Milk Price: କାହିଁକି ବଢୁଛି କ୍ଷୀରର ମୂଲ୍ୟ? ଜାଣନ୍ତୁ ଏହାର କାରଣ
Advertisement

Milk Price: କାହିଁକି ବଢୁଛି କ୍ଷୀରର ମୂଲ୍ୟ? ଜାଣନ୍ତୁ ଏହାର କାରଣ

Hike In Milk Price:  ଦେଶରେ ଜଣେ ବ୍ୟକ୍ତି ପ୍ରତିମାସରେ ଖାଦ୍ୟ ପାଇଁ ମୋଟ ଖର୍ଚ୍ଚର ପ୍ରାୟ ୨୦ ପ୍ରତିଶତ କ୍ଷୀରରେ ଖର୍ଚ୍ଚ କରିଥାନ୍ତି। ସହରରେ ଏହି ଖର୍ଚ୍ଚ ଆହୁରି ଅଧିକ ହୋଇଥାଏ। ଏଥିସହ ଜାତୀୟ ନମୁନା ସର୍ଭେ ଅନୁଯାୟୀ ଗ୍ରାମାଞ୍ଚଳରେ ଲୋକମାନେ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ମାସକୁ ୧୧୬ ଟଙ୍କା ଖର୍ଚ୍ଚ କରୁଛନ୍ତି। ସର୍ଭେ ଅନୁଯାୟୀ ଗତ ମାସ ତୁଳନାରେ ଦୁଗ୍ଧର ଚାହିଦା ମଧ୍ୟ ବୃଦ୍ଧି ପାଇଛି।

 

Milk Price: କାହିଁକି ବଢୁଛି କ୍ଷୀରର ମୂଲ୍ୟ? ଜାଣନ୍ତୁ ଏହାର କାରଣ

Milk Price Hike: ସମସ୍ତ ପରିବାରରେ ପ୍ରତ୍ୟେକ ଦିନ କ୍ଷୀର ବ୍ୟବହାର କରାଯାଏ। ପିଇବା ଠାରୁ ଚା କରିବା ପର୍ଯ୍ୟନ୍ତ ଘରେ କ୍ଷୀର ବ୍ୟବହାର ହୋଇଥାଏ। ହେଲେ କେବେ ଆପଣ କେବେ ଚିନ୍ତା କରିଛନ୍ତି, ଯେ କାହିଁକି କ୍ଷୀରର ମୂଲ୍ୟ ଏତେ ବଢିବାରେ ଲାଗିଛି? କ୍ଷୀର ମୂଲ୍ୟ ବଢିବା ପଛରେ କେଉଁ କାରଣ ରହିଛି ତାହା ଏବେ ଜଣାପଡ଼ିଛି। ଗତ ବର୍ଷ କ୍ଷୀର ମୂଲ୍ୟ କେତେ ଗୁଣ ବୃଦ୍ଧି ପାଇଛି ତାହାର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। 

ଏକ ରିପୋର୍ଟ ଅନୁସାରେ କ୍ଷୀର ମୂଲ୍ୟ ବଢିବା ପଛରେ ଅନେକ କାରଣ ରହିଛି। ଗତ ବର୍ଷ ନଭେମ୍ବରରେ କ୍ଷୀରର ହୋଲସେଲ ମୁଦ୍ରାସ୍ଫୀତି ହାର ୬.୦୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ବର୍ଷ ଜୁନ ପରେ ଏହା ଦ୍ୱିତୀୟ ଥର ପାଇଁ ହୋଇଛି ଯେତେବେଳେ ହୋଲସେଲ ମୁଦ୍ରାସ୍ଫୀତି ୬ ପ୍ରତିଶତରେ ପହଞ୍ଚିଛି। ବାକି ମାସରେ ଏହି ହାର ୫.୪ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା। ଏହା ପରେ ମଧ୍ୟ କ୍ଷୀରର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି।

ଦେଶରେ ଜଣେ ବ୍ୟକ୍ତି ପ୍ରତିମାସରେ ଖାଦ୍ୟ ପାଇଁ ମୋଟ ଖର୍ଚ୍ଚର ପ୍ରାୟ ୨୦ ପ୍ରତିଶତ କ୍ଷୀରରେ ଖର୍ଚ୍ଚ କରିଥାନ୍ତି। ସହରରେ ଏହି ଖର୍ଚ୍ଚ ଆହୁରି ଅଧିକ ହୋଇଥାଏ। ଏଥିସହ ଜାତୀୟ ନମୁନା ସର୍ଭେ ଅନୁଯାୟୀ ଗ୍ରାମାଞ୍ଚଳରେ ଲୋକମାନେ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ମାସକୁ ୧୧୬ ଟଙ୍କା ଖର୍ଚ୍ଚ କରୁଛନ୍ତି। ସର୍ଭେ ଅନୁଯାୟୀ ଗତ ମାସ ତୁଳନାରେ ଦୁଗ୍ଧର ଚାହିଦା ମଧ୍ୟ ବୃଦ୍ଧି ପାଇଛି।

କାହିଁକି ବଢିଲା କ୍ଷୀର ମୂଲ୍ୟ?

ଚାହିଦା ବୃଦ୍ଧି: ବିଶ୍ୱରେ ହେଉଥିବା ଦୁଗ୍ଧ ଉତ୍ପାଦନର ୨୩ ପ୍ରତିଶତ ଭାରତରେ ହୋଇଥାଏ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁଗ୍ଧ କ୍ରୟ ହାର ୧୫ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି ପାଇଛି।

ଗୋଖାଦ୍ୟ ମୂଲ୍ୟ: ଗତ ୨୦୧୩ ଜୁନ୍ ପରେ ଗୋଖାଦ୍ୟ ମୂଲ୍ୟରେ ସର୍ବାଧିକ ବୃଦ୍ଧି ଦେଖିବାକୁ ମିଳିଛି। ଗତ ବର୍ଷ ଅକ୍ଟୋବରରେ ଗୋଖାଦ୍ୟରେ ହୋଲସେଲ ମୁଦ୍ରାସ୍ଫୀତି ୮.୮୫ ପ୍ରତିଶତ ରହିଥିଲା। ଏହା ସହିତ ଅଗଷ୍ଟରେ ହୋଲସେଲ ମୁଦ୍ରାସ୍ଫୀତି ୨୫.୫୪ ପ୍ରତିଶତ ଏବଂ ସେପ୍ଟେମ୍ବରରେ ୨୫.୨୩ ପ୍ରତିଶତ ରହିଥିଲା।

କେବେ କେବେ ବଢିଛି କ୍ଷୀରର ମୂଲ୍ୟ

ଗତ ବର୍ଷ ଡିସେମ୍ବରରେ ମଦର ଡେରୀ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା। ଗତ ବର୍ଷ କ୍ଷୀର ମୂଲ୍ୟରେ ଏହା ପଞ୍ଚମ ବୃଦ୍ଧି ଥିଲା। ଏହା ସହିତ ଅମୁଲ ପୁଣି କ୍ଷୀରର ମୂଲ୍ୟ ବଢାଇଥିଲା। ଏଥର ଅଧା ଲିଟର କ୍ଷୀରର ମୂଲ୍ୟ ୧ ଟଙ୍କା ଏବଂ ଗୋଟିଏ ଲିଟର କ୍ଷୀରର ମୂଲ୍ୟ ୩ ଟଙ୍କା ବଢିଥିଲା। ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର, ଅଗଷ୍ଟ ଏବଂ ମାର୍ଚ୍ଚରେ କ୍ଷୀର ମୂଲ୍ୟ ବଢାଯାଇଥିଲା।