ସଲମାନ ରୁଶଦୀଙ୍କୁ ହତ୍ଯା ପରେ ଧମକ ମିଳିଲା ଏହି ପ୍ରସିଦ୍ଧ ଲେଖିକାଙ୍କୁ
Advertisement
Article Detail0/zeeodisha/odisha1302655

ସଲମାନ ରୁଶଦୀଙ୍କୁ ହତ୍ଯା ପରେ ଧମକ ମିଳିଲା ଏହି ପ୍ରସିଦ୍ଧ ଲେଖିକାଙ୍କୁ

JK Rowling Threat: ବିଶିଷ୍ଟ ଲେଖକ ସଲମାନ ରୁଶଦୀଙ୍କୁ ହତ୍ୟ ପରେ ଗୋଟିଏ ପରେ ଲେଖକଙ୍କୁ ମିଳୁଛି ହତ୍ୟା ଧମକ। ପ୍ରସିଦ୍ଧ ଲେଖିକା ଜେକେ ରୋଲିଂ(JK Rowling)ଙ୍କୁ ଲେଖକ ସଲମାନ ରୁଶଦୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଥିବାରୁ ରୋଲିଂଙ୍କୁ ହତ୍ୟା ଧମକ ଦିଆଯାଇଛି। 

ପ୍ରତୀକାତ୍ମକ

JK Rowling Threat: ବିଶିଷ୍ଟ ଲେଖକ ସଲମାନ ରୁଶଦୀଙ୍କୁ ହତ୍ୟ ପରେ ଗୋଟିଏ ପରେ ଲେଖକଙ୍କୁ ମିଳୁଛି ହତ୍ୟା ଧମକ। ପ୍ରସିଦ୍ଧ ଲେଖିକା ଜେକେ ରୋଲିଂ(JK Rowling)ଙ୍କୁ ଲେଖକ ସଲମାନ ରୁଶଦୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଥିବାରୁ ରୋଲିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ଏଠାରେ କହିରଖୁଛି 'ସେଟେନିକ ଭର୍ସେଲ' ପୁସ୍ତକ ଲେଖିବା ପରେ ଠାରୁ ରୁଶଦୀ(Salman Rushdie) ଇସଲାମ ଚରମ୍ପନ୍ଥୀଙ୍କ ଧମକର ସମ୍ମୁଖୀନ ହୋଇଥିଲେ।

ପଶ୍ଚିମ ନ୍ୟୁୟର୍କ ରାଜ୍ୟରେ ଆଯୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ନ୍ୟୁ ଜର୍ସିର ହାଦି ମାତାର (୨୪) ନାମକ ଜଣେ ବ୍ୟକ୍ତି ତାଙ୍କୁ ଶୁକ୍ରବାର ଦିନ ଛୁରୀରେ ହତ୍ୟା କରିଥିଲେ। ୭୫ ବର୍ଷିୟ ରୁଶଦୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ରୋଲିଂ ଟ୍ୱିଟ୍ କରି ନିନ୍ଦା କରିଥିଲେ। ଆଉ ସେହି ଟ୍ୱିଟରରେ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଜଣେ ବ୍ୟକ୍ତି କହିଛନ୍ତି ବ୍ୟସ୍ତ ହୁଅ ନାହିଁ, ପରବର୍ତ୍ତୀ ପଳି ତୁମର ଅଟେ। ରୋଲିଂ ଶନିବାର ଦିନ ସେହି ଟ୍ବିଟର ଏକ 'ସ୍କ୍ରିନସଟ' ସେୟାର କରିଛନ୍ତି ଏବଂ ଏହାକୁ ଧ୍ୟାନ ଦେବାକୁ ଅନୁରୋଧ କରି 'ଟ୍ୱିଟର ସପୋର୍ଟ'କୁ ଟ୍ୟାଗ୍ କରିଛନ୍ତି।

ରୋଲିଂ ହେଉଛନ୍ତି ହ୍ୟାରିପୋର୍ଟରର ଲେଖକ। ସେ ଗତ ମାସରେ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଥିଲେ। ଯଦିଓ ଆଜି ରୋଲିଂ କୌଣସି ଲୋକପ୍ରିୟତା ପିପାଶୁ ନୁହଁନ୍ତି କିନ୍ତୁ ଏକଦା ଗୋଟିଏ ସମୟ ଥିଲା ଯେତେବେଳେ ରୋଲିଂଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା।

୯୦ ଦଶକରେ ଜେ.କେ ରୋଲିଂ ତାଙ୍କ ମାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ। ସେ ଇଂଲଣ୍ଡ ଛାଡି ପର୍ତ୍ତୁଗାଲ ଚାଲି ଯାଇଥିଲେ। ଯେତେବେଳେ ସେ ସେଠାରେ ଗର୍ଭବତୀ ହେଲେ, ତାଙ୍କ ସାଥୀ ତାଙ୍କୁ ଛାଡି ଚାଲିଗଲେ। ଏହା ପରେ ସେ ବହୁତ ଚାପରେ ରହିଲେ। ସେହି ସମୟରେ ସେ ଏକ ଯାଦୁ ଜଗତର କଳ୍ପନା କରନ୍ତି। ଆଉ ତାହାକୁ ଏକ କାହାଣୀର ଆକାର ଦେଇଥାନ୍ତି। କିନ୍ତୁ, ପ୍ରଥମେ ରୋଲିଂଙ୍କ ଏହି ଉପନ୍ୟାସ ପ୍ରକାଶକ ମାନଙ୍କୁ ପସନ୍ଦ ଆସିନଥିଲା। ହେଲେ ପରବର୍ତ୍ତି ସମୟରେ ଏହା ଅନେକ ଲୋକପ୍ରିୟ ହୋଇଥିଲା। 

ଯଦିଓ ୧୯୯୭ ମସିହାରେ ହ୍ୟାରି ପୋର୍ଟର୍ ଆଣ୍ଡ ଦ ଫିଲୋସଫର୍ସ ଷ୍ଟୋନ ଉପନ୍ୟାସ ପ୍ରକାଶିତ ହୋଇଥିଲା। ଏହାର ଦ୍ୱିତୀୟ ଭାଗ ଆସନ୍ତା ବର୍ଷ ଆସିବାର ଯୋଜନା ରହିଛି। ଏହା ପରେ ରୋଲିଂ, ୱାର୍ଣ୍ଣର ବ୍ରଦର୍ସଙ୍କୁ ତାଙ୍କର ୪ଟି ବହିର ଅଧିକାରକୁ ୧ ମିଲିୟନ୍ ଡଲାରରେ ବିକ୍ରି କରିଦେଲେ। ଏହାପରେ ସେହି ପୁସ୍ତକ ଉପରେ ନିର୍ମିତ ଚଳଚ୍ଚିତ୍ର ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିଲା। ଆଜି ଜେ.କେ ରୋଲିଂଙ୍କ ନାମ ଇଂଲଣ୍ଡର ବଡ ହସ୍ତି ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ।