Third World War: ଯେକୌଣସି ମୁହୂର୍ତ୍ତରେ ଏହି ଦୁଇ ଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ, ଚିନ୍ତାରେ ଭାରତ
Advertisement

Third World War: ଯେକୌଣସି ମୁହୂର୍ତ୍ତରେ ଏହି ଦୁଇ ଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ, ଚିନ୍ତାରେ ଭାରତ

Third World War: ଗୁଇନ୍ଦା ରିପୋର୍ଟ ଅନୁସାରେ ଯେକୌଣସି ସମୟରେ ସାଉଦି ଆରବ ଉପରେ ଇରାନ ଆକ୍ରମଣ କରିପାରେ। ଯାହା ପରେ ଭାରତର ଚିନ୍ତା ବୃଦ୍ଧି ପାଇଛି। ଏହି ଉଭୟ ଦେଶର ସମ୍ପର୍କକୁ ନେଇ ଚିନ୍ତିତ ଓ ସତର୍କ ଥିବା ଆମେରିକା ପ୍ରକାଶ କରିଛି।

 

Third World War: ଯେକୌଣସି ମୁହୂର୍ତ୍ତରେ ଏହି ଦୁଇ ଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ, ଚିନ୍ତାରେ ଭାରତ

Third World War, ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ପରେ ମଧ୍ୟପୂର୍ବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ସମୟ ହେଲା ସାଉଦି ଆରବ ଏବଂ ଇରାନ ମଧ୍ୟରେ ସ୍ଥିତି ଭଲ ନାହିଁ। ଗୁଇନ୍ଦା ରିପୋର୍ଟ ଅନୁସାରେ ଯେକୌଣସି ସମୟରେ ସାଉଦି ଆରବ ଉପରେ ଇରାନ ଆକ୍ରମଣ କରିପାରେ। ଯାହା ପରେ ଭାରତର ଚିନ୍ତା ବୃଦ୍ଧି ପାଇଛି। ଅନ୍ୟପଟେ ଆମେରିକୀୟ ସେନା ମଧ୍ୟ ହାଇଆଲର୍ଟକୁ ଆସିଯାଇଛି। ଯଦି ଏହି ଦୁଇ ମଧ୍ୟରେ ଯୁଦ୍ଧ ହୁଏ, ତେବେ ତାହା ତୃତୀୟ ବିଶ୍ୱଯୁଦ୍ଧ ରୂପ ନେବ ବୋଲି କୁହାଯାଉଛି।

ଦୀର୍ଘ ବର୍ଷ ହେବ ସାଉଦି ଆରବ ଏବଂ ଇରାନ ମଧ୍ୟରେ ବିବାଦ ଲାଗିରହିଛି। ଏବେ ସେମାନଙ୍କ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ମିଡିଆ ରିପୋର୍ଟ ଅନୁସାରେ, ସାଉଦି ଆରବର ଅନେକ ସ୍ଥାନ ଉପରେ ଇରାନ ଆକ୍ରମଣ କରିବାକୁ ଯୋଜନା କରୁଛି। ଆଉ ସାଉଦି ଗୁଇନ୍ଦା ବିଭାଗ ପକ୍ଷରୁ ଆମେରିକାକୁ ଏହି ସୂଚନା ଦିଆଯାଇଛି। ଏହା ପରେ ଇରାକରେ ଅବସ୍ଥାପିତ ଆମେରିକୀୟ ସେନା ହାଇଆଲର୍ଟକୁ ଆସିଯାଇଛି। ଅନ୍ୟପଟେ ସାଉଦି ଆରବ ଏବଂ ଇରାନର ତିକ୍ତ ସମ୍ପର୍କକୁ ନେଇ ଭାରତ ମଧ୍ୟ ଚିନ୍ତାପ୍ରକଟ କରିଛି।

Also Read: ମୋରବି ଦୁର୍ଘଟଣାକୁ ନେଇ ଦୁଃଖବ୍ୟକ୍ତ କଲେ ଚୀନ୍ ରାଷ୍ଟ୍ରପତି; ପିଏମ ମୋଦିଙ୍କୁ ଜଣାଇଲେ ସମବେଦନା

କୁହାଯାଉଛି ଯେ, ସାଉଦି ଆରବ ବ୍ୟତୀତ ଆମେରିକାର ସୈନ୍ୟବାହିନୀ ଥିବା ଇରାକ ଉପରେ ମଧ୍ୟ ଇରାନ ଆକ୍ରମଣ କରିବାକୁ ଚାହୁଁଛି। ଇରାନରେ ଇସଲାମ ରାଷ୍ଟ୍ରର ନେତୃତ୍ୱ ବିରୋଧରେ ହୋଇଥିବା ବିରୋଧରୁ ଧ୍ୟାନ ଆକର୍ଷଣ କରିବା ପାଇଁ ଏହି ଯୋଜନାବଦ୍ଧ ଆକ୍ରମଣ ହେବ। ଏଥିପାଇଁ ଆସନ୍ତ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସମୟ ମଧ୍ୟରେ ଇରାନ ଆକ୍ରମଣ କରିପାରେ ବୋଲି ଇରାକର ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ଉଭୟ ଦେଶର ସମ୍ପର୍କକୁ ନେଇ ଚିନ୍ତିତ ଓ ସତର୍କ ଥିବା ଆମେରିକା ପ୍ରକାଶ କରିଛି।

ଆମେରିକା ପରି ଭାରତ ମଧ୍ୟ ମଧ୍ୟପୂର୍ବର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି। ବିଶ୍ୱ ତଥା ଭାରତର ଆର୍ଥିକ ଅବସ୍ଥା ଉପରେ ୟୁକ୍ରେନ ଓ ଋଷ ଯୁଦ୍ଧର ପ୍ରଭାବ ପଡିଛି। ଏଥିରେ ସୁଧରା ନ ଆସୁଣୁ ଇରାନ ଓ ସାଉଦି ଆରବ ମଧ୍ୟରେ ଯୁଦ୍ଧର ଆଭାସ ମିଳିଛି। ଭାରତ ବିଶେଷ କରି ତେଲ ପାଇଁ ଋଷ ଓ ସାଉଦି ଆରବ ଉପରେ ନିର୍ଭର କରୁଛି। ୟୁକ୍ରେନ-ଋଷ ଯୁଦ୍ଧ ପରେ ଭାରତର ତେଲ ଆମଦାନୀ ପ୍ରଭାବିତ ହୋଇଥିଲା। ଏବେ ଏଥିରେ ସାମାନ୍ୟ ସୁଧାର ଆସିଛି। ଯଦି ସାଉଦି ଆରବର ଗୁଇନ୍ଦା ରିପୋର୍ଟ ସତ ହୁଏ ତେବେ ଭାରତର ତେଲ ଆମଦାନୀ ପୁଣି ପ୍ରଭାବିକ ହେବ। ଏପରିକି ଯୁଦ୍ଧ ହେଲେ ସାଉଦିରେ ଏକ ବଡସଂଖ୍ୟକ ଭାରତୀୟ ସଙ୍କଟରେ ପଡିବେ।

Also Read: ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ମିଳିଲା ବଡ଼ ସଫଳତା, ୧୨ ଦେଶର ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲା ଭାରତ

 

Also Read: Somalia Terror Attack: ଶିକ୍ଷା ମନ୍ତ୍ରାଳୟ ବାହାରେ ସିରିଜ ବୋମା ବିସ୍ଫୋରଣ, ୧୦୦ ମୃତ ଓ ୩୦୦ରୁ