Advertisement
Photo Details/zeeodisha/odisha1831461
photoDetails0hindi

୧୫ ଦିନରେ ଟିମ ଇଣ୍ତିଆରେ ଡେବ୍ୟୁ କଲେ ଏହି ୪ ଖେଳାଳି, ଜାଣନ୍ତୁ କିଏ ରହିଲା ହିଟ୍ କିଏ ହେଲା ଫ୍ଲପ୍

Indian Players Who Debut in T-20: ଗତ ୧୫ ଦିନ ମଧ୍ୟରେ ମୋଟ ୪ ଜଣ ଖେଳାଳି ଭାରତ ପାଇଁ ଟି -20 ଡେବ୍ୟୁ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ । 

1/7

ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି -20 ଶୁକ୍ରବାର ଦିନ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଚମତ୍କାର ବିଜୟ ହାସଲ କରିଛି। କ୍ୟାପଟେନ୍ ଜସପ୍ରୀତ ବୁମରାଙ୍କୁ ମ୍ୟାନ୍ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି ।

2/7

ଏହି ଟି -20 ମ୍ୟାଚରେ ଆଇପିଏଲର ଷ୍ଟାର ପ୍ଲୋୟାର ରିଙ୍କୁ ସିଂ ଡେବ୍ୟୁ କରିଛନ୍ତି । ଗତ ୧୫ ଦିନ ମଧ୍ୟରେ ମୋଟ ୪ ଜଣ ଖେଳାଳି T-20 ଡେବ୍ୟୁ କରିଛନ୍ତି ।

3/7

ତିଲକ ବର୍ମା ଓ ମୁକେଶ କୁମାର ଚଳିତ ମାସ ଅଗଷ୍ଟ ୩ ତାରିଖରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଘରୋଇ କ୍ରିକେଟରେ ଉଭୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆଇପିଏଲରେ ତିଲକ ଭଲ ଇନିଂସ ଖେଳିଥିଲେ । 

4/7

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି -20 ମ୍ୟାଚରେ ମୁକେଶ କୁମାର ନିଜର ଟି -20 ଡେବ୍ୟୁ କରିଥିଲେ। ଏଥିରେ ସେ ୩ ଓଭର ବୋଲିଂ କରିଥିଲେ। କିନ୍ତୁ ସେ କୌଣସି ୱିକେଟ୍ ହାସଲ କରିପାରିନଥିଲେ। ଅନ୍ୟପଟେ ସେ ୧ ବଲରେ ୧ ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ। ୱେଷ୍ଟଇଣ୍ଡିଜ ଏହି ମ୍ୟାଚକୁ ୪ ରନରେ ଜିତିଥିଲା।

5/7

ଏହି ମ୍ୟାଚରେ ତିଲକ ବର୍ମା ମଧ୍ଯ ନିଜର ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚରୁ ହିଁ ବେଶ ପ୍ରସଂଶା ସାଉଁଟିଛନ୍ତି ତିଲକ। ଏହି ମ୍ୟାଚରେ ସେ ଦଳ ପାଇଁ ସର୍ବାଧିକ ରନ୍ ସ୍କୋର କରିଥିଲେ।

6/7

ୟଶସ୍ବୀ ଜୈସୱାଲ ମଧ୍ୟ ଚଳିତ ମାସରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ। ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି -20 ମ୍ୟାଚରେ ସୁଯୋଗ ମିଳିନଥିଲା। ସେ ତୃତୀୟ ଟି -20 ମ୍ୟାଚ୍‌ରେ ଡେବ୍ୟୁ କରିପାରନ୍ତି । ତେବେ ଡେବ୍ୟୁ ମ୍ୟାଚ୍ ତାଙ୍କ ପାଇଁ ଭଲ ନଥିଲା। ୨ଟି ବଲରେ ମାତ୍ର ୧ ରନ୍ କରି ସେ ଆଉଟ ହୋଇଯାଇଥିଲେ ।

7/7

ଏହି ମାସରେ ଡେବ୍ୟୁ କରିଥିବା ଚତୁର୍ଥ ଖେଳାଳି ହେଉଛନ୍ତି ଆଇପିଏଲର ଷ୍ଟାର ଖେଳାଳି ରିଙ୍କୁ ସିଂ। ଆଇପିଏଲରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା । ପରେ ତାଙ୍କୁ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଖେଳିବାକୁ ସୁଯୋଗ ମିଳିଥିଲା। କିନ୍ତୁ ରିଙ୍କୁ ସିଂଙ୍କୁ ଏଥିରେ ବ୍ୟାଟିଂ ଲାଗି ସୁଯୋଗ ମିଳିନଥିଲା। ବର୍ଷା ହେତୁ ଏହି ମ୍ୟାଚ୍ କେବଳ ୬.୫ ଓଭର ପର୍ଯ୍ୟନ୍ତ ଖେଳାଯାଇଥିଲା ।