Advertisement
Photo Details/zeeodisha/odisha1500897
photoDetails0hindi

Bhoomika Dash: ଟ୍ରାଡିସନାଲ ଲୁକରେ ମନ କିଣନ୍ତି ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ, ଦେଖନ୍ତୁ ଏହି ସବୁ ଫଟୋ

Bhoomika Dash: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ନାଁ କରା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାଶ । ସୁନ୍ଦର ଚେହେରା ସାଙ୍ଗକୁ ଦମଦାର ଅଭିନୟ ତାଙ୍କୁ ଦର୍ଶକଙ୍କ ନିକଟତର କରିପାରିଛି। ତେବେ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା ।

1/8

ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର 'ରୁମ୍‌କୁ ଝୁମାନା' ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ 'ଗପ ହେଲେ ବି ସତ' ଚଳଚ୍ଚିତ୍ରରେ ମଧ୍ୟ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।

 

2/8

ସ୍କୁଲ୍‌ରେ ଅଲରାଉଣ୍ଡର ଭାବେ ଖ୍ୟାତି ଅର୍ଜନ କରିଥିବା ଭୂମିକା ଜଣେ ଉଚ୍ଚକୋଟୀର ଓଡ଼ିଶୀ ନୃତ୍ୟଶିଳ୍ପୀ। 

 

3/8

ଓଡ଼ିଶୀ ନୃତ୍ୟରେ ଶିଖିଥିବା ‘ଅଭିନୟ’ ତାଙ୍କୁ ସିନେମାରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବାରେ ସାହାଯ୍ୟ କରୁଛି । 

 

4/8

୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢୁଥିବା ବେଳେ ' ତୁ ମୋ ଲଭ୍ ଷ୍ଟୋରୀ'ରେ ପ୍ରଥମେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ନାୟକ ଭାବରେ ସ୍ୱରାଜ ବାରିକ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ମିହିର ଦାସ, ପ୍ରଜ୍ଞା ଖଟୁଆ, ମନୋଜ ମିଶ୍ର, ଦେବାଶିଷ ପାତ୍ର, ଚୈଧୁରୀ ବିକାଶ ଦାସ, ପୃଥିରାଜ ନାୟକ ପ୍ରମୁଖ ଅଭିନେତା ଅଭିନୟ କରିଥିଲେ ।

 

5/8

 ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ଭୂମିକାଙ୍କୁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାର ମିଳିଥିଲା ।

 

6/8

୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଫିଲ୍ମ 'ହିରୋ ନଂ ୱାନ୍' ଭୂମିକା ନାୟକ ବାବୁଶାନ୍‌ଙ୍କ ସ‌ହ ଅଭିନୟ କରିଥିଲେ ।ଏଥିରେ ସେ ଜଣେ ମ‌ହିଳା ସମ୍ବାଦ‌ଦାତା ଭାବରେ ଅଭିନୟ କରିଥିଲେ ।

7/8

ତାପସ ସରଘରିଆ ପୁଣିଥରେ ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଦୀପକ ମିଶ୍ର, ଅସୀତ ପତି, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଅଭିନୟ କରିଥିଲେ ।

 

8/8

୨୦୧୮ରେ ଶ୍ରୀମାନ ସୁରଦାସ,୨୦୧୯ ମସିହାରେ 'ନାୟକର ନାଁ ଦେବଦାସ' ,୨୦୨୧ ମସିହାରେ 'ଚକ୍ଷୁବନ୍ଧନ'  ଏବଂ 'ମନ ମୋ ନେଇଗଲୁ' ରେ ଲିଡ୍ ରୋଲରେ ନଜର ଆସିଥିଲେ ଭୂମିକା ।