ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ: ମନ୍ତ୍ରୀ
Advertisement
Article Detail0/zeeodisha/odisha2619110

ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ: ମନ୍ତ୍ରୀ

E-kyc verification: ରାଜ୍ୟ ଓ ରାଜ୍ୟ ବାହାରେ କେତେ ହିତାଧିକାରୀଙ୍କ e-KYC ଅପଡେଟ୍‌ ସରିଲାଣି ଆଉ କେତେଜଣ କରିନାହାନ୍ତି ସେ ନେଇ ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯଦି କେହି ସମୟ ମଧ୍ୟରେ ଦେଇପାରିନାହାନ୍ତି ସେମାନେ ପରେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଆକାରରେ ଦେଲେ ପରବର୍ତ୍ତୀ ସମୟରେ e-KYC ପାଇଁ ସରକାର ବିଚାର କରିବେ। 

ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ: ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଅଛନ୍ତି ୪୦ ଲକ୍ଷରୁ ଅଧିକ ଅଯୋଗ୍ୟ ଓ ଭୂତ ହିତାଧିକାରୀ। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ୪ ଦିନରେ ଇ-କେଓ୍ବାଇସି ଯାଞ୍ଚ ସରିବ। ୪୦ ଲକ୍ଷରୁ ଅଧିକ ଲୋକ ଇ-କେଓ୍ବାଇସି ଅପଡେଟ୍ କରିନାହାନ୍ତି। ଏଯାବତ୍ ୮୮ ପ୍ରତିଶତ ଲୋକ ଇ-କେଓ୍ବାଇସି କରିସାରିଲେଣି। ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ହିତାଧିକାରୀ ଇ-କେଓ୍ବାଇସି କରିନାହାନ୍ତି। ମୋଟ୍ ୩ କୋଟି ୩୫ ଲକ୍ଷ ୫୭୦ରୁ ୨, ୯୫, ୮୯, ୯୧୨ ଲୋକ ଇ-କେଓ୍ବାଇସି କରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ସମୟ ଭିତରେ ଅପଡେଟ୍‌ କରିପାରିନଥିବା ହିତାଧିକାରୀଙ୍କ ପାଇଁ କୋହଳ ହୋଇପାରେ ବ୍ୟବସ୍ଥା। ରାଜ୍ୟ ଓ ରାଜ୍ୟ ବାହାରେ କେତେ ହିତାଧିକାରୀଙ୍କ e-KYC ଅପଡେଟ୍‌ ସରିଲାଣି ଆଉ କେତେଜଣ କରିନାହାନ୍ତି ସେ ନେଇ ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯଦି କେହି ସମୟ ମଧ୍ୟରେ ଦେଇପାରିନାହାନ୍ତି ସେମାନେ ପରେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଆକାରରେ ଦେଲେ ପରବର୍ତ୍ତୀ ସମୟରେ e-KYC ପାଇଁ ସରକାର ବିଚାର କରିବେ।