Turkish Mine Explosion: ତୁର୍କୀର କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୨୮ ମୃତ ଶତାଧିକ ଆହତ
Advertisement
Article Detail0/zeeodisha/odisha1395742

Turkish Mine Explosion: ତୁର୍କୀର କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୨୮ ମୃତ ଶତାଧିକ ଆହତ

Turkish Mine Explosion: ତୁର୍କୀର ଏକ କୋଇଲା ଖଣିରେ ବଡ ଧରଣର ବିସ୍ଫୋରଣ (Turkish mine explosion )  ହୋଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Turkish Mine Explosion : ତୁର୍କୀର ଏକ କୋଇଲା ଖଣିରେ ବଡ ଧରଣର ବିସ୍ଫୋରଣ (Turkish mine explosion )  ହୋଇଛି । ଏଥିରେ ୨୮  ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ।  ଏବେବି କିଛି  ଶ୍ରମିକ ଖଣିରେ ଫସି ରହିଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଖଣି ଭିତରେ ଫସି ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ ହୋଇଛି । ଆହତଙ୍କ ଉଦ୍ଧାର ପରେ  ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଖଣିରେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । 
ସୂଚନା ଅନୁସାରେ, ଉତ୍ତର ତୁର୍କୀର ବାର୍ଟିନ ପ୍ରଦେଶର ଏକ କୋଇଲା ଖଣିରେ ଏହି ବଡ ଅଘଟଣ ଘଟିଛି । ଖଣିର ପ୍ରାୟ ୩୦୦ ମିଟର ଗଭୀରରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ମିଥେନ ଗ୍ୟାସ୍ ନିର୍ଗତ ଯୋଗୁଁ ଏପରି ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

କୋଇଲା ଖଣିରେ ବିସ୍ଫୋରଣ ସମୟରେ ସେଠାରେ ପ୍ରାୟ ୧୧୦ ଜଣ ଶ୍ରମିକ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୪୯ ଶ୍ରମିକ ମାଟି ତଳୁ ୩୦୦ରୁ ୩୫୦ ମିଟର ଗଭୀର ରିସ୍କ ଜୋନରେ ( 49 people were working in the risky zone )  ଥିଲେ । ଠିକ୍ ଏତିକି ବେଳେ ବିସ୍ଫୋରଣ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଥିଲେ । ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।  ତେବେ ମାଟି ତଳେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଟିମ୍ ପଥର ଖୋଳି ସେମାନଙ୍କ ନିକଟକୁ ପହଞ୍ଚିବାକୁ ଚେଷ୍ଟା କରୁଛି । ଏବେସୁଦ୍ଧା ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ତୁର୍କୀ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଖଣିରେ ବିସ୍ଫୋରଣ ପଛରେ ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ଏବେବି ଏକାଧିକ ଲୋକେ ନିଖୋଜ ରହିଛନ୍ତି । 

ଏହାବି ପଢନ୍ତୁ  : TamilNadu News : ସେପ୍ଟିକ୍ ଟ୍ୟାଙ୍କରୁ ଗ୍ୟାସ୍ ଲିକ୍ , ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ

ତୁର୍କୀ ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ଯେ ପ୍ରାରମ୍ଭିକ ସୂଚନା ରହିଛି ଯେ କୋଇଲା ଖଣିରେ ମିଥାନ ଏକ ବିସ୍ଫୋରକ ମିଶ୍ରଣ ସୃଷ୍ଟି କରୁଥିବା ଫାୟାରମ୍ପ ଦ୍ୱାରା ଏହି ବିସ୍ଫୋରଣ ଘଟିଛି। ସେ କହିଛନ୍ତି, " ଏ ଘଟଣାକୁ ନେଇ ଆମେ ପ୍ରକୃତରେ ଦୁଃଖିତ । ଖଣି ଭିତରେ ଆଂଶିକ ଭୁଶୁଡ଼ି ପଡ଼ିଥିବା ବେଳେ ଅଗ୍ନିକାଣ୍ଡ ଘଟି ନାହିଁ ଏବଂ ଭେଣ୍ଟିଲେସନ୍ ଠିକ୍ ଭାବରେ କାମ କରୁଛି ବୋଲି ସେ କହିଛନ୍ତି" । ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଇରଡୋଗାନ୍ (Recep Tayyip Erdogan) ଘଟଣାସ୍ଥଳକୁ ଆଜି ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆମସରାର ମେୟର ରେକାଇ କାକିର କହିଛନ୍ତି ଯେ ବଞ୍ଚିଥିବା ଅନେକଙ୍କ ଦେହରେ ଗୁରୁତର ଆଘାତ ଲାଗିଛି। ସେପଟେ, ଏ ଅଘଟଣରୁ ବର୍ତ୍ତିଥିବା ଶ୍ରମିକ ମଧ୍ୟ ନିଜ ପ୍ରତିକ୍ରୟା ରଖିଛନ୍ତି , ସେମାନେ କହିଛନ୍ତି ଯେ, "ଧୂଳି ଓ ଧୂଆଁ ଥିଲା ଏବଂ କ’ଣ ଘଟିଛି ତାହା ଆମେ ଜାଣି ନାହୁଁ "। ଖଣିଟି ହେଉଛି ରାଷ୍ଟ୍ରାୟତ୍ତ ତୁର୍କୀ ହାର୍ଡ କୋଇଲା ଏଣ୍ଟରପ୍ରାଇଜେସ୍ (Turkish Hard Coal Enterprises) । ୨୦୧୪ରେ ଏକ ବଡ ଅଘଟଣ ଘଟିଥିଲା।  ଯେତେବେଳେ ପଶ୍ଚିମ ସୋମା ସହରରେ ବିସ୍ଫୋରଣ ପରେ ୩୦୧ ଜଣଙ୍କର ମୃତ୍ୟୁ ହୋଇଥିଲା।