Advertisement
Photo Details/zeeodisha/odisha2005910
photoDetails0hindi

Year Ender: ଟିମ୍ ଇଣ୍ଡିଆ ପାଇଁ ବିବାହ ବର୍ଷ ଥିଲା ୨୦୨୩, ଚଳିତ ବର୍ଷ ବିବାହ କରିଛନ୍ତି ଏହି ୭ ଭାରତୀୟ ଖେଳାଳି

Indian Cricketer Married In 2023: ଏହି ବର୍ଷ ସମୁଦାୟ ୭ ଜଣ ଭାରତୀୟ କ୍ରିକେଟର ବିବାହ କରିଛନ୍ତି, ଯେଉଁମାନଙ୍କ ମଧ୍ୟରୁ କିଛିଦିନ ତଳେ ଦ୍ରୁତ ବୋଲର ମୁକେଶ କୁମାରଙ୍କ ବିବାହ ହୋଇଥିଲା ।

1/7

ଭାରତ ପାଇଁ ତିନୋଟି ଫର୍ମାଟ୍ ଖେଳୁଥିବା ଷ୍ଟାର୍ ଅଲରାଉଣ୍ଡର ଅକ୍ଷର ପଟେଲ ୨୭ ଜାନୁୟାରୀ ୨୦୨୩ ରେ ତାଙ୍କ ଗର୍ଲଫ୍ରେଣ୍ଡ ମେହେ ପଟେଲଙ୍କୁ ବିବାହ କରିଥିଲେ । ଦୁହେଁ ବଡୋଦରାରେ ବିବାହ କରିଥିଲେ ।

 

2/7

ଭାରତୀୟ ଦଳର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ୨୩ ଜାନୁଆରୀ ୨୦୨୩ ରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ କରିଥିଲେ । ଆଥିଆ ହେଉଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ।

 

3/7

ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ରୁତୁରାଜ ଗାଇକୱାଡ ୩ ଜାନୁଆରୀ ୨୦୨୩ ରେ ଉତ୍କର୍ଷା ପାୱାରଙ୍କୁ ବିବାହ କରିଥିଲେ । ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର, ଯିଏ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି ।

 

4/7

ଭାରତୀୟ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ୦୮ ଜୁନ୍ ୨୦୨୩ ରେ ରଚନାଙ୍କୁ ବିବାହ କରିଥିଲେ । ଆହତ କାରଣରୁ ସେ ଦଳ ବାହାରେ ଥିବାବେଳେ ରଚନାଙ୍କୁ ବିବାହ କରିଥିଲେ ।

 

5/7

ଦୀର୍ଘ ଦିନ ଧରି ଦଳ ବାହାରେ ଥିବା ଫାଷ୍ଟ ବୋଲର ନବଦୀପ ସାଇନି ୨୪ ନଭେମ୍ବର ୨୦୨୩ ରେ ବିବାହ କରିଥିଲେ । ସେ ନିଜ ଗର୍ଲଫ୍ରେଣ୍ଡ ସ୍ୱାତୀ ଆସ୍ଥାନାଙ୍କୁ ବିବାହ କରିଥିଲେ ।

 

6/7

ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ୨୭ ଫେବୃଆରୀ ୨୦୨୩ ରେ ମିତାଲି ପାରୁଲକରଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ଶାର୍ଦ୍ଦୁଲ ୨୦୨୧ ରେ ନିର୍ବନ୍ଧ କରିଥିଲେ ।

 

7/7

ନିକଟରେ ଭାରତୀୟ ପେସର ମୁକେଶ କୁମାର ୨୮ ନଭେମ୍ବରରେ ବିବାହ କରିଥିଲେ । ମୁକେଶ ଦିବ୍ୟା ସିଂଙ୍କୁ ବିବାହ କରିଥିଲେ ।