Top 10 News: ମହାକୁମ୍ଭମେଳାରେ ବୁଡ଼ ପକାଇଲେ ଅମିତ ଶାହ ଓ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2619294

Top 10 News: ମହାକୁମ୍ଭମେଳାରେ ବୁଡ଼ ପକାଇଲେ ଅମିତ ଶାହ ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ମହାକୁମ୍ଭମେଳାରେ ବୁଡ଼ ପକାଇଲେ ଅମିତ ଶାହ ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ପ୍ରୟାଗରାଜ ମହାକୁମ୍ଭମେଳାରେ ବୁଡ଼ ପକାଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ମହାକୁମ୍ଭରେ ଯୋଗଗୁରୁ ବାବା ରାମଦେବଙ୍କ ସହ ଯୋଗ ପାଇଁ ପୋଜ୍ ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Headlines 02- ବହୁ ଚର୍ଚ୍ଚିତ ଆରଜି କର୍ ହତ୍ୟା ଓ ଦୁଷ୍କର୍ମ ମାମଲାରେ କୋଲକାତା ହାଇକୋର୍ଟରେ ପୁଣି ଆବେଦନ କରାଯାଇଛି। ହାଇକୋର୍ଟରେ ଗୋଟିଏ ମାମଲାକୁ ନେଇ ଦୁଇ ପକ୍ଷ । ସିବିଆଇ ଏବଂ ପଶ୍ଚିମବଙ୍ଗ ସରକାର ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ଅଭୟା ମାମଲାରେ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯାହାଫଳରେ ତାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋଷୀକୁ ଫଶି ଦେବା ପାଇଁ ଆବେଦନ କରିଛି ସିବିଆଇ ।

Headlines 03- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ରେୱାର ମୃତ୍ୟୁ ହୋଇଛି । ପ୍ରସବକାଳୀନ ଅସୁସ୍ଥତା କାରଣରୁ ୮ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଗତ ୨୫ରେ ରେୱା ୩ୟ ଥର ପାଇଁ ମାତୃତ୍ୱ ଲାଭ କରିଥିଲା । ନନ୍ଦନକାନନରେ ଏବେ ସିଂହ ସଂଖ୍ୟା ୨୩ରେ ପହଞ୍ଚିଛି ।

Headlines 04- ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର କେଶମୁଣ୍ଡି ଗାଁରେ ମାଓବାଦୀଙ୍କ ଏଭଳି ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ କୁରାଢିରେ ହାଣି ହତ୍ୟା କରିଥିବା କୁହାଯାଉଛି । ମୃତକ କେଶମୁଣ୍ଡି ଗାଁର ୪୧ ବର୍ଷୀୟ ଯୁବକ ଭାଦୁ ସୋଧି ବୋଲି ସୂଚନା ମିଳିଛି ।

Headlines 05- ଏଥର ବାରବାଟୀରେ ସ୍ପୋର୍ଟିଂ ୱିକେଟ୍ । ବାରବାଟୀରେ ପହଞ୍ଚିଛନ୍ତି ବିସିସିଆଇ ପିଚ୍ କ୍ୟୁରେଟର୍ । ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ODI ମ୍ୟାଚ୍ ଖେଳାଯିବ ତେଣୁ  ସ୍ପୋର୍ଟିଂ ୱିକେଟ୍ ନେଇ OCA କ୍ୟୁରେଟରଙ୍କ ସହ ଆଲୋଚନା କରିଛନ୍ତି ।

Headlines 06- IPS ଚାକିରି କରାଇଦେବା ନାଁରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି । ନିମଖଣ୍ଡି ଥାନା ଶ୍ରୀମାନଗରରୁ କାହ୍ନା ପାତ୍ର ନାମକ ଯୁବକ ଗିରଫ ହୋଇଛନ୍ତି । ପଶ୍ଚିମବଙ୍ଗ ବୀରଭୂମର ଜଣେ ଯୁବକଙ୍କୁ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି । ଆଇଜି ରାଙ୍କ୍‌ର ଅଧିକାରୀ କହି ଇନଷ୍ଟାରେ ବନ୍ଧୁତା ସ୍ଥାପନ କରିବା ପରେ ଚାକିରି କରାଇ ଦେବ କହି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଠକିଥିଲା ଯୁବକ । ଗିରଫ ପରେ ଯୁବକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ପଶ୍ଚିମବଙ୍ଗ ପୋଲିସ ।

Headlines 07- ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପଲ୍ଲୁ ସିଂହକୁ ରିମାଣ୍ଡରେ ଆଣିବ ସମ୍ବଲପୁର ପୁଲିସ। ଏଥିଲାଗି ବିହାର ଅଭିମୁଖେ ସମ୍ବଲପୁର ପୁଲିସ। ତାକୁ ୧୦ ଦିନଆ ରିମାଣ୍ଡରେ ଆଣି ତଦନ୍ତ କରିବ। ସୁନା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂହକୁ ରିମାଣ୍ଡରେ ଆଣିବ ପୁଲିସ। ସମ୍ବଲପୁର ପୋଲିସର ଏକ ଟିମ୍ ବିହାର ଗସ୍ତ କରିଛି । ୧୦ ଦିନିଆ ରିମାଣ୍ଡରେ ଆଣିବା ପାଇଁ ୩ ଜଣ ଅଫିସରଙ୍କ ସମେତ ୧୦ ଜଣ ପୋଲିସ ବିହାର ଯାଇଛନ୍ତି । 

Headlines 08- ରାଜ୍ୟରେ ଅଛନ୍ତି ୪୦ ଲକ୍ଷରୁ ଅଧିକ ଅଯୋଗ୍ୟ ଓ ଭୂତ ହିତାଧିକାରୀ। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ୪ ଦିନରେ ଇ-କେଓ୍ବାଇସି ଯାଞ୍ଚ ସରିବ। ୪୦ ଲକ୍ଷରୁ ଅଧିକ ଲୋକ ଇ-କେଓ୍ବାଇସି ଅପଡେଟ୍ କରିନାହାନ୍ତି। ଏଯାବତ୍ ୮୮ ପ୍ରତିଶତ ଲୋକ ଇ-କେଓ୍ବାଇସି କରିସାରିଲେଣି। ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ହିତାଧିକାରୀ ଇ-କେଓ୍ବାଇସି କରିନାହାନ୍ତି। ମୋଟ୍ ୩ କୋଟି ୩୫ ଲକ୍ଷ ୫୭୦ରୁ ୨, ୯୫, ୮୯, ୯୧୨ ଲୋକ ଇ-କେଓ୍ବାଇସି କରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

Headlines 09- ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଏସଜେଟିଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମନୋଜ ଆହୁଜାଙ୍କୁ ସିଏସ ଭାବେ ଦାୟିତ୍ୱ ମିଳିଥିଲା। ଆଉ ଅଗଷ୍ଟ ମାସରେ ତାଙ୍କୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା। ଏହାପରେ ଡିସେମ୍ବର ମାସରେ ତାଙ୍କ କାର୍ଯ୍ୟକାଳକୁ ବର୍ଷେ ଯାଏଁ ବଢାଇ ଦିଆଯାଇଥିଲା। ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ। ୨୦୨୪ ଅଗଷ୍ଟ ୧୩ ତାରିଖରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ। ତାଙ୍କୁ ସରକାର ଏବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଉଛନ୍ତି।

Headlines 10- ରାଜ୍ୟରେ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କୁହୁଡିର ମାତ୍ରା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି। ଏପରିକି ଦିନରେ ତାପମାତ୍ରା ୨୩ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।