ସୋରେନ ହେବେ ସିଏମ ! ମେଣ୍ଟ ସହଯୋଗୀ ଦେଲେ ସୂଚନା
Advertisement
Article Detail0/zeeodisha/odisha614140

ସୋରେନ ହେବେ ସିଏମ ! ମେଣ୍ଟ ସହଯୋଗୀ ଦେଲେ ସୂଚନା

ବନବାସ ଅଭିମୁଖେ ବିଜେପି ! 

ଫାଇଲ ଫଟୋ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ତେବେ ବର୍ତ୍ତମାନର ସ୍ଥିତି ଦେଖିଲେ ମନେ ହେଉଛି ସତ ହୋଇପାରେ ଏକଜିଟ ପୋଲ୍ । ଜେଏମଏମ ନେତୃତ୍ୱାଧିନ ମେଣ୍ଟକୁ ବହୁମତ ମିଳିପାରେ । ଏନେଇ ଦୃଢ ଆଶାବାଦୀ ଅଛି ସହଯୋଗୀ ଦଳ ଆରଜେଡି । ଏପରିକି ଜେଏମଏମ ନେତା ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ କରିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । 

କିଛି ପର୍ଯ୍ୟାୟର ଫଳାଫଳ ଟ୍ରେଣ୍ଡ ଦେଖିବା ପରେ ତେଜସ୍ୱୀ କହିଛନ୍ତି, ଏଥର ଝାଡ଼ଖଣ୍ଡ ଜନତା ମେଣ୍ଟ ସପକ୍ଷରେ ଅଛନ୍ତି । ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ବହୁମତ ମିଳିବ । ଯଦି ଏପରି ହୁଏ, ତେବେ ଜେଏମଏମ ନେତା ହେମନ୍ତ ସେରେନ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ତେଜସ୍ୱୀ । 

ତେଜସ୍ୱୀ ଯାଦବଙ୍କ କହିବା କଥା ହେଲା, ''ଏଥର ଝାଡ଼ଖଣ୍ଡ ନିର୍ବାଚନରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ମେଣ୍ଟ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା । ତେଣୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । ଏହା ଉପରେ କୌଣସି ସନ୍ଦେହ ନାହିଁ ।''

ତେବେ ଚଳିତ ନିର୍ବାଚନରେ ଦୁଇ ଆସନରୁ ନିର୍ବାଚନ ଲଢୁଥିବା ହେମନ୍ତ ସୋରେନ ଗୋଟିଏ ଆସନରେ ପଛୁଆ ଥିବା ଖବର ଆସୁଛି । ଡୁମକା ଆସନରେ ବିଜେପି ପ୍ରାର୍ଥୀନୀ ଲୁଇସ୍ ମାରାଣ୍ଡି ଆଗୁଆ ଥିବା ଜଣାପଡିଛି । ଚଳିତ ନିର୍ବାଚନରେ ଡୁମକା ଏବଂ ବରହେଟ ଆସନରୁ ପ୍ରାର୍ଥୀ ହୋଇଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ । ତେବେ ଡୁମକା ଆସନରେ ସେ ପଛୁଆ ଅଛନ୍ତି । ଏଠି ବିଧାୟକ ଥିବା ଲୁଇସ ମାରାଣ୍ଡି ଏଥର ବି ଆଗୁଆ ଚାଲିଥିବା ଜଣାପଡିଛି । ଏହି ଆସନରେ ୨୦୦୯ରୁ ୧୪ ପର୍ଯ୍ୟନ୍ତ ହେମନ୍ତ ବିଧାୟକ ଥିଲେ । 

ସେପଟେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପୂର୍ବ ଯମଶେଦପୁର ଆସନରେ ଆଗୁଆ ଚାଲିଛନ୍ତି । ରଘୁବରଙ୍କୁ କଡା ଟକ୍କର ଦେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ  ସର୍ଯ୍ୟୁ ରାୟ । 

ଆହୁରି ପଢନ୍ତୁ; ଝାଡ଼'ଖଣ୍ଡ' ଚାହେଁ ମେଣ୍ଟ ସରକାର !