Advertisement
Photo Details/zeeodisha/odisha1832035
photoDetails0hindi

Saturday Shopping: ଶନିବାର ଦିନ ଭୁଲରେ କିଣନ୍ତୁନି ଏହି ଜିନିଷ, ଜାଣନ୍ତୁ ଶନିଦେବଙ୍କୁ ସନ୍ତୁଷ୍ଟ କରିବାର ନିୟମ

ହିନ୍ଦୁ ଧର୍ମରେ ଅନେକ ନିୟମ ରହିଛି । ଶାସ୍ତ୍ର ପୁରାଣରେ ଉଲ୍ଲେଖ ଥିବା କଥାକୁ ମାନି ଚଳନ୍ତି ସନାତନ ଧର୍ମର ବ୍ୟକ୍ତିବିଶେଷ । ବିଶ୍ୱାସ ରହିଛି ଏସବୁ ନିୟମ ମାନି ଚଳିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ତେବେ ବିଶେଷ କରି ଶନିବାର ଦିନ ଲୋକମାନେ ଅନେକ ସତର୍କ ରହିଥାନ୍ତି । କାରଣ ସପ୍ତାହର ଶନିବାର ଦିନକୁ ନ୍ୟାୟର ଦେବତା ଶନିଦେବ ଦେବଙ୍କୁ

1/5

କୋଇଲା ଜୌତିଷ ଶାସ୍ତ୍ର ହିସାବରେ ଶନିବାର ଦିନ କୋଇଲା କିଣିବା ଅତ୍ୟନ୍ତ ଖରାପ । ଯଦି କେହି ଶନିବାରରେ କୋଇଲା କିଣନ୍ତି ତେବେ ଶନିଦେବଙ୍କ ଅଶୁଭ ଦୃଷ୍ଟି ପଡିଥାଏ । ଆପଣଙ୍କ ପ୍ରତ୍ୟକ କାର୍ଯ୍ୟରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥାଏ ।

2/5

ବିରି ଶନିବାର ଦିନ ବିରି କିଣିବା ଉଚିତ ନୁହେଁ । ଏହାକୁ ଅଶୁଭ ବୋଲି ଜୌତିର୍ବିଦମାନେ ମତ ଦିଅନ୍ତି । କିନ୍ତୁ କିଣିବା ପରିବର୍ତ୍ତେ ଯଦି ଆପଣ ଶନିବାର ଦିନ ବିରି ଦାନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।

3/5

ଲୁହା ଶନିବାର ଦିନ କେବେବି ଲୁହାରେ ତିଆରି କୌଣସି ଜିନିଷ ବଜାରରୁ ଘରକୁ ଆଣନ୍ତୁ ନାହିଁ । ଲୁହାକୁ ଶନି ଦେବଙ୍କ ପ୍ରିୟ ଧାତୁ ବୋଲି ବିବେଚନା କରାଯାଏ । ଶନିବାର ଦିନ ଯଦି ଆପଣ ଲୁହା କିଣନ୍ତି ତେବେ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ହୋପାରନ୍ତି । ଯଦି ଆପଣ ଶନିବାରରେ କାହାକୁ ଲୁହା ଦାନ କରନ୍ତି ତେବେ ଶନିଦେବ ଖୁସି ହୋଇ ଆପଣଙ୍କ ମନସ୍କାମନା ପୂରଣ କରିବେ ।

4/5

ଲୁଣ ଯଦି ଆପଣ ଶନିବାର ଦିନ ଲୁଣ କିଣୁଛନ୍ତି ତେବେ ତାହା କରନ୍ତୁ ନାହିଁ । ବିଶ୍ୱାସ ରହିଛି ଯେ, ଶନିବାର ଦିନ ଲୁଣ କିଣିଲେ ବ୍ୟକ୍ତିର ଜୀବନରେ ଋଣ ଭାର ଅଧିକ ହୋଇଥାଏ । ଏଥିସହ ଆପଣ ଆର୍ଥିକ ସଂକଟର ସାମ୍ନା କରିପାରନ୍ତି ।

5/5

ସୋରିଷ ତେଲ  ନ୍ୟାୟର ଦେବତା ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରାଯାଇଥାଏ । ସେଥିପାଇଁ  ଆପଣ ଏକଥା ମନେ ରଖନ୍ତୁ ଯେ, ଶନିବାର ଦିନ କେବେ ବି ସୋରିଷ ତେଲ କିଣନ୍ତୁ ନାହିଁ । ଶନିଦେବଙ୍କ ବାରରେ ସୋରିଷ ତେଲ କିଣିବା ଉଚିତ ନୁହେଁ ବୋଲି ବିବେଚନା କରାଯାଇଥାଏ । ନିୟମ ନମାନି ଏହା କଲେ ଏହା ଜୀବନରେ ଅନେକ ସମସ୍ୟା ଆସିବା ସହ ଶରୀର ରୋଗାକ୍ରାନ୍ତ ହୋଇଥାଏ ବୋଲି କୁହାଯାଏ ।