ଜୀବନ-ମୃତ୍ୟୁର ରେସ୍...
Advertisement
Article Detail0/zeeodisha/odisha632406

ଜୀବନ-ମୃତ୍ୟୁର ରେସ୍...

ମୃତ୍ୟୁ ଠାରୁ କିଏ କେତେ ଦୂରେ ? 

'ପବନ' ଅପେକ୍ଷରେ ଦୋଷୀଙ୍କ ପ୍ରାଣ !

ନୂଆଦିଲ୍ଲୀ: ମୃତ୍ୟୁଠୁ କେତେ ଦୂରରେ ନିର୍ଭୟା ଦୋଷୀ ? ଫାଶୀ ଖୁଣ୍ଟରୁ କେଉଁ ଦୋଷୀଙ୍କ ଦୂରତା କେତେ ? ଆଇନର ଗଳାବାଟ ଖୋଜୁଖୋଜୁ ଏବେ ୪ ଦୋଷୀ ପୃଥକ ପୃଥକ ୪ଟି ସ୍ଥିତିରେ ପହଞ୍ଚି ଯାଇଛନ୍ତି । ଗଣଦୁଷ୍କର୍ମକାରୀ ଏକାସାଙ୍ଗରେ ଦୁଷ୍କର୍ମ କରିଥିଲେ, ହେଲେ ଆଇନର ସହାୟତା ନେବେ ବେଳେ ଅଲଗା ଅଲଗା ସମୟର ସାହାରା ନେଉଛନ୍ତି । କାହିଁକିନା ଜଣଙ୍କ ଆୟୁଷ ଅନ୍ୟଜଣଙ୍କ ହାତରେ ଯେ ବନ୍ଧା, ଏମିତି କିଛି ଭାବି ନେଇଛନ୍ତି ନିର୍ଭୟା ଦୋଷୀ । 

ମୁକେଶର ମୃତ୍ୟୁକୁ ଅପେକ୍ଷା

ଦୋଷୀ ମୁକେଶ କଥା ଚିନ୍ତା କରାଯାଉ । ମୁକେଶର ସ୍ଥିତି ଏବେ ମୃତ୍ୟୁକୁ ହିଁ ଅପେକ୍ଷା ।  କ୍ୟୁରେଟିଭ ପିଟିସନ, ରାଜକ୍ଷମା, ସବୁକିଛି ଖାରଜ ହେଲା । ରାଜକ୍ଷମାକୁ ଚ୍ୟାଲେଞ୍ଜ କରି ଯେଉଁ ପିଟିସନ ଦାଖଲ କରିଥିଲା, ତାହା ମଧ୍ୟ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଲେ । ବଞ୍ଚିବାର ଏବେ କୌଣସି ଆଶା ହିଁ ମୁକେଶ ପାଖରେ ନାହିଁ । 

ରାଜକ୍ଷମା ଆଶାରେ ବିନୟ

ସେହିପରି ବିନୟର କଥା ଚିନ୍ତା କରାଯାଉ । ମୁକେଶ ସହ ମିଶି କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା ବିନୟ । ହେଲେ ତାହା ଖାରଜ ହୋଇଥିଲା । ଏବେ ରାଜକ୍ଷମା ପାଇଁ ଆବେଦନ କରିଛି ବିନୟ । ଫାଶୀ ଦଣ୍ଡକୁ ଆଜୀବନ ଜେଲ ଦଣ୍ଡରେ ପରିଣତ କରିବାକୁ ସେ ରାଷ୍ଟ୍ରପତିଙ୍କ ପାଖରେ ନିବେଦନ କରିଛି । ଯଦି ଏହା ଖାରଜ ହୁଏ, ତେବେ ବିନୟର ମଧ୍ୟ ଫାଶୀ ସୁନିଶ୍ଚିତ । 

ଅଦାଲତଙ୍କ ରାୟ ଅପେକ୍ଷାରେ ଅକ୍ଷୟ

ଏବେ ଅକ୍ଷୟର କଥା ଦେଖିବା । ଅକ୍ଷୟ ଏବେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ଗୁରୁବାର ଏହାର ଶୁଣାଣି ହେବ । ହେଲେ ଏପର୍ଯ୍ୟନ୍ତ ରାଜକ୍ଷମା ଆବେଦନ କରିନାହିଁ ଅକ୍ଷୟ । ତେଣୁ କ୍ୟୁରେଟିଭ ପିଟିସନ ଯଦିଓ ଖାରଜ ହୁଏ, ତେବେ ରାଜକ୍ଷମା ଆବେଦନ କରିବାର ବିକଳ୍ପ ତା ପାଖରେ ଅଛି । 

ଏବେ ବି 'ପବନ'ର ଅଛି

ଦୋଷୀ ପବନ । ନା କ୍ୟୁରେଟିଭ ପିଟିସନ ଦାଖଲ କରିଛି, ନା ରାଜକ୍ଷମା ଆବେଦନ କରିଛି । ଏବେ ବି ତା ପାଖରେ ଉଭୟ ବିକଳ୍ପ ବାକି ଅଛି । ହେଲେ ନ୍ୟାୟ ଦେଖି ନିସ୍ତବ୍ଧ ହୋଇସାରିବଣି ପବନ । ସେ କେବେ ଏହିସବୁ ଆଇନର ସାହାରା ନେବ, ସିଏ ଜାଣିଥିବ । 

ଏସବୁ ଭିତରେ ଆସନ୍ତା ଫେବୃଆରୀ ୧ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଡେଥ୍ ୱାରେଣ୍ଟ ଜାରି ହୋଇସାରିଛି । ହେଲେ ଦୋଷୀମାନଙ୍କ ନ୍ୟାୟିକ ପ୍ରକ୍ରିୟା ସରିନଥିବାରୁ ନିର୍ଦ୍ଦିଷ୍ଟ ଦିନରେ ଫାଶୀ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଦୋଷୀଙ୍କ ଓକିଲ ଏପି ସିଂହ । ଯଦି ଏକା ସାଙ୍ଗରେ ୪ ଦୋଷୀଙ୍କ ଫାଶୀ ଦିଆଯାଏ, ତେବେ ଫାଶୀ ତାରିଖ ଘୁଞ୍ଚିବାର ସମ୍ଭାବନା ଅଧିକ । ଏପରି ହେଲେ, 'ପବନ'ର ନ୍ୟାୟିକ ପ୍ରକ୍ରିୟା ସରିବା ପରେ ଯାଇ ହିଁ ୪ ଦୋଷୀଙ୍କ ପବନ ବନ୍ଦ ହେବ । 

ଆହୁରି ପଢ଼ନ୍ତୁ; ନିର୍ଭୟା ମାମଲା: ଦୋଷୀ ପୁଅକୁ ସାହା ମା'ର ମମତା !