ଓଡ଼ିଶାରେ ପହଞ୍ଚିଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସଂଧ୍ୟାରେ ଦାୟିତ୍ଵ ଗ୍ରହଣ କରିବେ!
Advertisement
Article Detail0/zeeodisha/odisha2314599

ଓଡ଼ିଶାରେ ପହଞ୍ଚିଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସଂଧ୍ୟାରେ ଦାୟିତ୍ଵ ଗ୍ରହଣ କରିବେ!

୨୮ ଜୁନ୍‌ରେ ମନୋଜ ଆହୁଜା ନୂଆ ଶାସନ ସଚିବ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ମନୋଜଙ୍କ ସହ ମୁଖ୍ୟ ଶାସନ ସଚିବ ରେସ୍‌ରେ ଅନେକ ଆଇଏଏସ୍‌ ରହିଥିଲେ।

ଓଡ଼ିଶାରେ ପହଞ୍ଚିଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସଂଧ୍ୟାରେ ଦାୟିତ୍ଵ ଗ୍ରହଣ କରିବେ!

ଭୁବନେଶ୍ଵର: ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଓଡ଼ିଶା କ୍ୟାଡ୍ ରର ବରିଷ୍ଠ ଅଧିକାରୀ ମନୋଜ ଆହୁଜା ଆଜି ସକାଳେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳର ଆଜି ଶେଷଦିନ। ଆଗକୁ ତାଙ୍କ କାର୍ଯ୍ୟକାଳ ବଢାଯିବ ନା ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏସବୁ ଭିତରେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ହଠାତ୍ କେନ୍ଦ୍ରରୁ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା। ଅନ୍ୟପଟେ ଶ୍ରୀ ଜେନା ତାଙ୍କ କାର୍ଯ୍ୟକାଳ ଶେଷଦିନକୁ ନେଇ ଏକ ଟ଼୍ବିଟ୍‌ କରିଛନ୍ତି। ସୋସିଆଲ୍‌ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ଆଜି ଅଫିସରେ ତାଙ୍କର ଶେଷ ଦିନ। ଏହାପରେ ଜଣେ ସାଧାରଣ ବ୍ୟକ୍ତି ଭାବେ ଜୀବନର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଲେଖିଛନ୍ତି। 

ଶ୍ରୀ ଆହୁଜା କେନ୍ଦ୍ରରେ କୃଷି ମନ୍ତ୍ରଣାଳୟର ସଚିବ ଥିଲେ। ମନୋଜ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଆଲୋଚନା ହେଉଥିଲା। ୨୮ ଜୁନ୍‌ରେ ମନୋଜ ଆହୁଜା ନୂଆ ଶାସନ ସଚିବ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ମନୋଜଙ୍କ ସହ ମୁଖ୍ୟ ଶାସନ ସଚିବ ରେସ୍‌ରେ ଅନେକ ଆଇଏଏସ୍‌ ରହିଥିଲେ। ବରିଷ୍ଠ ଦୃଷ୍ଟିରୁ ୧୯୯୧ ବ୍ୟାଚ୍‌ର ଆଇଏଏସ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଗରେ ରହିଥିଲେ। ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନାଁକୁ ନେଇ ବି ଚର୍ଚ୍ଚା ଲାଗି ରହିଥିଲା। ତେବେ ମୁଖ୍ୟ ଶାସନ ସଚିବ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସରକାର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ତେବେ ଆଜି ଶ୍ରୀ ଆହୁଜା ଓଡ଼ିଶାରେ ପହଞ୍ଚିଛନ୍ତି। ସଂଧ୍ୟାରେ ଦାୟିତ୍ଵ ଗ୍ରହଣ କରିବେ ବୋଲି ସୂଚନା ରହିଛି।

ତେବେ ଗତବର୍ଷ ଡିସେମ୍ବର ୩୧ରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିଲା। ହେଲେ ଚଳିତ ନିର୍ବାଚନ କାରଣରୁ ତତ୍କାଳୀନ ରାଜ୍ୟ ସରକାର ତାଙ୍କ ଅବସର ଅବଧିକୁ ୬ ମାସ ବୃଦ୍ଧି କରି ପୁନଶ୍ଚ ୨୦୨୪ ଜାନୁଆରୀ ୧ରୁ ଜୁନ୍ ୩୦ ଯାଏଁ ବଢାଇଥିଲେ। ନୂଆ ସରକାର ଆସିବା ପରେ ତାଙ୍କୁ ଜୁନ୍ ୩୦ରୁ ଅବସର ନେବା ପାଇଁ ଅନୁମତି ଦିଆଯାଇଛି। ଯାହାପରେ ଆଜି ଅବସର ନେବେ ପ୍ରଦୀପ।