Advertisement
photoDetails0hindi

World Terrorist Attack: ରକ୍ତ ହିଁ ରକ୍ତ, ଜାଣନ୍ତୁ ଦୁନିଆର ସବୁଠୁ ୧୦ ବଡ଼ ଆତଙ୍କବାଦୀ ଆକ୍ରମଣ ବିଷୟରେ...

Terrorist Attack News In Odia: ଏମିତି ଏକ ଶବ୍ଦ ଯାହା ପୁରା ମାନବ ଜାତିକୁ ଟେନସନରେ ପକାଏ । ତାହା ହେଉଛି ଆତଙ୍କୀ। ଅର୍ଥାତ ଆତଙ୍କବାଦ ଆକ୍ରମଣ ସବୁବେଳେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରେ। ଆତଙ୍କବାଦୀ ଆକ୍ରମଣ ସମୟରେ ଚାରିଆଡେ ହାହାକାର ହୋଇଉଠେ। ବେଳେ ବେଳେ ଇଣ୍ଟେଲିଜେନ୍ସ ବିଭାଗ ମଧ୍ୟ ଫେଲ ମାରେ । ତେବେ ଆସନ୍ତୁ ଜାଣିବା ବିଶ୍ୱର ୧୦ ଟି ବଡ଼ ଆତଙ୍କବାଦ ଆକ୍ରମଣ ବିଷୟରେ ଯାହା ସବୁବେଳେ ଚର୍ଚ୍ଚାରେ ରହିଆସିଛି।  

1/10

ଇଟାଲୀର ରେଡ ବ୍ରିଗେଡ୍ସର ବାମପନ୍ଥୀ ଆତଙ୍କବାଦୀ ଆନ୍ଦୋଳନ ୧୭ ମାର୍ଚ୍ଚ ୧୯୭୮ ରେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ଆଲଡୋ ମୋରୋଙ୍କୁ ଅପହରଣ କରିଥିଲା। ପ୍ରାୟ ଦୁଇମାସ ପରେ ମୋରୋଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

2/10

ଇଜିପ୍ଟର ରାଷ୍ଟ୍ରପତି ଅନୱାର ସାଦତଙ୍କୁ ଅକ୍ଟୋବର ୬, ୧୯୮୧ ରେ ଇଜିପ୍ଟର ଇସଲାମ ଜିହାଦ ସଦସ୍ୟମାନେ ହତ୍ୟା କରିଥିଲେ, ଯାହାକି ଆତଙ୍କବାଦୀ ଗୋଷ୍ଠୀ ଯାହାକି ମୁସଲିମ ବ୍ରଦର ହୁଡରୁ କିଛି ବର୍ଷ ପୂର୍ବେ ବିଚ୍ଛିନ୍ନ ହୋଇଥିଲା।

3/10

ଅକ୍ଟୋବର ୩୧, ୧୯୮୪ ରେ ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇ ଅଙ୍ଗରକ୍ଷୀ ହତ୍ୟା କରିଥିଲେ।

4/10

ଅକ୍ଟୋବର ୨୩, ୧୯୮୩ ମସିହାରେ, ଲେବାନନରେ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଆମେରିକାର ସ ସନିକମାନେ ପ୍ରାଣ ହରାଇଥିଲେ।

 

5/10

୧୯୭୨ ମସିହାରେ ଜର୍ମାନୀର ମ୍ୟୁନିଖରେ ଚାଲିଥିବା ଅଲିମ୍ପିକ୍ ଗେମ୍ସରେ ୧୧ ଜଣ ଇସ୍ରାଏଲ୍ ଆଥଲେଟ୍ସଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା।

6/10

ଜୁଲାଇ ୨୨, ୧୯୪୬ ମସିହାରେ, ଜାୟୋନି ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ପାଲେଷ୍ଟାଇନରେ ଏକ ଇହୁଦୀ ରାଜ୍ୟ ଗଠନ ପାଇଁ ବ୍ରିଟିଶ ସରକାରଙ୍କୁ ପାଲେଷ୍ଟାଇନରୁ ବାହାର କରିଦେବା ପାଇଁ ଲଢେଇ କରିଥିଲେ। ଏହି ସମୟରେ ୟେରୁଶାଲମର କିଙ୍ଗ ଡେଭିଡ ହୋଟେଲର ତଳ ମହଲାରେ ଏକ ବୋମା ବିସ୍ଫୋରଣ ହୋଇଥିଲା।

7/10

୧୮୮୧ ଓ ମାର୍ଚ୍ଚ ୧ରେ, ଋଷର କ୍ରାନ୍ତିକାରୀ ସଂଗଠନର ସଦସ୍ୟ ପିପୁଲ୍ସ ୱିଲ୍ ସେଣ୍ଟ ପିଟର୍ସବର୍ଗ ସହରରେ ଋଷର ରାଜା ଆଲେକ୍ସଜାଣ୍ଡାର ଦ୍ୱିତୀୟଙ୍କୁ ହତ୍ୟା କରିଥିଲେ।

 

8/10

୨୦୦୧ ସେପ୍ଟେମ୍ବର ୧୧ରେ, ଓସାମା ବିନ୍ ଲାଡେନର ଅଲ-କାଏଦା ସଂଗଠନର ୧୯ ଜଣ ଆତଙ୍କବାଦୀ ଆମେରିକା ଉପରେ ଆକ୍ରମଣ କରି ଇତିହାସର ସବୁଠାରୁ ରକ୍ତାକ୍ତ ତଥା ବିପଦପୂର୍ଣ୍ଣ ଆତଙ୍କବାଦୀ ଘଟଣା ଘଟାଇଥିଲେ।

 

9/10

ଇସଲାମବାଦୀ ଗୋଷ୍ଠୀ ଲସ୍କର-ଏ-ତଏବା (LET) ର ପାଞ୍ଚ ଜଣ ଆତଙ୍କବାଦୀଙ୍କ ଦୁଇଟି ଟିମ୍ ୨୬ ନଭେମ୍ବରରୁ ୨୯ ନଭେମ୍ବର ୨୦୦୮ ପର୍ଯ୍ୟନ୍ତ ଚାରି ଦିନ ମଧ୍ୟରେ ମୁମ୍ବାଇ ସହରରେ ଆକ୍ରମଣ କରି ଶହ ଶହ ନିରୀହ ଲୋକଙ୍କ ଜୀବନ ନେଇଥଲେ।

10/10

ISIS ସଦସ୍ୟମାନେ ଜୁନ୍ ୨୦୧୪ ରେ ଇରାକ ସେନାକୁ ପରାସ୍ତ କରି ଇରାକର ଦ୍ୱିତୀୟ ବୃହତ୍ତମ ସହର ମୋସୁଲ ସହରକୁ ନିଜ ଅଧୀନକୁ ନେଇଥିଲେ।