WHO: 'କେବଳ ଲାଭ ପାଇଁ ତିଆରି କରାଯାଉଛି ଟିକା, ଲୋକଙ୍କ ମଙ୍ଗଳ ପାଇଁ ନୁହେଁ'
Advertisement

WHO: 'କେବଳ ଲାଭ ପାଇଁ ତିଆରି କରାଯାଉଛି ଟିକା, ଲୋକଙ୍କ ମଙ୍ଗଳ ପାଇଁ ନୁହେଁ'

World Health Organization: ବେଳେ ବିଭିନ୍ନ ରୋଗର ନିଦାନ ପାଇଁ ଆବଶ୍ୟକ ପଡୁଥିବା ଟିକାକୁ ବେଳେବେଳେ ବିକଶିତ କରାଯାଉ ନାହିଁ। କାରଣ ଏହି ଟିକାରୁ କୌଣସି ଲାଭ ମିଳିବାର ନାହିଁ। ଏହି କାରଣରୁ ବିଶ୍ୱର ଅନେକ ଦେଶ ଟିକା ପାଇଁ ଅନ୍ୟ ଦେଶ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। WHO କହିଛି ଯେ ଜନସାଧାରଣଙ୍କ କଲ୍ୟାଣ ପାଇଁ ନୁହେଁ ବରଂ ଟିକା କେବଳ ଲାଭ ପାଇଁ ଉତ୍ପାଦନ କରାଯାଉଛି।

 

WHO: 'କେବଳ ଲାଭ ପାଇଁ ତିଆରି କରାଯାଉଛି ଟିକା, ଲୋକଙ୍କ ମଙ୍ଗଳ ପାଇଁ ନୁହେଁ'

Corona Vaccine: କୋରୋନା ମହାମାରୀ ସମୟରେ ବିଭିନ୍ନ ଦେଶକୁ ଟିକା ଯୋଗାଇବାକୁ ନେଇ ଉପୁଜିଥିଲା ବିଭିନ୍ନ ସମସ୍ୟା। କିଛି ଦେଶଙ୍କ ପାଖରେ ଅସୀମିତ କୋରୋନା ଟିକା ମହଜୁଦ ରହିଥିବା ବେଳେ ଆଉ କେତେକ ଦେଶଙ୍କ ପାଖରେ ଆବଶ୍ୟକୀୟ ପରିମାଣର ଟିକା ମଧ୍ୟ ପହଞ୍ଚି ପାରିନଥିଲା। ଟିକା ଉପରେ ପ୍ରଥମେ ଧନୀ ଦେଶ ସେମାନଙ୍କ ଅଧିକାର ଜାହିର କରିଥିଲେ। ଅନ୍ୟପଟେ ବାକି ଦେଶ ମଧ୍ୟ ଟିକା  ପାଇବା ପାଇଁ ଅନେକ ସଂଘର୍ଷ କରିଥିଲେ।

ବିଶ୍ୱରେ ବିଭିନ୍ନ ରୋଗର ନିଦାନ ପାଇଁ ଆବଶ୍ୟକୀୟ ଟିକା ଯୋଗାଣ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଏହି ରିପୋର୍ଟ ଅନୁଯାୟୀ, ଟିକା ବ୍ୟବସାୟର ବଡ ଖେଳାଳି ହେଉଛନ୍ତି ଧନୀ ଦେଶ। ଅନ୍ୟପଟେ ଗରିବ ଦେଶ କେବଳ ଗ୍ରାହକ ଭୂମିକାରେ   ରହି ଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୪୧% ଗରିବ ଦେଶ ଗର୍ଭାଶୟ କର୍କଟ ପାଇଁ HPV ଟିକା ପାଇଛନ୍ତି। ଯେତେବେଳେ ଧନୀ ଦେଶରେ ୮୩% HPV ଟିକା ଉପଲବ୍ଧ ରହିଛି। ହେଲେ ଏହାର ଆବଶ୍ୟକତା ଧନୀ ଦେଶଙ୍କ ଅପେକ୍ଷା ଗରିବ ଦେଶଙ୍କୁ ଅଧିକ ରହିଛି।  

ଗତ ବର୍ଷ ୧୬୦୦ କୋଟି ଟଙ୍କାର ଟିକା ଯୋଗାଣ ହୋଇଥିଲା। ଏହି ସମୟ ମଧ୍ୟରେ ଗତ ୨୦୧୯ ବର୍ଷ ତୁଳନାରେ ୩ ଗୁଣ ଅଧିକ ଟିକା ଯୋଗାଇ ଦିଆଯାଇଥିଲା। ଗତ ୨୦୧୯ ବର୍ଷରେ କେବଳ ୬୦୦ କୋଟି ଟଙ୍କାର ଟିକା ଯୋଗାଣ ହୋଇଥିଲା।  ଏହି ସମାନ ବର୍ଷରେ ଟିକା ବଜାର ମୂଲ୍ୟ ୩୮୦୦ କୋଟି ଟଙ୍କା ରହିଥିଲା। ହେଲେ ଗତ ବର୍ଷ ଏହାର ପରିମାଣ ବୃଦ୍ଧି ପାଇ ୧୪ ହଜାର ୧୦୦ କୋଟିରେ ଟଙ୍କାରେ ପହଞ୍ଚିଥିଲା। କୋରୋନା ମହମାରୀ ସମଗ୍ର ବିଶ୍ୱରେ ଟିକା ବଜାର ବୃଦ୍ଧି ପାଇଥିଲା। ଯଥାଶୀଘ୍ର ନୂତନ ଟିକା ପାଇବାକୁ ସମଗ୍ର ବିଶ୍ୱ ଚାହୁଁଥିଲା। ହେଲେ ଏହି ଅବସରରେ ଗୋଟିଏ କଥା ବୁଝା ପଡ଼ିଥିଲା ଯେ ବିଶ୍ୱର ଟିକା ତିଆରି କ୍ଷମତା କେତେ ତାହା ଜଣାପଡିଥିଲା। ବିଗତ ୨ ବର୍ଷ ମଧ୍ୟରେ ବ୍ୟବସାୟରେ ୩ ଗୁଣା ବୃଦ୍ଧି ହୋଇଥିବାର ଜଣାପଡ଼ିଥିଲା।

ହେଲେ ବର୍ତ୍ତମାନ ସମୟରେ ମଧ୍ୟ ବିଶ୍ୱ ଟିକା ବଜାରରେ କିଛି ନିର୍ଦ୍ଧିଷ୍ଟ ଦେଶଙ୍କ  ପ୍ରଭାବ ରହିଛି। ବିଶ୍ୱର ୧୦ ଟିକା ନିର୍ମାତା ବିଶ୍ୱର ମୋଟ ଟିକା ଆବଶ୍ୟକତାର ୭୦% ଟିକା ପ୍ରସ୍ତୁତ କରୁଛନ୍ତି | PCV, HPV, ମିଳିମିଳା ଏବଂ ରୁବେଲା ପାଇଁ ବ୍ୟବହୃତ ଟିକା ସବୁଠାରୁ ଅଧିକ ପରିମାଣରେ କରାଯାଉଛି। ହେଲେ ଏହି ଟିକା ମୁଖ୍ୟତଃ କେବଳ ଦୁଇଟି ଉତ୍ପାଦକଙ୍କ ନିୟନ୍ତ୍ରଣରେ ରହିଛି। ଟିକା ପ୍ରସ୍ତୁତକାରୀ ବୌଦ୍ଧିକ ସମ୍ପତ୍ତି ଅଧିକାର (Intellectual Property Right) ଦର୍ଶାଇ ଅନ୍ୟ କାହାକୁ ଟିକା ନିର୍ମାଣରେ ବ୍ୟବହାର ହେଉଥିବା ଜ୍ଞାନକୌଶଳ ହସ୍ତାନ୍ତର କରୁ ନାହାଁନ୍ତି।  ଯଦିଓ ଏହି କମ୍ପାନୀ ସମାନ ଟିକା ତିଆରି କରୁଛନ୍ତି, ଯାହାର ଚାହିଦା ସର୍ବଦା ରହୁଛି। ହେଲେ ହଠାତ୍ ବିଶ୍ୱରେ ଚହଳ ସୃଷ୍ଟି କରିଥିବା ରୋଗ ଯେପରିକି ମଙ୍କିପକ୍ସ, କଲେରା, ଟାଇଫଏଡ୍ କିମ୍ବା ଇବୋଲା ଜୀବାଣୁ ପାଇଁ ଆବଶ୍ୟକ ପଡ଼ୁଥିବା ଟିକା ଯୋଗାଣରେ ସବୁବେଳେ ଅସୁବିଧା ସୃଷ୍ଟି ହେଉଛି। କାରଣ ଏହି ରୋଗର ନିଦାନ ପାଇଁ ବ୍ୟବହାର ହେଉଥିବା ଚାହିଦା ସ୍ୱଳ୍ପ ସମୟ ପାଇଁ ରହୁଛି ଏବଂ ବିଶ୍ୱ ସ୍ତରରେ ଏହାର ଚାହିଦା ସେତେମାତ୍ରାରେ ନାହିଁ।

କୋରୋନା ମହାମାରୀ ଏକ ଶିକ୍ଷା ଦେଇଯାଇଛି। ତାହା ହେଉଛି ୪ ବର୍ଷରୁ ୧୦ ବର୍ଷ ଗବେଷଣା ପରେ ପ୍ରସ୍ତୁତ ହେଉଥିବା ଔଷଧ, ଆବଶ୍ୟକ ପଡିଲେ କେବଳ ୧୧ ମାସ ମଧ୍ୟରେ ବଜାରରେ ଉପଲବ୍ଧ ହୋଇପାରୁଛି। ଯଦି ଏଥିରେ ଲାଭ ଅଛି। WHO ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ଟିକା ପ୍ରସ୍ତୁତ କରାଯିବା ଆବଶ୍ୟକ। ବର୍ତ୍ତମାନ, ଟିକା ବଜାର ମୁଖ୍ୟତ ଆମେରିକା ଏବଂ ୟୁରୋପ ଦ୍ୱାରା ନିୟନ୍ତ୍ରିତ ହେଉଛି।ଏସିଆ ମହାଦେଶରେ ଭାରତରେ ସିରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଚାଇନାର ସିନୋଭାକ୍ ହେଉଛି ମୁଖ୍ୟ ଟିକା ନିର୍ମାଣକାରୀ କମ୍ପାନୀ।

ଗତ ବର୍ଷ ଯେତେବେଳେ କୋରୋନା ଟିକା ଉଦ୍ଭାବିତ ହେବା ପରେ ବଜାରରେ ପହଞ୍ଚିଲା, ସେତେବେଳେ କେବଳ ୩୦% ଟିକା ପାଶ୍ଚାତ୍ୟ ଦେଶଙ୍କ ଦଖଲରେ ରହିଥିଲା। କେବଳ ୮% ଟିକା ଆଫ୍ରିକୀୟ ଦେଶଙ୍କୁ ମିଳି ପାରିଥିଲା। ଦେଶରେ ଟିକା ଉତ୍ପାଦନ ପାଇଁ ଏପରି ନୀତି ପ୍ରସ୍ତୁତ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି ଯେ ଯେପରି ଅଧିକରୁ ଅଧିକ ଦେଶ ଏହି କାର୍ଯ୍ୟରେ ସାମିଲ ହୋଇପାରିବେ। ଟିକା ନିର୍ମାଣରେ ସରକାରୀ ସହାୟତା ଯୋଗାଇଦେବା ଉପରେ ଜୋର ଦେଇଛି WHO। ଏହାର କାରଣ ହେଉଛି ଟିକା ନିର୍ମାଣରେ ହେଉଥିବା ଅନୁସନ୍ଧାନ ଏବଂ ଏହାର ବିକାଶରେ ଖର୍ଚ୍ଚ ହୋଇଥିବା ପରିମାଣ ଯେପରି ପ୍ରାଧାନ୍ୟ ବିସ୍ତାର କରିପାରିବ ନାହିଁ।

ବେଳେ ବିଭିନ୍ନ ରୋଗର ନିଦାନ ପାଇଁ ଆବଶ୍ୟକ ପଡୁଥିବା ଟିକାକୁ ବେଳେବେଳେ ବିକଶିତ କରାଯାଉ ନାହିଁ। କାରଣ ଏହି ଟିକାରୁ କୌଣସି ଲାଭ ମିଳିବାର ନାହିଁ। ଏହି କାରଣରୁ ବିଶ୍ୱର ଅନେକ ଦେଶ ଟିକା ପାଇଁ ଅନ୍ୟ ଦେଶ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। WHO କହିଛି ଯେ ଟିକା କେବଳ ଲାଭ ପାଇଁ  ଉତ୍ପାଦିତ କରାଯାଉଛି ଜନସାଧାରଣଙ୍କ କଲ୍ୟାଣ ପାଇଁ ନୁହେଁ।