Gujarat Elections 2022: ବିଜେପି ଲାଗି କାଳ ସାଜିପାରେ ଝାଡଖଣ୍ଡ! ଜାଣନ୍ତୁ କିପରି ବିଗିଡିପାରେ ଖେଳ
Advertisement
Article Detail0/zeeodisha/odisha1426474

Gujarat Elections 2022: ବିଜେପି ଲାଗି କାଳ ସାଜିପାରେ ଝାଡଖଣ୍ଡ! ଜାଣନ୍ତୁ କିପରି ବିଗିଡିପାରେ ଖେଳ

Jharkhand Factor in Gujarat Politics:  ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ସହ ଝାଡଖଣ୍ଡର କ'ଣ ରହିଛି ସମ୍ପର୍କ? ଗୁଜୁରାଟ ନିର୍ବାଚନରେ ଝାଡଖଣ୍ଡ କିପରି ରାଜନୈତିକ ଖେଳ ଖେଳୁଛି? ଏହି ନିର୍ବାଚନ ସହିତ ଝାଡଖଣ୍ଡ କିପରି ଯୋଡ଼ିହୋଇଛି?

Gujarat Elections 2022: ବିଜେପି ଲାଗି କାଳ ସାଜିପାରେ ଝାଡଖଣ୍ଡ! ଜାଣନ୍ତୁ କିପରି ବିଗିଡିପାରେ ଖେଳ

Gujarat Assembly Elections 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଗୁଜୁରାଟ ଗଡ଼ ଦଖଲ କରିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି ବିଜେପି କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି। ହେଲେ ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିପାରେ ଝାଡଖଣ୍ଡ। 

ଆପଣ ଭାବୁଥିବେ ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ (Gujarat Assembly Elections 2022) ସହ ଝାଡଖଣ୍ଡର (Jharkhand) କ'ଣ ରହିଛି ସମ୍ପର୍କ? ଗୁଜୁରାଟ ନିର୍ବାଚନରେ ଝାଡଖଣ୍ଡ କିପରି ରାଜନୈତିକ ଖେଳ ଖେଳୁଛି? ଏହି ନିର୍ବାଚନ ସହିତ ଝାଡଖଣ୍ଡ କିପରି ଯୋଡ଼ିହୋଇଛି? ଏହି ସମସ୍ତ ପ୍ରଶ୍ନର ଉତ୍ତର ଏବେ ମିଳିଯାଇଛି। ଆଉ ଏହାର ଉତ୍ତର ରଖିଛନ୍ତି ଝାଡଖଣ୍ଡର ଆଦିବାସୀ ନେତା (Jharkhand Tribal Leader)। ସେମାନଙ୍କ କହିବା କଥା ଯେ ଏଥର ଗୁଜରାଟ ନିର୍ବାଚନରେ ​​ଆଦିବାସୀଙ୍କ (Tribes) ପାଇଁ ସଂରକ୍ଷିତ ରହିଥିବା ଆସନ ଦଖଲ କରିବା ବିଜେପି ପାଇଁ କଷ୍ଟସାଧ୍ୟ କାର୍ଯ୍ୟ ହୋଇାପାରେ। ଗୁଜୁରାଟର ମୋଟ ୧୮୨ ଆସନ ମଧ୍ୟରୁ ୨୭ ଆସନ ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ରହିଛି। 

ଗୁଜୁରାଟର ମୋଟ ଜନସଂଖ୍ୟାର (Population of Gujarat) ପ୍ରାୟ ୧୫ ପ୍ରତିଶତ ହେଉଛନ୍ତି ଆଦିବାସୀ। ରାଜ୍ୟରେ ଆଦିବାସୀଙ୍କ ମୋଟ ଜନସଂଖ୍ୟା ହେଉଛି ପ୍ରାୟ ୧ କୋଟି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ୍ ନ ଦେବା ଲାଗି  ନିବେଦନ କରୁଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ ଶାସକ ମେଣ୍ଟରେ ଶାମିଲ ହୋଇଥିବା ଆଦିବାସୀ ନେତା। ଏହି ପ୍ରସଙ୍ଗରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଧୁ ତିର୍କୀ (Jharkhand Congress Leader Bandhu Tirkey) କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Jharkhand CM Hemant Soren) ହେଉଛନ୍ତି ନିଜେ ଜଣେ ଆଦିବାସୀ। ରାଜ୍ୟରେ ମେଣ୍ଟ ସରକାର ଗଠନ ହେବା ପର ଠାରୁ ବିଜେପି ତାଙ୍କୁ ଆଦିବାସୀ ହୋଇଥିବାରୁ ଅପମାନିତ କରୁଛି। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବା ପାଇଁ ବିଜେପି କେବେ ପଛଘୁ଼ଞ୍ଚା ଦେଇନାହିଁ। କୌଣସି ଆଦିବାସୀ ବିଜେପିକୁ ଭୋଟ୍ ଦେବା ଉଚିତ୍ ନୁହେଁ।

Also Read: Gujarat Politics: ସେହି ବିଧାନସଭା ଆସନ, ଯେଉଁଠି ଜିତିବା ପାଇଁ ଅପେକ୍ଷା କରିଛି ବିଜେପି-କଂଗ୍ରେସ

କଂଗ୍ରେସ ନେତା ବନ୍ଧୁ ତିର୍କୀ କହିଛନ୍ତି ବିଜେପି କେବଳ ଆଦିବାସୀଙ୍କୁ ବ୍ୟବହାର କରୁଛି। ଆଦିବାସୀଙ୍କୁ ଉପରକୁ ଉଠିଥିବାର କେବେ ଦେଖିପାରିବ ନାହିଁ ବିଜେପି। ସେମାନେ ଆଦିବାସୀଙ୍କୁ ଲଲିପପ୍ ଦେବା ଭଳି କାମ କରୁଛନ୍ତି। କିଛି ଲୋକଙ୍କୁ ପଦବୀ ଦେଇ ବିଭ୍ରାନ୍ତ କରିବାକୁ କାର୍ଯ୍ୟ କରୁଛନ୍ତି। ବିଜେପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଧ୍ୟମରେ କୌଣସି ଯାଞ୍ଚ କରୁ। ଏଥିରେ କୌଣସି ଅସୁବିଧା ନାହିଁ। ହେଲେ ଆଦିବାସୀଙ୍କୁ ଅପମାନ କରିବା ଭୁଲ। ଝାଡଖଣ୍ଡ ଆଦିବାସୀଙ୍କ ଗୁଜୁରାଟ ଆଦିବାସୀଙ୍କ ସହ ସମ୍ପର୍କ ରହିଛି। ଆମେ ସେମାନଙ୍କ ସହିତ ଯୋଗାଯୋଗରେ ରହିଛୁ। ଗୁଜୁରାଟରେ ଏପରି ପ୍ରାୟ ୪୭ ସିଟ୍ ରହିଛି ଯେଉଁଠି ଆଦିବାସୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଆମେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅପମାନକୁ ବରଦାସ୍ତ କରିବୁ ନାହିଁ। ଯଦି ହାଇ କମାଣ୍ଡ ନିର୍ଦ୍ଦେଶ ଦିଅନ୍ତି, ତାହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଆଦିବାସୀ ସମାଜ ସାମ୍ନାକୁ ଯିବେ। 

ଗୁଜୁରାଟର ଆଦିବାସୀ ବହୁଳ ୧୦ ଜିଲ୍ଲା 

  • ଡାଙ୍ଗ: ୯୫% ପ୍ରତିଶତ
  • ତାପି: ୮୪% 
  • ନର୍ମଦା: ୮୨% 
  • ଦହୋଦ: ୭୪%
  • ଭାଲସାଦ: ୫୩% 
  • ନଭସାରୀ: ୪୮% 
  • ଭରୁଚ: ୩୧% 
  • ଭଦୋଦରା: ୨୮% 
  • ସାବରକଣ୍ଠା: ୨୨%
  • ପଞ୍ଚମହାଲ: ୩୦%