Odisha Politics: ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ
Advertisement

Odisha Politics: ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

Odisha Politics:  ବିଜେଡିରୁ ଇସ୍ତଫା ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ନିଜ ଇସ୍ତଫାପତ୍ରକୁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଜଣାପଡିଛି । ଦଳ କାହିଁକି ଛାଡିଲେ ସେନେଇ କୌଣସି ସ୍ପଷ୍ଟ ମତ ରଖିନଥିଲେ ମଧ୍ୟ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଯାଇଛି ।

Odisha Politics: ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

Odisha Politics: ଗୁରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ନିଜ ଇସ୍ତଫାପତ୍ରକୁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଜଣାପଡିଛି । ଦଳ କାହିଁକି ଛାଡିଲେ ସେନେଇ କୌଣସି ସ୍ପଷ୍ଟ ମତ ରଖିନଥିଲେ ମଧ୍ୟ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଯାଇଛି ।

ସୂଚନାଯୋଗ୍ୟ, ବିଜେଡି ଆଗାମି ନିର୍ବାଚନ ପାଇଁ ଆଠମଲ୍ଲିକରୁ ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ତେବେ ବୋଧହୁଏ ରମେଶ ଏନେଇ ଅସନ୍ତୋଷ ଥିବାରୁ ଇସ୍ତଫା ଦେଇଛନ୍ତି ବୋଲି ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଆଲୋଚନା ହେଉଛି । ରମେଶ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ତେବେ ମାତ୍ର ଦୁଇ ଦିନ ମଧ୍ୟରେ ୬ ଜଣ ବରିଷ୍ଠ ନେତା ବିଜେଡି ଛାଡିବା ବର୍ତ୍ତମାନ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ରମେଶଙ୍କ ପୂର୍ବରୁ ବିଜେଡି ଛାଡିଥିବା ନେତାମାନେ ହେଉଛନ୍ତି, ସୋର ବିଧାୟକ ପର୍ଶୁରାମ ଧଡା, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଜଗତସିଂପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଓ ଭଦ୍ରକର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ପୁଅ ଅସିତ୍ ପଟ୍ଟନାୟକ। ଦଳରୁ ନିର୍ବାଚନ ଲଢିବାକୁ ସୁଯୋଗ ନପାଇବା କାରଣରୁ ସମସ୍ତେ ଦଳ ଛାଡୁଛନ୍ତି ବୋଲି ଚର୍ଚ୍ଚା ଆଲୋଚନା ହେଉଛି ।

Also Read- Gold Silver Price: ୭୦ ହଜାର ପାର କଲା ସୁନା ଦର, ଜାଣନ୍ତୁ ଆଜିର ଦର

Also Read- ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ ସଫଳତାର ସହ ୪୦୦ ଅଧ୍ୟାୟରେ ପହଞ୍ଚିଲା