ପରାଜୟରୁ ମିଳିଲା ଶିକ୍ଷା; କଂଗ୍ରେସ ସଙ୍ଗଠନରୁ ବିଦା ହେବେ ରାହୁଲ ଗାନ୍ଧୀଙ୍କ ଅନୁଗତ
Advertisement

ପରାଜୟରୁ ମିଳିଲା ଶିକ୍ଷା; କଂଗ୍ରେସ ସଙ୍ଗଠନରୁ ବିଦା ହେବେ ରାହୁଲ ଗାନ୍ଧୀଙ୍କ ଅନୁଗତ

ସୋନିଆ ଗାନ୍ଧୀଙ୍କ ସହ ବୈଠକରେ ଯୋଗ ଦେଇଥିବା ନେତା ଦଳକୁ ମଜବୁତ କରିବା ଏବଂ ଆସନ୍ତା ନିର୍ବାଚନରେ ​​କିପରି ବିଜେପି ସହ ଦଳ ମୁକାବିଲା କରିବ ସେ ଦିଗରେ ସେମାନଙ୍କ ପରାମର୍ଶ ଦେଇଛନ୍ତି। 

ପରାଜୟରୁ ମିଳିଲା ଶିକ୍ଷା; କଂଗ୍ରେସ ସଙ୍ଗଠନରୁ ବିଦା ହେବେ ରାହୁଲ ଗାନ୍ଧୀଙ୍କ ଅନୁଗତ

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏବେ ସକ୍ରିୟ ହୋଇଉଠିଛନ୍ତି ​​କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ପ୍ରଥମେ ସେ ଗୁଲାମ ନବୀ ଆଜାଦଙ୍କୁ ଭେଟିବାର କିଛି ଦିନ ପରେ ଆନନ୍ଦ ଶର୍ମା ଏବଂ ମନୀଷ ତିୱାରୀଙ୍କ ସମେତ G23 ଗୋଷ୍ଠୀର କିଛି ନେତାଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଦଳର ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ବାବଦରେ ଆଲୋଚନା ହୋଇଥିଲା।

ସୋନିଆ ଗାନ୍ଧୀଙ୍କ ସହ ବୈଠକରେ ଯୋଗ ଦେଇଥିବା ନେତା ଦଳକୁ ମଜବୁତ କରିବା ଏବଂ ଆସନ୍ତା ନିର୍ବାଚନରେ ​​କିପରି ବିଜେପି ସହ ଦଳ ମୁକାବିଲା କରିବ ସେ ଦିଗରେ ସେମାନଙ୍କ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ଏପରି ଅଧିକ ବୈଠକ ଅନୁଷ୍ଠିତ ହୋଇପାରେ ବୋଲି ଦଲୀୟ ସୂତ୍ରରୁ ପ୍ରକାଶ। ଏହି ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ କିଛି G23 ଗୋଷ୍ଠୀର ନେତାଙ୍କୁ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ସ୍ଥାନ ଦିଆଯାଇପାରେ। ବୋଲି ଖବର ମିଳିଛି। ଏହା ମଧ୍ୟ ସମ୍ଭବ ଯେ କଂଗ୍ରେସ ହାଇକମାଣ୍ଡ ପାର୍ଟି ସଂସଦୀୟ ବୋର୍ଡ ପରି ଏକ ନୂଆ ଦଳୀୟ ଶାଖା ଗଠନ କରିପାରନ୍ତି। ଯେଉଁଥିରେ G23 ଗୋଷ୍ଠୀର ନେତାଙ୍କୁ ସ୍ଥାନ ମିଳିପାରେ।

Also Read: Assembly Election 2022: ପରାଜୟ ପରେ କେଉଁଠି ଛିଡ଼ା ହୋଇଛି କଂଗ୍ରେସ?

ଯଦି କଂଗ୍ରେସ ଦଳରେ ସଂସଦୀୟ ବୋର୍ଡ ଗଠିତ ହୁଏ ତାହେଲେ ଦଳର ଏହି ଶାଖା ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ଥିର କରିବା ଏବଂ ସମାନ ବିଚାର ରଖୁଥିବା ଦଳ ସହ ମେଣ୍ଟ ଗଠନ କରିବା ସମେତ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାର କ୍ଷମତା ପାଇପାରେ।

G23 ଗୋଷ୍ଠୀର ନେତା ଏହା ମଧ୍ୟ ଚାହୁଁଛନ୍ତି ଯେ ଦଳୀୟ ସଙ୍ଗଠନର ବିଭିନ୍ନ ପଦ ପଦବୀରେ ରହିଥିବା ରାହୁଲ ଗାନ୍ଧୀଙ୍କ ସହଯୋଗୀଙ୍କୁ ସେମାନଙ୍କ ଦାୟିତ୍ୱରୁ ହଟାଯାଉ। ଏହି ନେତାଙ୍କ ତାଲିକାରେ ଅଛନ୍ତି କେସି ବେଣୁଗୋପାଳ, ଦଳୀୟ ମୁଖ୍ୟ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା ଏବଂ କଂଗ୍ରେସ ମହାସଚିବ ଅଜୟ ମାକନ। ଅସନ୍ତୁଷ୍ଟ G23 ଗୋଷ୍ଠୀର ନେତାଙ୍କୁ ମନାଇବା ପାଇଁ ଏହି ନେତାଙ୍କୁ ସାଙ୍ଗଠାନିକ ଦାୟିତ୍ୱରୁ ହଟାଯାଇପାରେ। 

Also Read: ଅଧ୍ୟକ୍ଷ ପଦରେ ରହିବାକୁ ସୋନିଆ ଗାନ୍ଧୀଙ୍କୁ ଅନୁରୋଧ ଜଣାଇଲା ବିଦ୍ରୋହୀ G-23 ଗୋଷ୍ଠୀ

ରାଜ୍ୟସଭାରେ କଂଗ୍ରେସ ଉପନେତା ଆନନ୍ଦ ଶର୍ମା, ଲୋକସଭା ସାଂସଦ ମନୀଷ ତିୱାରୀ, ରାଜ୍ୟସଭା ସାଂସଦ ବିବେକ ତନଖା ପ୍ରମୁଖ ୧୦ ଜନପଥ ସ୍ଥିତ ବାସଭବନରେ ଯାଇ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ଭେଟଘାଚ ବେଳେ ଗୁଲାମ ନବୀ ଆଜାଦ G23 ଗୋଷ୍ଠୀର ଅନ୍ୟ ନେତାଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି। 

G23 ଗୋଷ୍ଠୀର ନେତାଙ୍କୁ ସହ ଚର୍ଚ୍ଚା କରି ଦଳରେ ରହିଥିବା ମତଭେଦ ଦୂର କରିବାକୁ ଚାହୁଁଛନ୍ତି କଂଗ୍ରେସ ନେତୃବୃନ୍ଦ। ଏହି ଗୋଷ୍ଠୀ ସହ ଜଡ଼ିତ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଗତ ଶୁକ୍ରବାର ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ଅବସରରେ ସେ କହିଥିଲେ ବର୍ତ୍ତମାନ ଦଳରେ ନେତୃତ୍ୱ ପରିବର୍ତ୍ତନ କୌଣସି ପ୍ରସଙ୍ଗ ହୋଇ ରହିନାହିଁ। ଦଳୀୟ ସଙ୍ଗଠନକୁ କିପରି ମଜବୁତ କରାଯିବ ଏବଂ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କେଉଁ ରଣନୀତି ପ୍ରସ୍ତୁତ କରାଯିବ ସେ ନେଇ ମୁଁ କିଛି ପରାମର୍ଶ ଦେଇଛି।   

Also Read: ଦଳୀୟ ପରାଜୟ ପରେ କାହିଁକି ଚର୍ଚ୍ଚାର ପରିସରକୁ ଆସିଲା G23 ଗୋଷ୍ଠୀ?

ଗୁଲାମ ନବୀ ଆଜାଦଙ୍କ ବିବୃତ୍ତି ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି। ଏହାର କିଛି ଦିନ ପୂର୍ବରୁ ତାଙ୍କ ସହକର୍ମୀ ତଥା ଅନ୍ୟତମ ବରିଷ୍ଠ କଂଗ୍ରେସ କପିଲ ଶିବଲ ଏକ ସାକ୍ଷାତକାରରେ ଖୋଲାଖୋଲି ଭାବରେ କହିଥିଲେ ଯେ ଗାନ୍ଧୀ ପରିବାର ଦଳୀୟ ନେତୃତ୍ୱ ଛାଡି଼ବା ଆବଶ୍ୟକ ଏବଂ ଏହି ଦାୟିତ୍ୱ ଦଳର ଅନ୍ୟ କୌଣସି ନେତାଙ୍କୁ ପ୍ରଦାନ କରିବା ଆବଶ୍ୟକ। G23 ଗୋଷ୍ଠୀ ଦଳରେ ସାଙ୍ଗଠନିକ ପରିବର୍ତ୍ତନ ଏବଂ ସାମୂହିକ ନେତୃତ୍ୱ ଦାବି କରିଆସୁଛି।