି। ୨୦୧୪-୧୫ରୁ ୨୦୨୪-୨୫ ମଧ୍ୟରେ ଝୋଟ ଉତ୍ପାଦନକାରୀଙ୍କୁ ଏମଏସପି ରାଶି ଭାବେ ୧୩୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି। 
 
ଆମ ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୦ ଲକ୍ଷ ଚାଷୀ ପରିବାର  ଜୀବୀକା ଭାବେ ଝୋଟ ଶିଳ୍ପ ଉପରେ ନିର୍ଭର କରନ୍ତି। ପ୍ରାୟ ୪ ଲକ୍ଷ ଶ୍ରମିକ ଝୋଟ ମିଲଗୁଡ଼ିକରେ ସିଧାସଳଖ ନିଯୁକ୍ତି ପାଇଛନ୍ତି ଏବଂ ବ୍ୟବସାୟ କରନ୍ତି।  ଗତବର୍ଷ ୧ ଲକ୍ଷ ୭୦ ହଜାର ଚାଷୀଙ୍କଠାରୁ ଝୋଟ କିଣାଯାଇଥିଲା। ଝୋଟ ଚାଷୀଙ୍କ ମଧ୍ୟରୁ ୮୨% ପଶ୍ଚିମବଙ୍ଗର ହୋଇଥିବା ବେଳେ  ଆସାମ ଓ ବିହାରରେ ଦେଶର ଅନ୍ୟ ୧୮ ପ୍ରତିଶତ ଅର୍ଥାତ୍‍ ୯% ଲେଖାଏଁ ଚାଷୀ  ଝୋଟ ଚାଷ ସହ ସମ୍ପୃକ୍ତ ରହିଛନ୍ତି।