Advertisement
Photo Details/zeeodisha/odisha2577672
photoDetails0hindi

Weather Update: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପଶ୍ଚିମାଝଡ଼ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

1/10

ବିଶେଷକରି, ପଶ୍ଚିମ ଓ ଉତ୍ତର ଓଡି଼ଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । 

 

#Weather briefing (In #Hindi) by Scientist-D: Dr. Sanjeev Dwivedi, based on 0830 Hrs IST observation of #27thDecember,2024.https://t.co/j9nqtRkXnz

— Meteorological Centre, Bhubaneswar (@mcbbsr) December 27, 2024

 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Shani Rahu Yuti 2025: ୨୦୨୫-ମାର୍ଚ୍ଚରେ ଶନି-ରାହୁଙ୍କ ଦୁର୍ଲଭ ଯୋଗ, ଟଙ୍କା ଗଣି ଗଣି ଥକି ଯିବେ ଏହି ତିନି ରାଶି!

2/10

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ବରଗଡ, ବଲାଙ୍ଗୀର, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ସୋନପୁରରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। 

3/10

ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ।  

 

4/10

ସେହିପରି, ରବିବାର ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର , କନ୍ଧମାଳ ଓ କଳାହାଣ୍ତିର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। 

 

5/10

 ଏହାବାଦ୍ ଅନ୍ୟସବୁଠି ପାଗ ଶୁଖିଲା ରହିବ। 

6/10

ଭୁବନେଶ୍ବର ପାଣିପାଗ କେନ୍ଦ୍ର ମୁଖ୍ୟ ଡ. ମନୋରମା ମହାନ୍ତିଙ୍କ କହିବା ଅନୁସାରେ, ଉପକୂଳ ଓ ଏହା ସଂଲଗ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ। 

 

7/10

 ତେଣୁ ପାଗ ଖରାଟିଆ ରହିବାର ସମ୍ଭାବନା ରହିଛି। 

8/10

୩୦ ତାରିଖ ବେଳକୁ ରାଜ୍ୟରେ ରାତି ତାପମାତ୍ରା କମିବା ସହ ଶୀତ ବଢିବ। 

9/10

ନୂଆବର୍ଷ ବେଳକୁ ରାଜ୍ୟରେ ଶୀତ ପ୍ରକୋପ ଅଧିକ ହେବାର ସମ୍ଭାବନା ରହିଛି। 

10/10

ଆସନ୍ତା ୨ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି।  ତା ପରବର୍ତ୍ତୀ ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ।  ଆଜି ସକାଳେ କଳାହାଣ୍ତି, କନ୍ଧମାଳ, ବଲାଙ୍ଗୀର , ନବରଙ୍ଗପୁରରେ ଘନ କୁହୁଡି ନେଇ ସତର୍କତା ଜାରି ହୋଇଛି। ସେହିପରି, ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝରରେ ମଧ୍ୟମ ଧରଣର କୁହୁଡି ହୋଇପାରେ।