Odisha News: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହଦଗଡ଼ ଡ୍ୟାମରେ ଏବେ ପଡିଛି ତାଲା
Advertisement
Article Detail0/zeeodisha/odisha2317532

Odisha News: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହଦଗଡ଼ ଡ୍ୟାମରେ ଏବେ ପଡିଛି ତାଲା

Odisha News: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହଦଗଡ଼ ଡ୍ୟାମରେ ଏବେ ପଡିଛି ତାଲା। ପର୍ଯ୍ୟଟକଙ୍କୁ ପରିଦର୍ଶନ ମନା ଯାହାକୁ ନେଇ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ। ଡ୍ୟାମର ଭିତର ପାର୍ଶ୍ୱରେ ରହୁଥିବା ଗ୍ରାମବାସୀଙ୍କୁ ମଧ୍ୟ ଡ୍ୟାମ ରାସ୍ତାରେ ଯାତାୟାତ ମନା ଯାହାକୁ ନେଇ ଅସନ୍ତୋଷ ସହିତ ଗ୍ରାମବାସୀଙ୍କ ମନରେ କୁହୁଳୁଛି ଅସନ୍ତୋଷର ନିଆଁ ହେଲେ ଏଭଳି ପରିସ୍ଥିତି କାହିଁକି ଆସିଲା ଦେଖିବା ଆମର ଏହି ରିପୋର୍ଟରେ।

Odisha News: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହଦଗଡ଼ ଡ୍ୟାମରେ ଏବେ ପଡିଛି ତାଲା

Odisha News: ହଦଗଡ଼ ଡ୍ୟାମରେ ଏବେ ପରିଦର୍ଶନକୁ ବନ୍ଦ କରଯାଇଛି। ଗେଟରେ ତାଲା ପକାଯାଇ ପର୍ଯ୍ୟଟକମାନଙ୍କୁ ଭିତରକୁ ବୁଲିବାକୁ ଛଡ଼ା ଯାଉନାହିଁ। ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ହଦଗଡ଼ ଡ୍ୟାମ ବୁଲିବାକୁ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକ ମାନେ ଡ୍ୟାମ ଉପରେ ବୁଲିବା ସହିତ ସାଳନ୍ଦୀ ଡ୍ୟାମର ନୀଳ ଜଳରାଶି କୁ ଉପଭୋଗ କରିଥାନ୍ତି ଯେଉଁମାନେ ଭୋଜିଭାତ କରିଥାନ୍ତି ସେମାନେ ଡ୍ୟାମ ତଳେ ନଦୀ କୂଳରେ ଭୋଜି କରିଥାନ୍ତି। ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର କିଛି କ୍ଷୁଦ୍ର ବ୍ୟବସାୟୀ ଛୋଟ ମୋଟ ବେପାର କରି ଚଳିବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି। ଏପରିକି ହଦଗଡ଼ ବଜାରରେ ଥିବା ବ୍ୟବସାୟୀମାନେ ଭଲ ଦିପଇସା ବେପାର କରିଥାନ୍ତି। କିନ୍ତୁ ସବୁଥିରେ ଏବେ ରୋକ ଲାଗିଯାଇଛି।

ତେବେ ଏହି ତାଲା ପଡ଼ିବାର କାରଣ ଯେତେବେଳେ ଆମେ ଜାଣିବାକୁ ଚାହିଁ ଥିଲୁ ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ ସେଦିନ ଥିଲା ଜୁନ ମାସର ୧୨ ତାରିଖ। ଭଦ୍ରକ ଅଞ୍ଚଳର କିଛି ଛାତ୍ର ଡ୍ୟାମ ବୁଲିବାକୁ ଆସିଥିବା ବେଳେ ଦୁଇଜଣ ଛାତ୍ର ଡ୍ୟାମର ଶେଷ ମୁଣ୍ଡରେ ଥିବା ଜିରୋ ପଏଣ୍ଟ ନିକଟରେ ଗାଧୋଇବାକୁ ଯାଇ ବୁଡି ମୃତ୍ୟୁବରଣ କରିଥିଲେ। ସେହି ଜିରୋ ପଏଣ୍ଟ ଜଙ୍ଗଲ ବିଭାଗ ଅଧିନରେ ରହିଛି। କିନ୍ତୁ ସେହି ଦିନଠାରୁ ଜଳସେଚନ ବିଭାଗ ଏହି ଡ୍ୟାମକୁ ଚାବି ପକାଇ ବନ୍ଦ କରିଦେଇଛନ୍ତି।

ନଦୀବନ୍ଧର ଅପର ପାର୍ଶ୍ୱରେ ଥିବା ଅନେକ ଗ୍ରାମବାସୀ ଡ୍ୟାମ ଉପରେ ଯାତାୟାତ କରୁଥିବା ବେଳେ ଏବେ ୩ କିଲୋମିଟର ବାଟ ବୁଲି ବୁଲି ହଦଗଡ଼କୁ ଆସୁଛନ୍ତି। ସେମାନେ ମଧ୍ଯ ଜଳସେଚନ ବିଭାଗର ଏପରି ନିଷ୍ପତ୍ତି କୁ ବିରୋଧ କରିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ମତ ଗାଇଡ଼ ଲାଇନ ଅନୁଯାୟୀ ଡ୍ୟାମ ବନ୍ଦ କରାଯାଇଛି। ବିଭାଗୀୟ ଆଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ।ପର୍ଯ୍ୟଟନ କ୍ଷେତ୍ର ହଦଗଡ଼ ନିଜର ସୌନ୍ଦର୍ଯ୍ୟକୁ ନେଇ ପର୍ଯ୍ୟଟକ ଙ୍କ ପାଇଁ ନିଆରା ଅନୁଭୂତି ଆଣୁଥିବା ବେଳେ ଏହାକୁ ତାଲା ପକାଇ ରଖିବା କେତେ ଦୂର ଯଥାର୍ଥ ତାକୁ ନେଇ ପ୍ରଶ୍ନ ଉଠିବା ସହିତ ତୁରନ୍ତ ଏହାକୁ ଖୋଲିବାକୁ ଦାବି ହେଉଛି।