AIADMK: ଏଆଇଏଡିଏମକେ ସ୍ୱାମୀ ହେଲେ ପଲାନୀସ୍ୱାମୀ, ଦଳରୁ ବିଦା ହେବେ ପନୀରସେଲଭମଙ୍କ ଗୋଷ୍ଠୀ
Advertisement

AIADMK: ଏଆଇଏଡିଏମକେ ସ୍ୱାମୀ ହେଲେ ପଲାନୀସ୍ୱାମୀ, ଦଳରୁ ବିଦା ହେବେ ପନୀରସେଲଭମଙ୍କ ଗୋଷ୍ଠୀ

AIADMK Leadership Row:   ଫେବୃଆରୀ ୨୩ ତାରିଖ ଗୁରୁବାର ଏଆଇଏଡିଏମକେ ନେତୃତ୍ୱକୁ ନେଇ ଚାଲିଥିବା ବିବାଦ ମାମଲାରେ  ରାୟ ପ୍ରଦାନ କରିଛନ୍ତି ସୁୁପ୍ରିମକୋର୍ଟ। ଗତ ବର୍ଷ ୧୧ ଜୁଲାଇରେ ଅନୁଷ୍ଠିତ ଦଳର ସାଧାରଣ ପରିଷଦ ବୈଠକ ବୈଧ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏହା ସହିତ ଏଡପଦ୍ଦୀ କେ. ପଲାନୀସ୍ୱାମୀ ଦଳର  ସାଧାରଣ ସମ୍ପାଦକ ବନାଇ ରଖିବାକୁ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

AIADMK: ଏଆଇଏଡିଏମକେ ସ୍ୱାମୀ ହେଲେ ପଲାନୀସ୍ୱାମୀ, ଦଳରୁ ବିଦା ହେବେ ପନୀରସେଲଭମଙ୍କ ଗୋଷ୍ଠୀ

Supreme Court On AIADMK Leadership Row: ଏଆଇଏଡିଏମକେ ନେତୃତ୍ୱକୁ ନେଇ ଚାଲିଥିବା ବିବାଦ ଉପରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ଟାଣି ଦେଇଛନ୍ତି ସୁପ୍ରିମକୋର୍ଟ। ଗତ ବର୍ଷ ୧୧ ଜୁଲାଇରେ ଅନୁଷ୍ଠିତ ଦଳର ସାଧାରଣ ପରିଷଦ ବୈଠକ ବୈଧ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏହା ସହିତ ଏଡପଦ୍ଦୀ କେ. ପଲାନୀସ୍ୱାମୀ ଦଳର  ସାଧାରଣ ସମ୍ପାଦକ ବନାଇ ରଖିବାକୁ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏଆଇଏଡିଏମକେ ନେତୃତ୍ୱ ବିବାଦ ମାମାଲାରେ  ପନୀରସେଲଭମଙ୍କ ଗୋଷ୍ଠୀ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଯେଉଁଥିରେ ପନୀରସେଲଭମଙ୍କ ଗୋଷ୍ଠୀ ମାଡ୍ରାସ ହାଇକୋର୍ଟ ରାୟ ବିରୋଧରେ ଦେଶର ସର୍ବୋଚ୍ଚ ଆବେଦନ କରାଯାଇଥିଲା। 

ଦୀନେଶ ମହେଶ୍ୱରୀ ଏବଂ ଋଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଫେବୃଆରୀ ୨୩ ତାରିଖ ଗୁରୁବାର ଏଆଇଏଡିଏମକେ ନେତୃତ୍ୱକୁ ନେଇ ଚାଲିଥିବା ବିବାଦ (AIADMK Leadership Row) ମାମଲାରେ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ (Supre Court) ରାୟ ଆସିବା ପରେ ତାମିଲନାଡୁ (Tamil Nadu) ରାଜଧାନୀ ଚେନ୍ନାଇ (Chennai) ଠାରେ ଏଡପଦ୍ଦୀ କେ.ପଲାନୀସ୍ୱାମୀଙ୍କ (Edappadi K. Palaniswami) ଗୋଷ୍ଠୀର ଏଆଇଏଡିଏମକେ ସମର୍ଥକ (AIADMK Supporter) ଏକ ଉତ୍ସବ ପାଳନ କରିଛନ୍ତି। ଗତ ବର୍ଷ ୧୧ ଜୁଲାଇରେ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଝାଗମ୍ (All India Anna Dravida Munnetra Kazhagam) ଏଆଇଏଡିଏମକେ ସାଧାରଣ ପରିଷଦ ବୈଠକରେ (AIADMK General Council Meeting)  ଏଡାପଦ୍ଦୀ କେ ପାଲାନିସ୍ୱାମୀଙ୍କୁ ଦଳର ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ (AIADMK Interim Secretary General) ଭାବେ ନିଯୁକ୍ତ କରାଯାଇଥିଲା। ଏହି ବୈଠକରେ ଦଳର ସଂଯୋଜକ ପଦକୁ (AIADMK Coordinator Post) ଉଚ୍ଛେଦ କରି ଦିଆଯାଇଥିଲା। ଏହା ପୂର୍ବରୁ ଏଆଇଏଡିଏମକେ ସଂଯୋଜକ ପଦ ପନୀରସେଲଭମଙ୍କ (Panneerselvam) ପାଖରେ ରହିଥିଲା ବୈଠକରେ ଦଳର ସାଧାରଣ ସଚିବ ପଦବୀକୁ ପୁନର୍ଜୀବିତ କରିବା ଏବଂ ଦଳର ପ୍ରାଥମିକ ସଦସ୍ୟଙ୍କୁ ସାଧାରଣ ସଚିବ ଚୟନ କରିବାକୁ ଅନୁମତି ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଏଆଇଏଡିଏମକେ ଇପିଏସ୍ ଗୋଷ୍ଠୀ (AIADMK EPS Faction) ପନୀରସେଲଭମ୍ ଏବଂ ତାଙ୍କୁ ସମର୍ଥନ କରୁଥିବା ନେତାଙ୍କୁ ଦଳରୁ ବହିଷ୍କାର କରିଦେଇଛି।

Also Read: Clash for AIADMK Leadership: ଦଳରୁ ବହିଷ୍କୃତ ହେଲା ପନୀରସେଲଭମଙ୍କ ଗୋଷ୍ଠୀ

 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାମିଲନାଡୁର ପୂର୍ବ ଏରୋଡ ବିଧାନସଭା ଆସନରେ (Erode East Assembly Constituency) ହେବାକୁ ଯାଉଥିବା ଉପନିର୍ବାଚନ ପୂର୍ବରୁ ଏଆଇଏଡିଏମକେ ନେତୃତ୍ୱକୁ (AIADMK Leadership) ନେଇ ଚାଲିଥିବା ବିବାଦ ଉପରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଦଳୀୟ ନେତୃତ୍ୱ ବିବାଦ ମାମଲାରେ ସୁପ୍ରିମକୋର୍ଟ ରାୟ ଏପରି ଏକ ସମନୟରେ ଆସିଛି, ଯାହା ଏଆଇଏଡିଏମକେ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଗତ ୨୦୧୯ ଲୋକସଭା ନିର୍ବାଚନ ପର ଠାରୁ ଦଳରେ ଚାଲିଥିବା ଆଭ୍ୟନ୍ତରୀଣ ବିବାଦ ଏବଂ ସମର୍ଥନ ହ୍ରାସ ହେତୁ ଏଆଇଏଡିଏମକେ (AIADMK) ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି। ହେଲେ ବର୍ତ୍ତମାନ ଦଳର ନେତୃତ୍ୱକୁ ନେଇ ଚାଲିଥିବା ବିବାଦ ସମ୍ବନ୍ଧୀୟ ନିଷ୍ପତ୍ତି ଆସିସାରିଛି। ଏଥର ଏହା ଦେଖିବାକୁ ମିଳିବ ଯେ ତୃଣମୂଳସ୍ତରରେ ଇପିଏସ୍ ଗୋଷ୍ଠୀର ବିଜୟ ଏଆଇଏଡିଏମକେ ଭାବରେ ବିବେଚନା କରାଯିବ। 

Also Read:  Political Clash: ଶିବସେନା ପରେ ଅଧ୍ୟକ୍ଷ ପଦକୁ ନେଇ ଦୁଇ AIADMK ଗୋଷ୍ଠୀ ମୁହାଁମୁହିଁ

ସୁପ୍ରିମକୋର୍ଟ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ପଲାନୀସ୍ୱାମୀ କହିଛନ୍ତି, "ମୋର ସନ୍ଦେହ ଥିଲା ଯେ  ଏହି ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ’ଣ ହେବ। ଡିଏମକେ ବି ଟିମ୍ କାମ କରୁଥିବା ଗୋଷ୍ଠୀ ସୁପ୍ରିମକୋର୍ଟ ନିଷ୍ପତ୍ତି ଆସିବା ଦ୍ୱାରା ଫାଟିଯାଇଛି। ବିଧାନସଭାରେ ଆମ ଦଳର ଅନ୍ୟତମ ପ୍ରତିଷ୍ଠାତା ଜୟଲଳିତା ଏକଥା କହି ସାରିଛନ୍ତି। ଏଆଇଏଡିଏମକେ ୧୦୦ ବର୍ଷ ଶାସନ କରିବ। ସୁପ୍ରିମକୋର୍ଟ ରାୟ ଆସିବା ଦ୍ୱାରା ଏହା ସୁନିଶ୍ଚିତ ହୋଇଯାଇଛି।