Reservation in govt jobs: ଯୁବପିଢ଼ିଙ୍କ ପାଇଁ ଖୁସି ଖବର, ସଂରକ୍ଷଣରେ ସାମିଲ ହେବ ନୂଆ କୋଟା
Advertisement

Reservation in govt jobs: ଯୁବପିଢ଼ିଙ୍କ ପାଇଁ ଖୁସି ଖବର, ସଂରକ୍ଷଣରେ ସାମିଲ ହେବ ନୂଆ କୋଟା

Reservation in govt jobs: ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁର ପରି ତ୍ରିପୁରାରେ ମଧ୍ୟ ଲାଗୁ ହେବ ସ୍ପର୍ଟସ୍ କୋଟା। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ ମାଣିକ ଶାହା ସରକାର। ସେପଟେ ବିହାରରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜଶ୍ୱୀ ଯାଦବ।

Reservation in govt jobs: ଯୁବପିଢ଼ିଙ୍କ ପାଇଁ ଖୁସି ଖବର, ସଂରକ୍ଷଣରେ ସାମିଲ ହେବ ନୂଆ କୋଟା

Reservation in govt jobs, ଅଗରତାଲା: ନିଯୁକ୍ତି ଅପେକ୍ଷାରେ ଥିବା ଯୁବପିଢିଙ୍କ ପାଇଁ ବଡ ଖୁସିର ଖବର ଆସିଛି। କାରଣ ସରକାରୀ ନିଯୁକ୍ତି କ୍ଷେତ୍ରରେ ଏକ ନୂଆ ସଂରକ୍ଷଣ କୋଟା ସାମିଲ ହୋଇଛି। ଏଣିକି କ୍ରୀଡାବିତଙ୍କୁ ସରକାରୀ ନିଯୁକ୍ତିରେ ସଂରକ୍ଷଣ ଦିଆଯିବ ବୋଲି ଶୁକ୍ରବାର ତ୍ରିପୁରାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶୁସାନ୍ତ ଚୌଧୂରୀ ସୂଚନା ଦେଇଛନ୍ତି। କ୍ରୀଡା ପ୍ରତି ଯୁବବର୍ଗଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଏହି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ଚୌଧୂରୀ କହିଛନ୍ତି। 

ଶୁକ୍ରବାର ତ୍ରିପୁରାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶୁସାନ୍ତ ଚୌଧୂରୀ କହିଛନ୍ତି ଯେ, କ୍ରୀଡ଼ାବିତଙ୍କ ପାଇଁ ସଂରକ୍ଷଣ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଆଗ୍ରହ ଦେଖାଇଛନ୍ତି। ଏହା ଯୁବକମାନଙ୍କୁ କ୍ରୀଡ଼ାକୁ ଗମ୍ଭୀରତାର ସହ ନେବାକୁ ଉତ୍ସାହିତ କରିବ। ତେବେ ଏହି ସଂରକ୍ଷଣ ବ୍ୟବସ୍ଥା ମୁଖ୍ୟତଃ ଗ୍ରୁପ-ସି ଓ ଗ୍ରୁପ-ଡି ନିଯୁକ୍ତି କ୍ଷେତ୍ରରେ ଲାଗୁହେବ। ମନ୍ତ୍ରୀ କହିଛନ୍ତି, "ଆମେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁର ସମେତ ବିଭିନ୍ନ ରାଜ୍ୟ ସରକାରଙ୍କ ଠାରୁ କ୍ରୀଡ଼ାବିତ ସଂରକ୍ଷଣ ତଥ୍ୟ ସଂଗ୍ରହ କରିଛୁ। କିଛି ରାଜ୍ୟ କ୍ରୀଡ଼ାବିତଙ୍କୁ ଦୁଇରୁ ଚାରି ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେଉଛନ୍ତି।"

Also Read: AIIMSରେ ଆଉ ସହଜ ହେବନି ଚିକିତ୍ସା, ଆସିବାକୁ ଯାଉଛି ନୂଆ ଆଇନ

ତେବେ କ୍ରୀଡାବିତଙ୍କୁ ନିଯୁକ୍ତିରେ କେତେ ପ୍ରତିଶତ ସଂରକ୍ଷଣ ଦେବେ ସେନେଇ ତ୍ରିପୁରା ସରକାର ସ୍ପଷ୍ଟ କରିନାହାନ୍ତି। ମନ୍ତ୍ରୀ ଚୌଧୂରୀ କହିଛନ୍ତି ଯେ, ଖେଲୋ ଇଣ୍ଡିଆ ଅଧୀନରେ କ୍ରୀଡା ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ର ୩୯ କୋଟି ଟଙ୍କା ମଞ୍ଜୁର କରିଛି ଏବଂ କ୍ରୀଡାର ବିକାଶ ପାଇଁ ରାଜ୍ୟ ୨୨ କୋଟି ଟଙ୍କା ପ୍ରଦାନ କରିବ। ନଭେମ୍ବରରେ ଉତ୍ତର ତ୍ରିପୁରାର ପାନିସାଗରସ୍ଥିତ RCPEରେ ଏକ ଆଧୁନିକ ସୁଇମିଂ ପୁଲ୍ ଉଦଘାଟିତ ହେବ। ଏହା ବ୍ୟତୀତ କ୍ରିଡା ବିଭାଗ ପକ୍ଷରୁ ସହର ବାହାରେ ଥିବା ଦଶରଥ ଦେବ ସ୍ପୋର୍ଟସ କମ୍ପ୍ଲେକ୍ସର ବିକାଶ ପାଇଁ ପଦକ୍ଷେପ ନେଇଛି। କମ୍ପେକ୍ସରେ ଏକ ସିନ୍ଥେଟିକ୍ ଆଥଲେଟିକ୍ ଟର୍ଫ ବା ପ୍ଲାଷ୍ଟିକ ଘାସ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି।

ସେପଟେ ବିହାରର ମେଣ୍ଟ ସରକାର ମଧ୍ୟ ରାଜ୍ୟରେ ନିଯୁକ୍ତିକୁ ନେଇ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଶୁକ୍ରାବର ବିହାର ଉପମୁଖ୍ୟମନ୍ତ୍ରୀ ତେଜଶ୍ୱୀ ଯାଦବ କହିଛନ୍ତି ଯେ, ଦୁଇ ମାସ ପୁରୁଣା ମହାମେଣ୍ଟ ସରକାର ରାଜ୍ୟରେ ହଜାର ହଜାର ସଂଖ୍ୟକ ପଦବୀ ପୁରଣ କରିଛି। ଖୁବଶୀଘ୍ର ନିଯୁକ୍ତିକୁ ନେଇ ଏକ ବଡ ଘୋଷଣା କରାଯିବ। ଆସନ୍ତା ସପ୍ତାହରେ ଉପନିର୍ବାଚନ ହେବାକୁ ଥିବା ଗୋପାଳଗଞ୍ଜରୁ ତେଜଶ୍ୱୀ ଏହି କଥା କହିଛନ୍ତି। ଆଗାମୀ ଦିନରେ ବିହାର ସରକାର ୨୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବ ବୋଲି ଗୋପାଳଗଞ୍ଜ ନିର୍ବାଚନ ରାଲିରେ ବିହାରବାସୀଙ୍କୁ  ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Also Read: ସେହି ବିଧାନସଭା ଆସନ, ଯେଉଁଠି ଜିତିବା ପାଇଁ ଅପେକ୍ଷା କରିଛି ବିଜେପି-କଂଗ୍ରେସ

Also Read: ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନଙ୍କୁ ବଡ଼ ଝଟକା, ଚାଲିଗଲା ବିଧାନସଭା ସଦସ୍ୟତା ପଦ