Advertisement
Photo Details/zeeodisha/odisha1610513
photoDetails0hindi

Diabetic Patients: ଏମାନେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଫଳ, ଲାଭ ବଦଳରେ ହେବ କ୍ଷତି!

Diabetic Patients: ଖାଦ୍ୟପେୟର ପରିବର୍ତ୍ତନ ଯୋଗୁଁ ଆଜିର ସମୟରେ ଅଧିକାଂଶ ଲୋକ ମଧୁମେହ (Diabetes) ରେ ପୀଡିତ ଥିବା ଜଣାପଡୁଛି । ଏହି ରୋଗରେ ପୀଡ଼ିତ ବ୍ୟକ୍ତି ନିଜର ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସେମାନଙ୍କୁ ଅଧିକ ଶୁଗାର ଥିବା ଖାଦ୍ୟ ଖାଇବା ପାଇଁ ମନା ହୋଇଥାଏ । ଯଦି ମଧୁମେହ ରୋଗୀଙ୍କ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଏ ନାହିଁ, ତେବେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏପରି ରୋଗୀଙ୍କ ପାଇଁ ଫଳ ଖାଇବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଅଧିକ ଶୁଗାର ଥିବା ଫଳ ନୁହେଁ । ଯଦି ଆପଣ ମଧ୍ୟ ମଧୁମେହରେ ପୀଡ଼ିତ ଅଛନ୍ତି, ତେବେ ଜାଣନ୍ତୁ କେଉଁ ଫଳ ଖାଇବା ଉଚିତ୍ ନୁହେଁ...

 

1/5

୧. ଆମ୍ବ:- ବିଶେଷଜ୍ଞଙ୍କ ଅନୁଯାୟୀ, ମଧ୍ୟମ ଆକାରର ଆମ୍ବରେ ପ୍ରାୟ ୪୦-୪୫ ଗ୍ରାମ ଚିନି ଥାଏ । ଯଦି ମଧୁମେହ ରୋଗୀମାନେ ଏହାକୁ ସେବନ କରନ୍ତି, ତେବେ ସେମାନଙ୍କର ଶୁଗାର ସ୍ତର ଅଧିକ ହୋଇପାରେ ।

2/5

୨. କଦଳୀ: - ଏକ ମଧ୍ୟମ ଆକାରର କଦଳୀରେ ପ୍ରାୟ  ୧୫ ଗ୍ରାମ ଚିନି ଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଏହାକୁ ଖାଇବା ଦ୍ୱାରା ସେମାନଙ୍କର ଶୁଗାର ସ୍ତର ଅଧିକ ହୋଇପାରେ ।

3/5

୩. ଅଙ୍ଗୁର: - ବିଶେଷଜ୍ଞଙ୍କ ଅନୁଯାୟୀ, ୨ କପ୍ ଅଙ୍ଗୁରରେ ୫୦ ଗ୍ରାମ ଚିନି ରହିଥାଏ । ଯଦି ମଧୁମେହ ରୋଗୀମାନେ ଅଙ୍ଗୁର ଖାଆନ୍ତି, ତେବେ ସେମାନଙ୍କର ରକ୍ତରେ ଶର୍କରା ସ୍ତର ଅସନ୍ତୁଳିତ ରହିପାରେ ।

5/5

୫. ସପୁରୀ: - ଅନୁସନ୍ଧାନକାରୀଙ୍କ ଅନୁଯାୟୀ, 1 କପ୍ ସପୁରୀରେ ୧୬.୩ ଗ୍ରାମ ଚିନିର ମାତ୍ରା ରହିଥାଏ । ଯଦି ମଧୁମେହ ରୋଗୀମାନେ ପ୍ରତିଦିନ ଏହାକୁ ଖାଆନ୍ତି, ତେବେ ସେମାନଙ୍କର ଶର୍କରା ସ୍ତର ସର୍ବଦା ଉଚ୍ଚରେ ରହିପାରେ ।

ଡିସକ୍ଲେମର: ଏହି ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଲେଖାଯାଇଛି । ଏହା କୌଣସି ପ୍ରକାରେ କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ । ଅଧିକ ବିବରଣୀ ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।