ଠିକ୍ ଆଜିକୁ ୭ ବର୍ଷ ତଳେ...
Advertisement
Article Detail0/zeeodisha/odisha610643

ଠିକ୍ ଆଜିକୁ ୭ ବର୍ଷ ତଳେ...

ସେବେ ଆଉ ଏବେ

ଫାଇଲ ଫଟୋ

ନୂଆଦିଲ୍ଲୀ: ହଁ, ଠିକ ଆଜିକୁ ସାତବର୍ଷ ତଳେ ଆଉ ଆଜି ଭିତରେ ଅନେକ ପରିବର୍ତ୍ତନ । ସାତବର୍ଷ ତଳେ...'ନିର୍ଭୟ' ଶରୀର ଉପରେ ନର ରାକ୍ଷାସଙ୍କ ଲଲୁପ ଦୃଷ୍ଟି ପଡିଥିଲା । ଆଉ ଆଜି...ନିଜ ଶରୀର ଭିକ୍ଷା ମାଗୁଛି ନର ରାକ୍ଷାସ । ସାତ ବର୍ଷ ତଳେ...ସାରା ଦେଶର ନିଦ ହଜେଇ ଦେଇଥିଲେ କିଛି ଯୌନ ପିପାଷୁ । ଆଜି...ଖିଆପିଆ ଭୁଲି ଯାଇଛି ଯୌନ ରାକ୍ଷାସ । ସାତବର୍ଷ ତଳେ...ଗଣଦୁଷ୍କର୍ମର ଶୀକାର ହୋଇଥିଲେ ନିର୍ଭୟା । ଆଉ ଜୀବନ ସହ ଲଢେଇ କରୁଥିଲେ । ଆଜି...ରାକ୍ଷାସଙ୍କୁ ଘାରିଛି ମୃତ୍ୟୁର ଭୟ । 

କାହାଣୀ ସାତବର୍ଷର । ଆଜି ନିର୍ଭୟା ନାହାଁନ୍ତି ସତ, ହେଲେ ସମଗ୍ର ଦେଶରେ ଯୌନ ରାକ୍ଷାସଙ୍କ ଭିତରେ ଭୟଟିଏ ସୃଷ୍ଟି କରିପାରିଛନ୍ତି । ବୋଧେ ସାତବର୍ଷ ତଳେ ଦେଶରେ ପ୍ରଥମ ଥର ପାଇଁ ଦୁଷ୍କର୍ମକୁ ନେଇ ଏପରି ଉଦବେଗ ପ୍ରକାଶ ପାଇଥିଲା । ଆହୁରି କଠୋର ହୋଇଥିଲା ଆମ ଆଇନ । ଯୌନ ପିପାଷୁଙ୍କ ଉପରେ ହୁଏତ ଏହାର ପ୍ରଭାବ ସେତିକି ପଡିନି । ଆଜି ବି ଉନ୍ନାଓ ଓ ହାଇଦ୍ରବାଦ ପରି ଘଟଣା ଆମକୁ ଦେଖିବାକୁ ପଡୁଛି । କିନ୍ତୁ ହେଲେ ଏହା ସତ, ବଦଳିଛି ଆମ ସମାଜରେ ଦୃଷ୍ଟିଭଙ୍ଗୀ । ସଚେତନ ହୋଇଛନ୍ତି ଏ ଦେଶର ମହିଳା । ଯୌନ ରାକ୍ଷାସଙ୍କ ବିରୋଧରେ ଲଢେଇ କରିବା ପାଇଁ ଶିଖେଇ ଯାଇଛନ୍ତି ନିର୍ଭୟା । 

fallback

ସାତବର୍ଷ ତଳେ ଆଉ ଆଜି...କଣ ପରିବର୍ତ୍ତନ ହୋଇଛି ? ସେହି ଯୌନ ରାକ୍ଷାସଙ୍କ ଭିତରେ କଣ ପରିବର୍ତ୍ତନ ହୋଇଛି, ତାହା ତ ତିହାର ଜେଲ କର୍ତ୍ତୃପକ୍ଷ ହିଁ କହିପାରିବେ । ହେଲେ ଦେଶରେ ଏହି ସାତବର୍ଷ ଭିତରେ ସାମ୍ନାକୁ ଆସିଛି ଅନେକ ଘଟଣା । ଯଦିଓ ଦୁଷ୍କର୍ମକୁ ରୋକିବାରେ ଆମେ ଏବେ ବି ଫେଲ, ତେବେ ସଚେତନତାରେ ଏବେ ଆମେ ବହୁ ଆଗରେ । ମନ୍ଥର ନ୍ୟାୟ ବ୍ୟବସ୍ଥାକୁ କ୍ଷୀପ୍ର କରିବାରେ ଆମେ ଆଗକୁ ବଢିଛୁ । ହୋଇପାରେ, ଆଗକୁ ନାରୀକୁ ଆଖି ପକାଇବା ପୂର୍ବରୁ ଶହେ ଥର ଭାବିବ ଦୁଷ୍କର୍ମକାରୀ । ଆଉ ଏହି ପରିବର୍ତ୍ତନରେ ସ୍ୱର୍ଣ୍ଣାକ୍ଷରରେ ସ୍ଥାନ ପାଇବେ ନିର୍ଭୟା । 

ହଁ, ସାତବର୍ଷ ଗଡିଗଲା । ହେଲେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ମିଳିପାରିନି । ୬ ଜଣଙ୍କ ମଧ୍ୟରୁ ଜଣେ ଥିଲା ନାବାଳକ । ବସ ଡ୍ରାଇଭର ରାମ ସିଂହ ଘଟଣାର କିଛିଦିନ ଭିତରେ ହିଁ ଜେଲ ପରିସରରେ ଆତ୍ମହତ୍ୟା କରିଥିଲା । ବାକି ୪ ଅଭିଯୁକ୍ତ ଏବେ ତିହାର ଜେଲରେ । ଆସନ୍ତା ୧୮ରେ ସୁପ୍ରିମକୋର୍ଟ ଫାଶୀ ନେଇ ଚୁଡାନ୍ତ ନିଷ୍ପତ୍ତି ନେଇପାରନ୍ତି । କିଛିଦିନ ଭିତରେ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେହେଲେ ନ୍ୟାୟ ଲଢେଇରେ ହାରିନାହାଁନ୍ତି ପରିବାର ବର୍ଗ । ସାତ ବର୍ଷ ପର୍ଯ୍ୟନ୍ତ କୋର୍ଟ କଚେରୀର ଚକ୍କର କାଟିଛନ୍ତି । ତଥାପି ବି ଥକ୍କି ପଡିନାହାଁନ୍ତି । ସମାଜକୁ ଦେଇଛନ୍ତି ଏମାନେ ବି ଭିନ୍ନ ଏକ ଆହ୍ୱାନ । 

fallback

ସାତବର୍ଷ ତଳେ ଯେତେବେଳେ ନୂଆଦିଲ୍ଲୀର ମୁନିର୍କାରୁ ଦ୍ୱାରିକା ରାସ୍ତାରେ ଯୌନ ରାକ୍ଷାସ ନିର୍ଭୟାଙ୍କ ଇଜ୍ଜତ ଲୁଟୁଥିଲେ, ସେତେବେଳେ ତାଙ୍କ ପାଖରେ ନଥିଲା ମୃତ୍ୟୁର ଭୟ । ନାରୀର ଇଜ୍ଜତ ଥିଲା ତାଙ୍କ ପାଇଁ ଖେଳନା । ପୁରୁଷ ବନ୍ଧୁଙ୍କୁ ମାଡ ମାରି ବସରୁ ପେଲି ଦେଇଥିଲେ । ନିର୍ଭୟାଙ୍କ ସହ ପଶୁତୁଲ୍ୟ ଆଚରଣ କରିଥିଲେ । ଲୁହା ରଡରେ ଦେହକୁ ଆଘାତ ଦେଇଥିଲେ । ହେଲେ ଆଜି ସମୟ ବଦଳିଛି । ଦୁଷ୍କର୍ମ କରିବା ପୂର୍ବରୁ ଫାଶୀ ଦଉଡି ବି ଯୌନ ପିପାଷୁ ଆଖିରେ ଦୃଶ୍ୟମାନ ହେବ ନିଶ୍ଚୟ । ଏତିକିରେ ସରିନି ନିର୍ଭୟା କାହାଣୀ । ଯୌନ ରାକ୍ଷାସଙ୍କ ଭିତରେ ଭୟର ପ୍ରତୀକ 'ନିର୍ଭୟା' । 

ଆହୁରି ପଢନ୍ତୁ; ସାମ୍ନାରେ 'ଯମ' ! ଖିଆପିଆ କମାଇ ଦେଲେଣି 'ନିର୍ଭୟା' ଅପରାଧୀ