Mental Health Tips:ଡିପ୍ରେସନରୁ ଦୂରେଇ ରହିବା ପାଇଁ ଆଗାମୀ ନୂଆବର୍ଷରେ ନିଅନ୍ତୁ ଏହି ପଣ
Advertisement
Article Detail0/zeeodisha/odisha2026926

Mental Health Tips:ଡିପ୍ରେସନରୁ ଦୂରେଇ ରହିବା ପାଇଁ ଆଗାମୀ ନୂଆବର୍ଷରେ ନିଅନ୍ତୁ ଏହି ପଣ

ଆଧୁନିକ ଜୀବନଶୈଳୀର ବଡ଼ ଅଭିଶାପ ହେଉଛି ଅବସାଦ ବା ଡିପ୍ରେସନ୍। ଆମେ ଆମ ଜୀବନଶୈଳୀରେ ଛୋଟ ଛୋଟ ପରିବର୍ତ୍ତନ କରି ଚିନ୍ତା ଏବଂ ଅବସାଦ ଭଳି ଅବାଞ୍ଛିତ ବିପର୍ଯ୍ୟୟକୁ ଏଡାଇ ପାରିବା । ଯେଉଁଥିପାଇଁ ଆପଣ ଏହି ନୂଆବର୍ଷରେ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏଭଳି କିଛି  ସଂକଳ୍ପ ନେଇପାରିବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

SOCIAL MEDIA

Mental Health Tips:

ଆଧୁନିକ ଜୀବନଶୈଳୀର ବଡ଼ ଅଭିଶାପ ହେଉଛି ଅବସାଦ ବା ଡିପ୍ରେସନ୍। ଆମେ ଆମ ଜୀବନଶୈଳୀରେ ଛୋଟ ଛୋଟ ପରିବର୍ତ୍ତନ କରି ଚିନ୍ତା ଏବଂ ଅବସାଦ ଭଳି ଅବାଞ୍ଛିତ ବିପର୍ଯ୍ୟୟକୁ ଏଡାଇ ପାରିବା । ଯେଉଁଥିପାଇଁ ଆପଣ ଏହି ନୂଆବର୍ଷରେ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏଭଳି କିଛି  ସଂକଳ୍ପ ନେଇପାରିବେ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ମାନସିକ ଚାପ ଏକ ସମସ୍ୟା ଭାବରେ ଉଭା ହେଉଛି ଯାହା ସହିତ ବର୍ତ୍ତମାନ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣେ ସଂଘର୍ଷ କରୁଛନ୍ତି । ସମସ୍ତେ କୌଣସି ନା କୌଣସି କାରଣରୁ ମାନସିକ ଚାପରେ ରହୁଛନ୍ତି। କେହି ଚାକିରିକୁ ନେଇ ଚାପଗ୍ରସ୍ତ ଥିବା ବେଳେ ଆଉ କିଏ ଘରୋଇ କଥାକୁ ନେଇ ଚାପଗ୍ରସ୍ତ। ଚିନ୍ତାର ବିଷୟ ଯାହା ହେଉ ନା କାହିଁକି, ଆଜିର ଦିନରେ ଏହା ସମସ୍ତଙ୍କ ଉପରେ ପ୍ରଭାବ ପକାଉଛି ଏବଂ ଏହି ଚାପ ଯୋଗୁଁ ଅନେକ ଲୋକ ଚିନ୍ତା ଏବଂ ଅବସାଦର ଶିକାର ହେଉଛନ୍ତି, ଯାହା ଆମକୁ ଅନେକ ଅବାଞ୍ଛିତ ରୋଗର ନିକଟତର କରିଥାଏ ।

ଏହି ମାନସିକ ଚାପ ଓ ଅବସାଦ କାରଣରୁ ଲୋକମାନେ ରାତିରେ ଶୋଇ ପାରନ୍ତି ନାହିଁ । ଏଥିସହିତ ଏହି କାରଣରୁ ଆମର କାମ ଓ ବ୍ୟକ୍ତିଗତ ଜୀବନ ଉପରେ ବହୁତ ପ୍ରଭାବ ପଡିଥାଏ । କିନ୍ତୁ ଆପଣ ମଧ୍ୟ  ଜାଣନ୍ତି ଯେ  ଯେଉଁଠି ଇଚ୍ଛା ଅଛି, ସେଠାରେ ରାସ୍ତା ଅଛି । ଏଭଳି ପରିସ୍ଥିତିରେ ଏହି ନୂଆବର୍ଷରେ ଚିନ୍ତା ଓ ଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସଂକଳ୍ପ

ଲୋକଙ୍କୁ ମନା କରିବା  ଶିଖନ୍ତୁ

ମାନସିକ ଚାପରୁ ବର୍ତ୍ତିବା ପାଇଁ କାହାକୁ ନା କହିବା ଶିଖିବା ଅତ୍ୟନ୍ତ ଜରୁରୀ । ଅନେକ ସମୟରେ ଆମେ ଏଭଳି କିଛି କରିବାକୁ ବାଧ୍ୟ ହେଉଥାଉ ଯାହାକୁ କରିବାକୁ ଇଛା ନଥାଏ। ଅନିଚ୍ଛାରେ କିଛି କରିଥାଉ। କିନ୍ତୁ ଆମକୁ ଏହି ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଆପଣଙ୍କୁ ଆବଶ୍ୟକତା ପଡିଲେ ନାଁ ଯଦି କହିବାକୁ ପଡୁଛି ତେବେ କୁହନ୍ତୁ।

ନିଜ ପ୍ରତି  ଧ୍ୟାନ ଦିଅନ୍ତୁ

ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ନିଜ ପାଇଁ କାଢନ୍ତୁ ଏବଂ ନିଜ ସହିତ ସମୟ ବି ବିତାନ୍ତୁ। ଏପରି ଜିନିଷରେ ଭାଗ ନିଅନ୍ତୁ ଯାହା ଆପଣଙ୍କୁ ଖୁସି ଦେଉଥିବ। ଅନେକ ନିଜ ଶୌକକୁ ପଛରେ ଛାଡ଼ି  କାମରେ ଆଗକୁ ବଢିଥାନ୍ତି।  କିନ୍ତୁ ସମସ୍ତଙ୍କର କିଛି ନା କିଛି ଶୌଖ ରହିଛି। ଗୀତ ଗାଇବା, ନୃତ୍ୟ କିମ୍ବା ଚିତ୍ରକଳା ଭଳି ଜିନିଷକୁ ସମସ୍ତେ ନିଶ୍ଚୟ ପସନ୍ଦ କରନ୍ତି । ଏଭଳି ସ୍ଥିତିରେ ନିଜ ସୌଖକୁ ଅନୁସରଣ କରନ୍ତୁ। ନିଜ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଆପଣଙ୍କ ମୁଡରେ ପରିବର୍ତ୍ତନ ଆଣନ୍ତୁ।

ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ

ଲୋକମାନେ ଅନେକ ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଅନେକ ସମୟରେ ଲୋକମାନେ ପ୍ରଥମେ ନିଜର ଲକ୍ଷଣକୁ ଅଣଦେଖା କରିଥାନ୍ତି ଏବଂ ପରେ ରୋଗ ବଢ଼ିଲେ ପରୀକ୍ଷା କରାଇ ଏହା ଚିହ୍ନଟ କରାଯାଏ । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଶରୀରରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକୁ ଚିହ୍ନଟ କରି ଠିକ୍ ସମୟରେ ଏହାର ଯାଞ୍ଚ କରି ଚିକିତ୍ସା ଆରମ୍ଭ କରନ୍ତୁ। ଅନେକ ରୋଗ ମଧ୍ୟ ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ନିଜର ଯତ୍ନ ନିଅନ୍ତୁ। ଏହା ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ, ଠିକ୍ ଭାବେ ଶୋଇବେ ଏବଂ କିଛି ସମୟ ବାହାର କରି ବ୍ୟାୟାମ କରନ୍ତୁ।

ଆପଣଙ୍କ ବନ୍ଧୁ ଏବଂ ପରିବାର ସହିତ ସମୟ ବିତାନ୍ତୁ

ଅନେକ ସମୟରେ ଲୋକମାନେ କାମ ଯୋଗୁଁ ପରିବାର ଓ ପ୍ରିୟଜନଙ୍କୁ ସମୟ ଦେଇ ପାରନ୍ତି ନାହିଁ, ଯେଉଁକାରଣରୁ ସମ୍ପର୍କ ମଧ୍ୟରେ ଦୂରତା ଆସିବା ଆରମ୍ଭ ହୋଇଯାଏ, ଯାହା ଆଦୌ ଠିକ୍ ନୁହେଁ। ଏଭଳି ପରିସ୍ଥିତିରେ ଲୋକମାନେ ଏକାକୀ ଅନୁଭବ କରିବା ଆରମ୍ଭ କରିଦିଅନ୍ତି, ଯାହା ଫଳରେ ଚିନ୍ତା ଭଳି ସମସ୍ୟା ଦେଖାଦେଇପାରେ । ତେଣୁ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ ଏବଂ ନିଜର ଜିନିଷ ଶେୟାର କରନ୍ତୁ।

ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ

ମଦ ୍ୟପାନ ଭଳି ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । ଯଦି ଆପଣ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେବନ କରନ୍ତି ତେବେ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏପରିକି ଏହି କାରଣରୁ କିଛି ସମୟ ପରେ ଅବସାଦ ଓ ଚିନ୍ତା ଭଳି ସମସ୍ୟା ଦେଖାଦେଇପାରେ।