Advertisement
Photo Details/zeeodisha/odisha2576060
photoDetails0hindi

Richest Youtuber: ଏମାନେ ହେଲେ ଦେଶର ୧୦ କୋଟିପତି ୟୁଟ୍ୟୁବର...ଇନକମ ବିଷୟରେ ଜାଣିଲେ ମୁଣ୍ଡରେ ଦେବେ ହାତ

Richest YouTubers of India: ୟୁଟ୍ୟୁବ୍ କେବଳ ଭାରତରେ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଅନେକ ଲୋକଙ୍କ ପାଇଁ କୋଟି କୋଟି ରୋଜଗାରର ମାଧ୍ୟମ ପାଲଟିଛି । ଗୌରବ ଚୌଧୁରୀ, କ୍ୟାରିମିନାତି, ଭୁବନ ବାମ, ଅମିତ ଭଡାନାଙ୍କ ଭଳି ଅନେକ ୟୁଟ୍ୟୁବର ମାନେ ପ୍ରତି ମାସରେ ୟୁଟ୍ୟୁବରୁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଭାରତର ସବୁଠାରୁ ଧନୀ ୟୁଟ୍ୟୁବରଙ୍କ ତାଲିକାରେ ସାମିଲ ହୋଇଥିବା ଏଭଳି ୧୦ ଜଣ ୟୁଟ୍ୟୁବରଙ୍କ ବିଷୟରେ ଆସନ୍ତୁ ଜାଣିବା।  

 

1/10

ଟେକନିକାଲ ଗୁରୁଜୀ ନାମରେ ଜଣାଶୁଣା ଗୌରବ ଚୌଧୁରୀ ଟେକ୍ନୋଲୋଜି ସହ ଜଡିତ ଭିଡିଓ ପାଇଁ ଜଣାଶୁଣା । ୟୁଟ୍ୟୁବରେ ଗୌରବଙ୍କର ୨୩.୭ ମିଲିୟନ ସବସ୍କ୍ରାଇବର ଅଛନ୍ତି ଏବଂ ମୋଟ ସମ୍ପତ୍ତି ପ୍ରାୟ ୩୫୬ କୋଟି ଟଙ୍କା ।

Also Read: Top 5 Lucky Rashi Of January: ଜାନୁଆରୀରେ ଏହି ୫ ରାଶି ରହିବେ ସବୁଠୁ ଭାଗ୍ୟବାନ, ଧନଧାନ୍ୟରେ ଭରିବ ଜୀବନ

ଦେଖନ୍ତୁ Video: ଶଙ୍ଖ ଭବନରେ ହାଇଡ୍ରାମା, ବିଜେଡି ଯୁବନେତ୍ରୀ ଇପ୍ସିତାଙ୍କ ଗାଲରେ ବସିଲା ଶକ୍ତ ଚାପୁଡ଼ା

2/10

ଅଜୟ ନାଗର ଓରଫ କ୍ୟାରିମିନାତି ନିଜର ରୋଷ୍ଟିଂ ଏବଂ ମଜାଳିଆ ଭିଡିଓ ଦ୍ୱାରା କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ୟୁଟ୍ୟୁବରେ କ୍ୟାରିମିନାତିର ୪୪.୯ ମିଲିୟନ ସବସ୍କ୍ରାଇବର ଥିବା ବେଳେ ମୋଟ ସମ୍ପତ୍ତି ପ୍ରାୟ ୧୩୧ କୋଟି ଟଙ୍କା ରହିଛି।

 

3/10

ଭୁବନ ବାମ ନିଜର ହାସ୍ୟ ଓ ସଙ୍ଗୀତ ବିଷୟବସ୍ତୁ ଦ୍ୱାରା ଭାରତୀୟ ୟୁଟ୍ୟୁବ କମ୍ୟୁନିଟିରେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି । ଭୁବନ ବାମଙ୍କ ୟୁଟ୍ୟୁବରେ ୨୬.୬ ନିୟୁତ ସବସ୍କ୍ରାଇବର ଅଛନ୍ତି ଏବଂ ମୋଟ ସମ୍ପତ୍ତି ପ୍ରାୟ ୧୨୨ କୋଟି ଟଙ୍କା ପାଖାପାଖି ।

 

4/10

ଅମିତ ତାଙ୍କ ଦେଶୀ ଷ୍ଟାଇଲ୍ ଏବଂ ମଜାଳିଆ ବିଷୟବସ୍ତୁ ପାଇଁ ପ୍ରସିଦ୍ଧ, ଯାହା ତାଙ୍କ ଅନୁଗାମୀମାନେ ବହୁତ ପସନ୍ଦ କରନ୍ତି । ୟୁଟ୍ୟୁବରେ ଅମିତଙ୍କ ୨୪.୫ ମିଲିୟନ ସବସ୍କ୍ରାଇବର ଅଛନ୍ତି ଏବଂ ମୋଟ ସମ୍ପତ୍ତି ପ୍ରାୟ ୫୮ କୋଟି ଟଙ୍କା ପାଖାପାଖି ରହିଛି।

 

5/10

ନିଶା ମଧୁଲିକା ତାଙ୍କ ନିରାମିଷ ରୋଷେଇ ରେସିପି ପାଇଁ ଘରେ ଘରେ ପରିଚିତ । ନିଶାଙ୍କର ୟୁଟ୍ୟୁବରେ ୧୪.୬ ମିଲିୟନ ସବସ୍କ୍ରାଇବର ଅଛନ୍ତି ଏବଂ ମୋଟ ସମ୍ପତ୍ତି ପ୍ରାୟ ୪୩ କୋଟି ଟଙ୍କା ।

 

6/10

ଆଶିଷ ତାଙ୍କ କମେଡି ସ୍କିଟ୍ ଏବଂ ପେରୋଡି ପାଇଁ ଜଣାଶୁଣା । ତାଙ୍କ ବିଷୟବସ୍ତୁ ସବୁ ବୟସର ଲୋକଙ୍କୁ ହସାଇଥାଏ । ଆଶିଷଙ୍କର ୟୁଟ୍ୟୁବରେ ୩୦.୫ ମିଲିୟନ ସବସ୍କ୍ରାଇବର ଅଛନ୍ତି ଏବଂ ମୋଟ ସମ୍ପତ୍ତି ପ୍ରାୟ ୪୧ କୋଟି ଟଙ୍କା ।

 

7/10

ସନ୍ଦୀପ ମାହେଶ୍ୱରୀ ଜୀବନର ପ୍ରେରଣା ଏବଂ ମୂଲ୍ୟବୋଧ ଉପରେ ଆଧାରିତ ଭିଡିଓ ତିଆରି କରନ୍ତି । ୟୁଟ୍ୟୁବରେ ସନ୍ଦୀପଙ୍କର ୨୮.୫ ମିଲିୟନ ସବସ୍କ୍ରାଇବର ଅଛନ୍ତି ଏବଂ ମୋଟ ସମ୍ପତ୍ତି ପ୍ରାୟ ୪୧ କୋଟି ଟଙ୍କା।

8/10

ପ୍ରଜାକ୍ତା ତାଙ୍କ ମଜାଳିଆ ଭିଡିଓ ଏବଂ ସାମାଜିକ ବାର୍ତ୍ତା ପାଇଁ ଜଣାଶୁଣା । ୟୁଟ୍ୟୁବରେ ପ୍ରଜାକ୍ତାଙ୍କ ର ୭.୧୪ ନିୟୁତ ସବସ୍କ୍ରାଇବର ଅଛନ୍ତି ଏବଂ ମୋଟ ସମ୍ପତ୍ତି ୧୬ କୋଟି ଟଙ୍କା ପାଖାପାଖି ରହିଛି।

 

9/10

ଏମିୱେ ବଣ୍ଟାଇ ତାଙ୍କ ରାପିଂ ଏବଂ ହିପ୍ ହପ୍ ଗୀତ ପାଇଁ ପ୍ରସିଦ୍ଧ । ୟୁଟ୍ୟୁବରେ ଏମିୱେଙ୍କ ୨୧.୫ ମିଲିୟନ ସବସ୍କ୍ରାଇବର ଅଛନ୍ତି ଏବଂ ମୋଟ ସମ୍ପତ୍ତି ୮ କୋଟି ଟଙ୍କା ପାଖାପାଖି ରହିଛି।

 

10/10

ଖାନ୍ ସାର୍ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନକାରୀ ବିଷୟବସ୍ତୁ ପାଇଁ ଲୋକପ୍ରିୟ। ୟୁଟ୍ୟୁବରେ ଖାନ୍ ସାରଙ୍କର ୨୩.୯ ମିଲିୟନ ସବସ୍କ୍ରାଇବର ଅଛନ୍ତି ଏବଂ ମୋଟ ସମ୍ପତ୍ତି ପ୍ରାୟ ୫ କୋଟି ଟଙ୍କା ପାଖାପାଖି ରହିଛି।