Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Advertisement
Article Detail0/zeeodisha/odisha2612282

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
1.Odisha News: ରାଜ୍ୟର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିବ। ଏହାକୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାକରେ ନାମିତ କରାଯିବ। ଏହି ସ୍କୁଲ୍‍ ଜିଲ୍ଲା ସ୍ତରର ସ୍ମାର୍ଟ ସ୍କୁଲ୍‍ ଗୁଡ଼ିକ ଲାଗି ଫିଡର ସ୍କୁଲ୍‍ ଭାବେ କାର୍ଯ୍ୟ କରିବେ। ଚଳିତ ବର୍ଷ ଏହିକ୍ରମରେ ୧୧୪ଟି ଫିଡର ସ୍କୁଲ୍‍ ବା ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା ଲାଗି ବଜେଟ୍‍ଥ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗର ଏହି ପ୍ରସ୍ତାବକୁ ମଞ୍ଜୁର କରିଥିବା ସେ ସୂଚନା ଦେଇଛନ୍ତି। 
 
2.UPSC CSE 2025: ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ୨୨ ଜାନୁଆରୀ ୨୦୨୫ରେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ (CSE) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପରୀକ୍ଷା ସେହି ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଯେଉଁମାନେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବନ ସେବା (IFS) ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ସେବାରେ କ୍ୟାରିଅର କରିବାକୁ ଚାହୁଁଛନ୍ତି। ବିଜ୍ଞପ୍ତି ପ୍ରକାଶ ପରେ ପ୍ରାର୍ଥୀମାନେ ଏବେ UPSCର ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଇ ଅନଲାଇନରେ ପଞ୍ଜୀକରଣ କରିପାରିବେ।
 
3.Ration Card: ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଗିଦ୍‌ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ କରୁଛି ସରେଣ୍ଡର କରିଯାଆନ୍ତୁ। ସରେଣ୍ଡର ନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି। ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ କିଏ ସରକାରୀ ଚାକିରି କରିଛନ୍ତି ତ ଆଉ କିଏ ଡାକ୍ତର ଏବଂ ଶିକ୍ଷକ ପଦବୀରେ କାର୍ଯ୍ୟରତ ଅଛନ୍ତି। ସବୁ ପ୍ରକାର ଲୋକ ଅଛନ୍ତି। ତେଣୁ ମୁଁ ନିବେଦନ କରୁଛି ଇ-କେଓ୍ବାଇସି ସରିବା ପୂର୍ବରୁ ସରେଣ୍ଡର କରନ୍ତୁ। ଏହାର କୌଣସି ଡେଡଲାଇନ୍ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।
 
4.Donald Trump: ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ନେବାର କିଛି ସମୟ ପରେ, ସେ ଅନେକ ବଡ଼ ନିଷ୍ପତ୍ତି ନେଲେ ଯାହା ବିଶ୍ୱକୁ ଚକିତ କରିଦେଇଥିଲା। ରାଷ୍ଟ୍ରପତି ହେବା ମାତ୍ରେ ସେ WHO ଛାଡିବା, କାନାଡା ଉପରେ ଶୁଳ୍କ ଲାଗୁ କରିବା ଏବଂ ପ୍ୟାରିସ ଜଳବାୟୁ ଚୁକ୍ତିନାମାରୁ ଓହରି ଯିବା ଭଳି  ନିଷ୍ପତ୍ତି ନେଇଥିଲେ। ତଥାପି, ଟ୍ରମ୍ପଙ୍କ ଆଉ ଏକ ନିଷ୍ପତ୍ତି ଅଧିକାଂଶ ଭାରତୀୟଙ୍କୁ ଚିନ୍ତିତ କରିଛି। ଏହି ନିଷ୍ପତ୍ତି ସେମାନଙ୍କର ଅବୈଧ ପ୍ରବାସୀମାନଙ୍କ ସହିତ ଜଡିତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷରିତ କରିଛନ୍ତି, ଯାହା ଯୋଗୁଁ ଆମେରିକାରେ ଅବୈଧ ପ୍ରବାସୀ ବିପଦରେ ପଡ଼ିଛନ୍ତି।
 
5.Subhadra Yojana: ସୁଭଦ୍ରା ଯୋଜନାକୁ ନେଇ ଆସିଲା ଚାଞ୍ଚଲ୍ୟ ଖବର। ଯୋଜନାରେ ମହିଳାମାନେ ଆବେଦନ କରୁଥିବାବେଳେ ବର୍ତ୍ତମାନ ପୁରୁଷ ମାନେ ବି ଆବେଦନ କରିଛନ୍ତି। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟର ୧୫୭ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ଆବେଦନ କରିଥିବା ୧୫୭ଜଣ ପୁରୁଷଙ୍କୁ ବାଦ୍ ଦିଆଯାଇଛି। ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ ଜଣାପଡିଲା। ଭୁଲବଶତଃ ଆବେଦନ କରିଥିବେ, ସେମାନଙ୍କୁ ବାଦ୍ ଦିଆଯାଇଛି। 
 
6.Today weather update: ନୂଆଦିଲ୍ଲୀ: ଆଜି ଦେଶର ୧୦ ରୁ ଅଧିକ ରାଜ୍ୟରେ ବର୍ଷା ହେବାର ସତର୍କ ସୂଚନା ଦିଆଯାଇଛି, ଯାହା ଫଳରେ ଏହି ରାଜ୍ୟଗୁଡ଼ିକରେ ଶୀତର ମାତ୍ରା ବୃଦ୍ଧି ପାଇପାରେ। ସକାଳେ ଦିଲ୍ଲୀ-ଏନସିଆରରେ କଳା ମେଘ ଥିଲା। ପାଣିପାଗ ବିଭାଗ ଆଜି ଏବଂ ଆସନ୍ତାକାଲି ଦିଲ୍ଲୀ-ଏନସିଆରରେ ବର୍ଷା ହେବାର ପୂର୍ବାନୁମାନ କରିଛି। ଦେଶର ପାହାଡ଼ି ରାଜ୍ୟ ଜମ୍ମୁ ଏବଂ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ସମତଳ ଅଞ୍ଚଳରେ ବର୍ଷା ଏବଂ ପାହାଡ଼ି ଅଞ୍ଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି। ହିମାଚଳ ପ୍ରଦେଶର ୨୦ରୁ ଅଧିକ ଜିଲ୍ଲାରେ ବର୍ଷା, ତୁଷାରପାତ ଏବଂ ବଜ୍ରପାତ ହୋଇପାରେ।
 
7.Odisha News: ଭୁବନେଶ୍ୱର: କଳାହାଣ୍ଡିରେ ଚାଲିଥିବା ଲୋକ ମହୋତ୍ସବ ଘୁମୁରାରେ ଜିଲ୍ଲାର ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଯୁବ ପ୍ରତିଭାଙ୍କୁ ବେଦାନ୍ତ ଲିମିଟେଡ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୯ ଜଣ ଯୁବକଙ୍କୁ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ବେଦାନ୍ତର ଆଲୁମିନା ବିଜନେସ୍ ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ସମ୍ମାନଜନକ ଜ୍ଞାନ ଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।
 
 
8.Barabati Stadium:ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ ପାଇଁ ପ୍ରଥମ ଟିକେଟ ପୁରୀ ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଏପଟେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଟିକଟ କିଣିଲେ ମୁଖ୍ୟମନ୍ତ୍ରୀ। ମ୍ୟାଚର ପ୍ରଥମ ଟିକଟ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓସିଏ ପ୍ରତିନିଧିମଣ୍ଡଳ। ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ଭେଟିଥିଲେ। ଫେବ୍ରୁଆରୀ ୯ରେ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ। ତେବେ ବାରବାଟୀ ଷ୍ଟାଡିୟମରେ କିଭଳି ମ୍ୟାଚ ସୁରୁଖୁରୁରେ ହେବ ସେନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ସଞ୍ଜୟ ବେହେରା। ଫେବ୍ରୁଆରୀ ୯ରେ ବାରବାଟୀରେ ଟିମ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। 
 
9.IND-ENG ODI Match: ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ବନାମ ଇଂଲଣ୍ତ ଦିନିକିଆ(Oneday) କ୍ରିକେଟ ମ୍ୟାଚ୍। ଏ ନେଇ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପହଞ୍ଚିଛି  ଭାରତ-ଇଂଲଣ୍ଡ ମ୍ୟାଚର ପ୍ରଥମ ଟିକେଟ।ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସଂପାଦକ ଶ୍ରୀ ସଞ୍ଜୟ ବେହେରା ଶ୍ରୀମନ୍ଦିର ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଥମ ଟିକେଟ ଦେଇଛନ୍ତି।
 
10.India vs England: Playing XI,  ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ପ୍ରସିଦ୍ଧ ଷ୍ଟାଡିୟମ ଇଡେନ୍ ଗାର୍ଡେନରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡର ପ୍ଲେଇଂ ଇଲେଭେନ୍ ଘୋଷଣା କରିସାରିଛି। ଭାରତର ପ୍ଲେଇଂ ଇଲେଭେନ୍ ଟସ୍ ସମୟରେ ନିର୍ଣ୍ଣୟ ନିଆଯିବ। ଯଦିଓ ଭାରତର ପ୍ଲେଇଂ ଇଲେଭେନରେ ଅନେକ ଖେଳାଳିଙ୍କ ସ୍ଥାନ ସ୍ଥିର ହୋଇସାରିଛି କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ରଣନୀତି ଯୋଗୁଁ ରିଙ୍କୁ ସିଂହଙ୍କ ସ୍ଥାନ ବିପଦରେ ପଡ଼ିଛି।