Fastest Train: ବିଶ୍ୱର ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ; ଯିଏ ଚକ ନୁହେଁ ବରଂ ଚୁମ୍ବକ ସହାୟତାରେ କରିଥାଏ ଯାତ୍ରା
Advertisement

Fastest Train: ବିଶ୍ୱର ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ; ଯିଏ ଚକ ନୁହେଁ ବରଂ ଚୁମ୍ବକ ସହାୟତାରେ କରିଥାଏ ଯାତ୍ରା

 Fastest Passenger Train in World: ବିଶ୍ୱର ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ ଚୀନ ଠାରେ ଯାତ୍ରୀଙ୍କୁ ସେବା ଯୋଗାଇଥାଏ। ଏହି ଟ୍ରେନ ନାଁ ହେଉଛି "ସାଂଘାଇ ମାଗଲେଭ ଟ୍ରେନ"। ଏହି ଟ୍ରେନ୍ ସାଂଘାଇ ସ୍ଥିତ ପୁଡୋଙ୍ଗ ବିମାନବନ୍ଦରକୁ ଲଙ୍ଗୟାଙ୍ଗ ରୋଡ୍ ଷ୍ଟେସନ୍ ସହିତ ସଂଯୋଗ କରିଥାଏ।

Fastest Train: ବିଶ୍ୱର ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ; ଯିଏ ଚକ ନୁହେଁ ବରଂ ଚୁମ୍ବକ ସହାୟତାରେ କରିଥାଏ ଯାତ୍ରା

World Fastest Passenger Train: ଆପଣ ନିଶ୍ଚିତ ଭାବରେ ଅନେକ ଥର ଟ୍ରେନ ଯୋଗେ କୌଣସି ସ୍ଥାନକୁ ଯାତ୍ରା କରିଥିବେ। ଆପଣ ନିଶ୍ଚୟ ଦେଖିଥିବେ ଯେ ଦ୍ରୁତଗାମୀ ଟ୍ରେନ ହେବା ସତ୍ତ୍ୱ ସିଗନାଲ୍ ନ ମିଳିବା ପରେ, ଟ୍ରେନ ଯେ କୌଣସି ସ୍ଥାନରେ ଅଟକିଯାଏ। ଯେଉଁଥିପାଇଁ ଅନେକ ସମୟରେ ରେଳଯାତ୍ରୀଙ୍କ ଅର୍ଥ ଏବଂ ଅର୍ଥ ନଷ୍ଟ ହୋଇଥାଏ। ଏଭଳି ପରିସ୍ଥିତିରେ, ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଏପରି ଟ୍ରେନ୍ ଥାନ୍ତା ଅଛି, ଯିଏ ଆପଣଙ୍କୁ ଆପଣଙ୍କର ଗନ୍ତବ୍ୟସ୍ଥଳରେ ଦ୍ରୁତ ଗତିରେ ପହଞ୍ଚାଇ ପାରୁଥାନ୍ତା। ଏବେ ଆମେ ଆପଣଙ୍କୁ ବିଶ୍ୱର ସବୁଠାର ଦ୍ରୁତତମ ଟ୍ରେନ୍ ବିଷୟରେ କହିବାକୁ ଯାଉଛୁ। ଯାହାର ଗତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

ବିଶ୍ୱର ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ ଚୀନ ଠାରେ ଯାତ୍ରୀଙ୍କୁ ସେବା ଯୋଗାଇଥାଏ। ଏହି ଟ୍ରେନ ନାଁ ହେଉଛି "ସାଂଘାଇ ମାଗଲେଭ ଟ୍ରେନ"। ଏହି ଟ୍ରେନ୍ ସାଂଘାଇ ସ୍ଥିତ ପୁଡୋଙ୍ଗ ବିମାନବନ୍ଦରକୁ ଲଙ୍ଗୟାଙ୍ଗ ରୋଡ୍ ଷ୍ଟେସନ୍ ସହିତ ସଂଯୋଗ କରିଥାଏ। ବିଶ୍ୱର ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ ଘଣ୍ଟାପ୍ରତି ସର୍ବାଧିକ ୪୬୦ କିଲୋମିଟର ବେଗରେ ଯାତ୍ରା କରିଥାଏ। ଏହି ସୁପର ସ୍ପିଡ୍ ଟ୍ରେନ୍ ମାଧ୍ୟମରେ ଆପଣ କୌଣସ ଦୂର ସ୍ଥାନରେ ରହିଥିବା ଗନ୍ତବ୍ୟସ୍ଥଳରେ ଖୁବ କମ ସମୟ ମଧ୍ୟରେ ପହଞ୍ଚିଲ ପାରିବେ।

"ସାଂଘାଇ ମାଗଲେଭ ଟ୍ରେନ" ସହ ଜଡ଼ିତ ଦ୍ୱିତୀୟ ବିଶେଷତ୍ୱ ହେଉଛି ଯେ ଏହି ଟ୍ରେନ୍, ପାରମ୍ପାରିକ ଲୁହା ଚକ ସହିତ ନୁହେଁ ବରଂ ଚୁମ୍ବକୀୟ ଉତ୍ତୋଳନ (Magnetic Levitation) ସହିତ ଚାଲିଥାଏ। ସହଜ ଭାଷାରେ କହିବାକୁ ଗଲେ ଏହି ଟ୍ରେନ ଗତି କରୁଥିବା ରେଳ ଧାରଣା ଉପରେ ଏକ ଚୁମ୍ବକୀୟ ପ୍ରଭାବ ରହିଛି। ଏଭଳି ଧରଣର ଅତ୍ୟାଧିୁନିକ ରେଳଗାଡ଼଼ି ରେଳ ଧାରଣରୁ ସାମାନ୍ୟ କିଛି ଉଚ୍ଚତାରେ ରହିଥାଏ। ଚୁମ୍ବକୀୟ ପ୍ରଭାବ କାରଣରୁ ଏଭଳି ଧରଣର ରେଳ ଧାରଣା ଏଣେ ତେଣେ ଗତି କରନ୍ତି ନାହିଁ। ଏହି ଧାରଣାରେ ଟ୍ରେନ କୌଣସି ଶବ୍ଦ ନକରି ଦ୍ରୁତ ଗତିରେ ଯାତ୍ରା କରିଥାଏ।  

Also Read: Sky Train: ଭୂମି ନୁହେଁ ଆକାଶରେ ଉଡ଼ିଥାଏ ଏହି ଟ୍ରେନ, ବିନା ଭୟରେ ଲୋକ କରିଥାନ୍ତି ଯାତ୍ରା

ଏହି ମ୍ୟାଗ୍ଲେଭ୍ ଟେକ୍ନୋଲୋଜି ମୂଳତଃ ୟୁରୋପୀୟ ଦେଶ ଜର୍ମାନୀ ଦ୍ୱାରା ବିକଶିତ ହୋଇଛି। ଯାହା ଚୀନ୍ ଦ୍ୱାରା ଗ୍ରହଣ କରାଯାଇଥିଲା। ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ରେଳଯାତ୍ରୀଙ୍କୁ ଏକ ମସୃଣ ଏବଂ ଘର୍ଷଣ ମୁକ୍ତ ଯାତ୍ରାର ସୁଯୋଗ ମିଳିତାଏ। ଚୀନ୍‌ ସାଂଘାଇ ସହରରେ  ଏହି ମ୍ୟାଗ୍ଲେଭ୍ ଟ୍ରେନ୍ ବିଗତ ପ୍ରାୟ ଏକ ଦଶନ୍ଧି ଧରି ସେବା ଯୋଗାଇ ଆସୁଛି। ବର୍ତ୍ତମାନ ସମୟରେ ଚୀନ ଘଣ୍ଟା ପ୍ରତି ୬୦୦ କିଲୋମିଟର ବେଗରେ ଗତି କରୁଥିବା  ମ୍ୟାଗ୍ଲେଭ୍ ଟ୍ରେନ୍ ପ୍ରସ୍ତୁତ କରିଛି। ଯଦିଓ ରେଳଯାତ୍ରୀଙ୍କୁ ଏହି ଟ୍ରେନ ଯୋଗେ ଯାତ୍ରା କରିବାର ସୁଯୋଗ ମିଳିନାହିଁ। ସେଥିପାଇଁ ଦ୍ରୁତତମ ଟ୍ରେନ ରେକର୍ଡ଼ ଏବେ ମଧ୍ୟ "ସାଂଘାଇ ମାଗଲେଭ ଟ୍ରେନ" ନାମରେ ରହିଛି।

ଏହି ଟ୍ରେନ ହେଉଛି ପ୍ରାୟ ୧୫୩ ମିଟର ଲମ୍ବା। ଯାହାର ଉଚ୍ଚତା ହେଉଛି ପ୍ରାୟ ୪.୨ ମିଟର ଏବଂ ଚଉଡା ହେଉଛି ପ୍ରାୟ ୩.୭ ମିଟର। ଏପରି ରେଳଗାଡ଼ିରେ ଥରକେ ୫୭୪ ଜଣ ଯାତ୍ରୀ ଯାତ୍ରା କରିପାରିବେ। "ସାଂଘାଇ ମାଗଲେଭ ଟ୍ରେନ" ୩ ପ୍ରକାରର କୋଚ୍ ସହିତ ସଂଯୁକ୍ତ ରହିଛି। ଯେଉଁଥିରେ ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଏବଂ ଶେଷ ବିଭାଗ ରହିଛି। ଏହି ଟ୍ରେନ ଯୋଗେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଆଗୁଆ ଟିକେଟ ବୁକିଂ କରିବାକୁ ପଡିଥାଏ। କେବଳ ଚୀନୀ ଜନସାଧାରଣ ନୁହଁନ୍ତି ବରଂ ବିଦେଶୀ ମଧ୍ୟ ବିଶ୍ୱର ଦ୍ରୁତତମ ଟ୍ରେନ୍ ଯାତ୍ରା ଉପଭୋଗ କରିବାକୁ ଚୀନ ଆସିଥାନ୍ତି।