ଦେଶବାସୀ ମୋଦିଙ୍କୁ ଭଲ ପାଆନ୍ତି, ହେଲେ ମୋଦିଙ୍କ ଡବଲ ଇଞ୍ଜିନ ଫର୍ମୁଲାକୁ ନୁହେଁ !
Advertisement
Article Detail0/zeeodisha/odisha613211

ଦେଶବାସୀ ମୋଦିଙ୍କୁ ଭଲ ପାଆନ୍ତି, ହେଲେ ମୋଦିଙ୍କ ଡବଲ ଇଞ୍ଜିନ ଫର୍ମୁଲାକୁ ନୁହେଁ !

ବିଜେପିକୁ 'ମହା' ଝଟକା ଝାଡ଼ଖଣ୍ଡ !

ଫାଇଲ ଫଟୋ

ନୂଆଦିଲ୍ଲୀ: ୨୦୧୭ ଡିସେମ୍ବର । ସମଗ୍ର ଦେଶରେ ଥିଲା ପଦ୍ମ ଦବଦବା । ଗୋଟିଏ ପରେ ଗୋଟିଏ ରାଜ୍ୟ ଅକ୍ତିଆର କରୁଥିଲା ଗେରୁଆ ଦଳ । ଭାଙ୍ଗୁଥିଲା କଂଗ୍ରେସ ଗଡ । ଓଡିଶା ଓ ପଶ୍ଚିମବଙ୍ଗକୁ ବି ଗେରୁଆ ମୟ କରିବାର ପୂର୍ଣ୍ଣ ଆତ୍ମବିଶ୍ୱାସ ଆସିଯାଇଥିଲା ଶାହଙ୍କ ପାଖରେ । ବୋଧେ ଏ ଥିଲା ବିଜେପିର ସ୍ୱର୍ଣ୍ଣିମ ସମୟ । ଆଉ ତାହା ଆସିବ କି ନାହିଁ, କିଏ ଜାଣିଛି । ହେଲେ ଏବେ...

fallback

କେନ୍ଦ୍ରରେ ପୂର୍ଣ୍ଣ ବହୁମତ ହାସଲ କରି ରାଜ୍ କରୁଥିବା ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା । ବହୁ ରାଜ୍ୟର ଶାସନ ଏବେ ବିରୋଧୀଙ୍କ ପାଖରେ । ଦିନ କେଇଟା ଭିତରେ ହାତଛଡା ହେବାକୁ ବସିଛି ଦୁଇଟି ଗେରୁଆ ରାଜ୍ୟ । ଶିବସେନା ସହ ଝଗଡା କରି ମହାରାଷ୍ଟ୍ର ହରାଇଥିଲା । ଏବେ ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇ ଝାଡ଼ଖଣ୍ଡ ବି ହରାଇବାକୁ ଯାଉଛି । ଗତକାଲି ଝାଡ଼ଖଣ୍ଡ ବିଧାନସଭା ପାଇଁ ଶେଷ ପର୍ଯ୍ୟୟ ମତଦାନ ସରିବା ପରେ ଆସିଛି ବୁଥ୍ ବାହୁଡା ଫଳ । ଆଉ ଏହି ଫଳ ବିଜେପି ଶିବିରର କମ୍ପନ ସୃଷ୍ଟି କରିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ଆସନରେ ହାରୁଛନ୍ତି । 

ଏକଜିଟ୍ ଆକଜେକ୍ଟ ନୁହେଁ । କିନ୍ତୁ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପ୍ରକାଶ କରିଥିବା ବୁଥ୍ ବାହୁଡା ଫଳ ପ୍ରାୟତଃ ସମାନ । ବିଜେପିକୁ ସାଥ୍ ଦେଉନି ଝାଡ଼ଖଣ୍ଡ ଏକଜିଟ ପୋଲ ଫଳ । ରଘୁବର ସରକାର ଏଥର ବାଏ ବାଏ ହେବା ଏକ ପ୍ରକାର ସ୍ପଷ୍ଟ ହେବାକୁ ବସିଛି । କଂଗ୍ରେସ, ଜେଏମଏମ ଏବଂ ଆରଜେଡି ମେଣ୍ଟ ସରକାର ଗଢିବା ନେଇ ନୂଆ ଆଶା ସଞ୍ଚାର କରିଛି ଏହି ବୁଥ ବାହୁଡା ଫଳ । ଝାଡ଼ଖଣ୍ଡ ବିଧାନସଭା ପାଇଁ ମ୍ୟାଜିକ ନମ୍ୱର ୪୧ ଥିବାବେଳେ ଏହି ମେଣ୍ଟ ଏହାକୁ ପାର କରିବେ ବୋଲି ଆଶା କରାଯାଉଛି । ସେହିପରି ବିଜେପି ୩୦ ଆସନ ଭିତରେ ସୀମିତ ରହିପାରେ । ଏବିପି ନ୍ୟୁଜ, ଆଇଏଏନଏସ ଏବଂ ସି ଭୋଟରର ଏକଜିଟ ପୋଲ ଫଳ ଏପରି କିଛି ହିଁ କହୁଛି । କଂଗ୍ରେସ-ଜେଏମଏମ ମେଣ୍ଟ ହାପ୍ ସେଞ୍ଚୁରି ମଧ୍ୟ ବାଡେଇ ପାରନ୍ତି ବୋଲି ସମ୍ଭାବନା ଟିଏ ସୃଷ୍ଟି କରିଛି ଇଣ୍ଡିଆ ନ୍ୟୁଜ ଏକ୍ସିସ ମାଇଁ ଇଣ୍ଡିଆ । 

ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ ଭାଙ୍ଗିବା ପରେ ଝାଡଖଣ୍ଡରେ ଆଉ କାହା ସହ ଦୋସ୍ତି କରିବାକୁ ଚାହିଁନଥିଲା ବିଜେପି । ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ(AJSU) ସହ ମଧ୍ୟ ମେଣ୍ଟ କରିନଥିଲା । ମେଣ୍ଟ ସହଯୋଗୀ ନିର୍ବାଚନ ପରେ ବ୍ଲାକ ମେଲିଙ୍ଗ କରିବା ଭୟ ବିଜେପିକୁ ଘାରିଥିଲା । ମହାରାଷ୍ଟ୍ରରେ ଶିବସେନା ଯେପରି ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦାବି କଲା, ସେପରି ଝାଡ଼ଖଣ୍ଡରେ ବି  ସହଯୋଗୀ ଦଳ କରିପାରେ । ତେଣୁ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲା ବିଜେପି । ସମୁଦାୟ ୮୧ ଆସନରୁ ୮୦ ଆସନରେ ପ୍ରାର୍ଥୀ ଦେଇଥିଲା । କେବଳ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ଦଳ ।  

fallback

ବିଜେପି ଏଠାରେ ଏକାକୀ ନିର୍ବାଚନ ଲଢିବାର ଅନ୍ୟ ଏକ କାରଣ ମଧ୍ୟ ଥିଲା । ଶିବସେନା ସହ ମେଣ୍ଟ ନକରି ମଧ୍ୟ ଯଦି ମହାରାଷ୍ଟ୍ରରେ ବିଜେପି ଲଢିଥାନ୍ତା, ତେବେ ସଂଖ୍ୟା ଗରିଷ୍ଠତା ପାଇଥାନ୍ତା ! ଏଭଳି କିଛି ଭାବିଥିଲେ ଦଳୀୟ ନେତା । ଆତ୍ମଗର୍ବ କିମ୍ବା ଆତ୍ମସମୀକ୍ଷା ଭିତରୁ ଏହା ଗୋଟିଏ ନିଶ୍ଚୟ । କାହିଁକିନା ମହାରାଷ୍ଟ୍ରରେ ବିଜେପି ତୁଳନାରେ ଶିବସେନାକୁ ଖୁବ୍ କମ ଆସନ ମିଳିଥିଲା । ତେଣୁ ମେଣ୍ଟ କରିବା ଦଳ ପାଇଁ କ୍ଷତି ବୋଲି ଭାବିଥିଲା ବିଜେପି । ତେଣୁ ଝାଡ଼ଖଣ୍ଡରେ ନିଜ ସିଙ୍ଘରେ ହିଁ ମାଟି ତାଡିବ ବୋଲି ନିଷ୍ପତ୍ତି ନେଇଥିଲା । ହେଲେ ଏବେ ତାହା ଭୁଲ ପ୍ରମାଣିତ ହେବାକୁ ଯାଉଛି । 

ସଙ୍ଘୀୟ ଗଣତନ୍ତ୍ରରେ ସହଯୋଗୀ ଦଳଙ୍କୁ ନେଇ ଆଗକୁ ବଢିବାରେ କଂଗ୍ରେସ ମାହିର । ହେଲେ ବିଜେପି ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ ସହ ସମ୍ପର୍କ ଛିନ୍ନ କରିବାରେ ଲାଗିଛି । କେନ୍ଦ୍ରରେ ବହୁମତ ମିଳିଥିବା ଗର୍ବ ବିଜେପିକୁ ଖାଉଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇବାକୁ ବସିଛି ଭାରତୀୟ ଜନତା ପାର୍ଟି । ଆହୁରି ମଧ୍ୟ ରାଷ୍ଟ୍ରୀୟ ପ୍ରସଙ୍ଗକୁ ନେଇ କେନ୍ଦ୍ରରେ ସରକାର ଗଢାଯାଇପାରେ । କିନ୍ତୁ ରାଜ୍ୟରେ ନୁହେଁ । ଏଭଳି କିଛି ବାର୍ତ୍ତା ମଧ୍ୟ ଆସୁଛି । ଦେଶବାସୀ ମୋଦିଙ୍କୁ ଭଲ ପାଆନ୍ତି, ହେଲେ ମୋଦିଙ୍କ ଡବଲ ଇଞ୍ଜିନ ଫର୍ମୁଲାକୁ ନୁହେଁ !

ଆହୁରି ପଢନ୍ତୁ; ଭାରତ ବନାମ ବିରୋଧ