Siddipet Viral Video: ମଦ ନିଶାରେ ଅଦ୍ଭୂତ କାଣ୍ଡ କରି ବସିଲେ ବ୍ୟକ୍ତି, ଭିଡ଼ିଓ ଭାଇରାଲ
Advertisement
Article Detail0/zeeodisha/odisha1527178

Siddipet Viral Video: ମଦ ନିଶାରେ ଅଦ୍ଭୂତ କାଣ୍ଡ କରି ବସିଲେ ବ୍ୟକ୍ତି, ଭିଡ଼ିଓ ଭାଇରାଲ

Siddipet News:  ତେଲେଙ୍ଗାନାର ସିଦିପେଟ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗୁରୁବାର ଏଠାରେ ଜଣେ ବ୍ୟକ୍ତିଙ୍କ ଭିଡ଼ିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। 

Siddipet Viral Video: ମଦ ନିଶାରେ ଅଦ୍ଭୂତ କାଣ୍ଡ କରି ବସିଲେ ବ୍ୟକ୍ତି, ଭିଡ଼ିଓ ଭାଇରାଲ

Drunk Man Viral Video: ମଦ୍ୟ ପାନ କରିବା ଅନେକ ଲୋକ ନିଜର ହିତାହିତ ଜ୍ଞାନ ହରାଇ ବସିଥାନ୍ତି। ମଦ ନିଶାରେ ଅନେକ ମଦ୍ୟପ ଏପରି କିଛି କାଣ୍ଡ କରି ବସିଥାନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ଏପରିକି ମଦ୍ୟପଙ୍କ ଦ୍ୱାରା  କରାଯାଇଥିବା କାରନାମାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥାଏ। ସେମାନଙ୍କ ଦ୍ୱାରା କରାଯାଇଥିବା କାମ ସୋସିଆଲ ମିଡ଼଼ିଆ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ। 

ସଦ୍ୟ ତେଲେଙ୍ଗାନାର (Telangana) ସିଦିପେଟ ଜିଲ୍ଲାରେ (Sidipet District) ଦେଖିବାକୁ ମିଳିଛି ଏଭଳି ଘଟଣା। ଗୁରୁବାର ଏଠାରେ ଜଣେ ବ୍ୟକ୍ତିଙ୍କ ଭିଡ଼ିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ (Social Media Viral Video) ହେବା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମଦ୍ୟ ପାନ କରିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଏକ ବିଲବୋର୍ଡ ଫ୍ରେମ (Billboard Frame) ଠାରେ ଝୁଲି ରହିଥିବାର ଦେଖିବାକୁ ମିଳିଥିଲା ବୋଲି ପୋଲିସ କହିଛି। ଏଭଳି ନାଟକୀୟ ଘଟଣା ଗତ ବୁଧବାର ଦିନ ଘଟିଥିଲା। ଯେଉଁ କାରଣକୁ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଏନେଇ ପୋଲିସ (Telangana Police) କହିଛି ଯେ ଉକ୍ତ ବ୍ୟକ୍ତି ଜଣଙ୍କ ମଦ୍ୟପାନ କରିଥିଲେ। ମଦ୍ୟ ପାନ କରି ଲୋକଙ୍କ ଯିବା ଆସିବାରେ ବାଧା ସୃଷ୍ଟି କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ବ୍ୟକ୍ତି ଜଣକ ମଦ୍ୟପାନ କରିଥିଲେ। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ସେ ସମ୍ପୂର୍ଣ୍ଣ ଅବସାଦଗ୍ରସ୍ତ ଅବସ୍ଥାରେ ଥିଲେ। ବିଲବୋର୍ଡ ଫ୍ରେମ ଠାରେ ଝୁଲି ରହିଥିବା ଏହି ବ୍ୟକ୍ତିଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହିତ ପଠାଇ ଦିଆଯାଇଥିଲା। ମଦ୍ୟ ପାନ କରି ହଙ୍ଗାମା କରିଥିବାରୁ ସେହି ବ୍ୟକ୍ତିଙ୍କ ଏକ ମାମଲା ରୁଜୁ କରାଯାଇଥିବା କହିଛନ୍ତି ସିଦିପେଟ ପୋଲିସ କମିଶନର ଏନ. ଶ୍ୱେତା (Siddipet Police Commissioner N Swetha)।