Advertisement
Photo Details/zeeodisha/odisha2004782
photoDetails0hindi

Mukti Mohan Wedding: ପ୍ରେମିକ କୁନାଲ ଠାକୁରଙ୍କୁ ବିବାହ କଲେ ମୁକ୍ତି ମୋହନ, ଦେଖନ୍ତୁ ଫଟୋ

Mukti Mohan Wedding: କଣ୍ଠଶିଳ୍ପୀ ନୀତି ମୋହନ ଓ ଡ୍ୟାନ୍ସର ଶକ୍ତି ମୋହନଙ୍କ ଉଭଣୀ ମୁକ୍ତି ମୋହନ ରବିବାର ଅର୍ଥାତ୍ ଡିସେମ୍ବର ୧୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

1/5

ବଲିଉଡ଼ର ଜଣାଶୁଣା କୋରିଓଗ୍ରାଫର ମୁକ୍ତି ମୋହନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପ୍ରେମିକ କୁନାଲ ଠାକୁରଙ୍କ ହାତ ଧରିଛନ୍ତି ମୁକ୍ତି । ତେବେ ଉଭୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

2/5

ବିବାହ ଦିନ ମୁକ୍ତି ମୋହନ ଏକ ପିସ୍ତାଲ କଲର ଲେହେଙ୍ଗାରେ ବେଶ ସୁନ୍ଦର ଦେଖାଯାଉଥିଲେ । ମୁକ୍ତି ଓ କୁନାଲ ନିଜ ବିବାହ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

3/5

ଫଟୋ ସେୟାର କରି କ୍ୟାପସନ୍ ରେ ଲେଖିଛନ୍ତି, ‘ ତୁମ ସହିତ ଯୋଡି଼ ହେବା ଭଗବାନଙ୍କ ନିର୍ଦ୍ଦେଶ, ଭଗବାନ, ପରିବାର ଏବଂ ବନ୍ଧୁଙ୍କ ଠାରୁ ପାଇଥିବା ଆଶୀର୍ବାଦ ପାଇଁ କୃତଜ୍ଞ । ମୋ ପରିବାର ବହୁତ ଖୁସି । ଆମ ସ୍ୱାମୀ ସ୍ତ୍ରୀଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଆପଣଙ୍କ ଆଶୀର୍ବାଦ ଚାହୁଁଛୁ ।

4/5

କୁନାଲ ଠାକୁର ଜଣେ ଅଭିନେତା ଅଟନ୍ତି । ସେ ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କବୀର ସିଂ’ ଓ ନିକଟରେ ରିଲିଜ ହୋଇଥିବା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ରେ ନଜର ଆସିଥିଲେ । ଟିଭି ସିରିଏଲ ବିଷୟରେ କହିବାକୁ ଗଲେ ସେ ଏକତା କପୁରଙ୍କ ସିରିଏଲ ‘କସୌଟି ଜିନ୍ଦିଗି କି-୨’ ରେ ନଜର ଆସିଥିଲେ ।

5/5

ମୁକ୍ତିଙ୍କ ବିଷୟରେ କହିବାକୁ ଗଲେ ସେ, ବିବି ଓର ଗ୍ୟାଙ୍ଗଷ୍ଟର, ମୁରାନ୍, ଦାରୁଭ, ହେଟଷ୍ଟୋରି, ଟୋପିୱାଲା, କାଞ୍ଚି, ଦିଲ ହେ ହିନ୍ଦୁସ୍ତାନୀ, ବିବି ଓର ଗ୍ୟାଙ୍ଗଷ୍ଟର ଓ ବ୍ଲଡ଼ ବ୍ରଦର୍ସ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।