Advertisement
Photo Details/zeeodisha/odisha1742200
photoDetails0hindi

Health Tips: ଖରାଦିନେ ଏମିତି ନିଅନ୍ତୁ ନିଜ ଶିଶୁର ଯତ୍ନ, ଜାଣି ରଖନ୍ତୁ ଏହି ସବୁ ଟିପ୍ସ

Health Tips: ଆରମ୍ଭ ହୋଇ ଯାଇଛି ଗ୍ରୀଷ୍ମ ଋତୁ । ପ୍ରବଳ ତାତି ହେତୁ ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ଯାଉଛି । ଆଉ ଏହି ଖରାଦିନେ ବଡ ଲୋକଙ୍କ ଅପେକ୍ଷା ଶିଶୁଙ୍କ ଅଧିକ ଯତ୍ନ ନେବାକୁ ପଡିଥାଏ। କାରଣ ଏହି ଦିନ ଗୁଡିକରେ ଶିଶୁଙ୍କ ଯତ୍ନ ଠିକ୍ ଭାବରେ ନ ନେଲେ ସେମାନଙ୍କ ସ୍ବାସ୍ଥ୍ୟ ଅଧିକ ବିଗିଡିବାର ସମ୍ଭାବନା ଥାଏ (Summer Care Tips for Kids)।

1/5

ଖରା ସମୟରେ ପିଲାମାନଙ୍କୁ କୌଣସି ଜରୁରୀ କାମ ନଥିଲେ ବାହାରକୁ ନିଅନ୍ତୁ ନାହିଁ। ଏବଂ ଖରାଦିନେ ପିଲାମାନଙ୍କୁ ହାଲୁକା ପୋଷାକ ପିନ୍ଧାନ୍ତୁ । 

 

2/5

ପ୍ରଚୁର ପରିମାଣରେ ଶିଶୁ ମାନଙ୍କୁ ପାଣି ପିଇବାକୁ ଦିଅନ୍ତୁ । ଯଦି ପାଣି ପିଇବାରେ ଶିଶୁ ଅମଙ୍ଗ ହେଉଛି ,ତେବେ, ଆପଣ ତାଙ୍କୁ ଫଳ ରସ ବା ଜୁସ୍ ମଧ୍ୟ ପିଇବାକୁ ଦେଇ ପାରିବେ। 

3/5

ଏହି ସମୟରେ ଶିଶୁଙ୍କୁ ରୁଟି, ଭାତ, ଡାଲି, ତଟକା ପରିବାରେ ପ୍ରସ୍ତୁତ ଭଜା ଖାଇବାକୁ ଦିଅନ୍ତୁ । ଏବଂ ଯଥା ସମ୍ଭବ ସେମାନଙ୍କୁ ଛାଇରେ ରଖନ୍ତୁ ।

 

4/5

ଖାସ୍ କରି ଗ୍ରୀଷ୍ମ ଋତୁ ସମୟରେ ପିଲାମାନଙ୍କୁ ବାହାର ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ। 

 

5/5

ସେହିପରି ଖରା ସମୟରେ, ଶିଶୁଙ୍କୁ ଠିକ୍ ସମୟରେ ଗାଧୋଇ ଦେବାକୁ ଭୁଲନ୍ତୁ ନାହିଁ।

  (Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)