Mohan Bhagwat: ଆରଏସଏସ ମୁଖ୍ୟଙ୍କୁ ଭେଟିବାକୁ ନେଇ ମୁସଲିମ ବୁଦ୍ଧିଜୀବୀଙ୍କ ଉପରେ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ
Advertisement
Article Detail0/zeeodisha/odisha1362977

Mohan Bhagwat: ଆରଏସଏସ ମୁଖ୍ୟଙ୍କୁ ଭେଟିବାକୁ ନେଇ ମୁସଲିମ ବୁଦ୍ଧିଜୀବୀଙ୍କ ଉପରେ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ

ଗୁରୁବାର ଦିଲ୍ଲୀର ଏକ ମସଜିଦ ଠାରେ ଅଖିଳ ଭାରତୀୟ ଇମାମ ସଙ୍ଗଠନ ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ମୁଖ୍ୟ ମୋହନ ଭଗବତ। ଏହାପୂର୍ବରୁ ମୁସଲମାନ ବୁଦ୍ଧିଜୀବୀଙ୍କୁ ଭେଟିଛନ୍ତି ସଂଘ ମୁଖ୍ୟ ଭଗବତ। ହେଲେ ଏହି ଭେଟଘାଟକୁ ନେଇ ତାତି ଉଠିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅ

 Mohan Bhagwat: ଆରଏସଏସ ମୁଖ୍ୟଙ୍କୁ ଭେଟିବାକୁ ନେଇ ମୁସଲିମ ବୁଦ୍ଧିଜୀବୀଙ୍କ ଉପରେ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ

Asaduddin Owaisi targets Muslim Intellectual: ଗୁରୁବାର ଦିଲ୍ଲୀର ଏକ ମସଜିଦ ଠାରେ ଅଖିଳ ଭାରତୀୟ ଇମାମ ସଙ୍ଗଠନ ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ମୁଖ୍ୟ ମୋହନ ଭଗବତ। ଏହାପୂର୍ବରୁ ମୁସଲମାନ ବୁଦ୍ଧିଜୀବୀଙ୍କୁ ଭେଟିଛନ୍ତି ସଂଘ ମୁଖ୍ୟ ଭଗବତ। ହେଲେ ଏହି ଭେଟଘାଟକୁ ନେଇ ତାତି ଉଠିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି। 

ଏହି ଭେଟଘାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି (AIMIM Chief Asaduddin Owaisi) କହିଛନ୍ତି, ଆମକୁ କାହିଁକି ସନ୍ଦେହ କରାଯାଉଛି? ଯେଉଁମାନେ ଏକାଠି ହୋଇଛନ୍ତି, ସେମାନଙ୍କୁ ପଚାରନ୍ତୁ ସେମାନେ କେଉଁ ବିଷୟରେ କଥା ହୋଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ଆଦର୍ଶକୁ ସମଗ୍ର ବିଶ୍ୱ ଜାଣିଛି। ଆଉ ଆପଣ ଯାଇ ସେମାନଙ୍କୁ ଭେଟିବ। ଏହା ହେଉଛି ମୁସଲମାନ ସମ୍ପ୍ରଦାୟର ତଥାକଥିତ ଶିକ୍ଷିତ ବିଭାଗ ଆଉ ସେମାନେ ଯାହା କରିବେ ତାହା ସତ୍ୟ। ହେଲେ ଆମେ ଯିଏ ନିଜର ରାଜନୈତିକ ଅଧିକାର ଏବଂ ମୌଳିକ ଅଧିକାର ପାଇଁ ଲଢେଇ କରୁଛନ୍ତି ସେମାନେ ଖରାପ ହୋଇ ଯାଉଛନ୍ତି। 

ଏହା ସହିତ ଏଆଇଏମଆଇଏମ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଏହା ହେଉଛି ସେହି ବିଭାଗ ଯାହା ନିଜକୁ ଜ୍ଞାନୀ ବୋଲି ବିବେଚନା କରିଥାଏ। ହେଲେ ବାସ୍ତବତା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତୃଣମୂଳ ସ୍ତରରେ କ’ଣ ଘଟୁଛି ତାହା ସେମାନେ ଜାଣନ୍ତି ନାହିଁ। ଆରାମରେ ଜୀବନଯାପନ କରୁଛନ୍ତି ଏବଂ ଆପଣ ସଂଘ ମୁଖ୍ୟଙ୍କୁ ଭେଟୁଛନ୍ତି। ଏହା ହେଉଛି ଆପଣଙ୍କର ଗଣତାନ୍ତ୍ରିକ ଅଧିକାର। ମୁଁ ଏହାକୁ ନେଇ ପ୍ରଶ୍ନ ଉଠାଉ ନାହିଁ ହେଲେ ମୋତେ ପ୍ରଶ୍ନ କରିବାରେ ଆପଣଙ୍କର କୌଣସି ଅଧିକାର ନାହିଁ। 

ସୋମବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ମୁଖ୍ୟ ମୋହନ ଭଗବତଙ୍କୁ (RSS Chief Mohan Bhagwat) ଭେଟିବା ପରେ ଅଖିଳ ଭାରତୀୟ ଇମାମ ସଙ୍ଗଠନ ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସି (Umer Ahmed Ilyasi)। ଏହି ଭେଟଘାଟ ପରେ ଉମେର ଇଲୟାସି ତାଙ୍କୁ 'ରାଷ୍ଟ୍ରପିତା' ଏବଂ 'ରାଷ୍ଟ୍ରଋଷି' ବୋଲି କହିଛନ୍ତି। ଉମେର ଇଲୟାସି କହିଛନ୍ତି ଯେ, ଏଠାକୁ ମୋହନ ଭାଗବତଙ୍କ ଆସିବା ଏକ ସୌଭାଗ୍ୟର ବିଷୟ। ସୋମବାର ସେ ଆମକୁ ସାକ୍ଷାତ କରିବା ପାଇଁ  ଇମାମ ହାଉସ ଆସିଛନ୍ତି। ସେ ହେଉଛନ୍ତି ଆମର ରାଷ୍ଟ୍ରପିତା ତଥା ରାଷ୍ଟ୍ରଋଷି।
ଅଖିଳ ଭାରତୀୟ ଇମାମ ସଙ୍ଗଠନ ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସି କହିଛନ୍ତି, 'ଦେଶର ଏକତା, ଅଖଣ୍ଡତା ବଜାୟ ରଖିବା ଉଚିତ୍, ଆମର ପୂଜାପାଠ ଭିନ୍ନ ହୋଇପାରେ। ହେଲେ ଏହା ପୂର୍ବରୁ ଆମେ ସମସ୍ତେ ମଣିଷ। ମାନବିକତା ଆମ ଭିତରେ ରହିବା ଆବଶ୍ୟକ। ଯଦି ଆମେ ଭାରତ ବର୍ଷରେ ବାସ କରୁଛୁ ତାହେଲେ ଆମେ ଭାରତୀୟ। ଭାରତ ବିଶ୍ୱ ଗୁରୁ ହେବାର ପଥରେ ପହଞ୍ଚିଛି ଏବଂ ଆମେ ସମସ୍ତେ ଭାରତକୁ ବିଶ୍ୱ ଗୁରୁ କରିବାକୁ ଚେଷ୍ଟା କରିବା ଆବଶ୍ୟକ।

Also Read: RSS Mohan Bhagwat: 'କିଛି ଲୋକ ଚାହୁଁଥିଲେ ଯେ ଲୋକେ ଭାରତର ଇତିହାସ ଭୁଲି ଯାଆନ୍ତୁ'

ଭାଗବତଙ୍କୁ ରାଷ୍ଟ୍ରପିତା ବୋଲି କହିବା ପାଇଁ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖି ଉମେର ଇଲୟାସି କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଭାବେ ଆମ ଦେଶର ରାଷ୍ଟ୍ରପିତା। ଏହା ସହିତ ଉମେର ଇଲୟାସିଙ୍କ ଭାଇ ଶୋଏବ ଇଲୟାସି କହିଛନ୍ତି, ସଙ୍ଘ ସହିତ ବାପାଙ୍କ ପୁରୁଣା ସମ୍ପର୍କ ରହିଛି। ଏହି ପରମ୍ପରା ଅନୁଯାୟୀ ସେ ମୌଲାନା ଜମିଲ ଇଲୟାସିଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ମସଜିଦକୁ ଆସିଥିଲେ। ଏହା ଏକ ପାରିବାରିକ କାର୍ଯ୍ୟକ୍ରମ ଥିଲା ଏବଂ ଏହାକୁ ସେହି ଦୃଷ୍ଟିରୁ ଦେଖିବା ଆବଶ୍ୟକ। ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସଦଭାବ ବିସ୍ତାର ଏପରି ଜାରି ରହୁ।