ଆମେରିକା-ପାକିସ୍ତାନର ବନ୍ଧୁତା ଉପରେ ଜୟଶଙ୍କରଙ୍କ 'ସର୍ଜିକାଲ ଷ୍ଟ୍ରାଇକ୍', କହିଲେ-ବୋକା ବନାନ୍ତୁ ନାହିଁ, ଜାଣିଛୁ...
Advertisement

ଆମେରିକା-ପାକିସ୍ତାନର ବନ୍ଧୁତା ଉପରେ ଜୟଶଙ୍କରଙ୍କ 'ସର୍ଜିକାଲ ଷ୍ଟ୍ରାଇକ୍', କହିଲେ-ବୋକା ବନାନ୍ତୁ ନାହିଁ, ଜାଣିଛୁ...

S Jaishankar: ଆମେରିକା ସଂସଦକୁ ଏକ ବିଜ୍ଞପ୍ତିରେ ବୈଦେଶିକ ବିଭାଗ କହିଛି ଯେ, F-16 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ ପାକିସ୍ତାନକୁ ସମ୍ଭାବ୍ୟ ବୈଦେଶିକ ସାମରିକ ବିକ୍ରୟ (FMS) କୁ ଅନୁମୋଦନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରଣାଳୟ ଯୁକ୍ତି ଦର୍ଶାଇଥିଲା ଯେ ଏହା ଇସଲାମାବାଦକୁ ବର୍ତ୍ତମାନ ଓ ଭବିଷ୍ୟତରେ ଆତଙ୍କବାଦର ବିପଦକୁ ମୁକାବିଲା କରିବାରେ ନିଜର ଦକ୍ଷତା ବଜାୟ ରଖିବାରେ ସାହାଯ୍ୟ କରିବ । 

ଆମେରିକା-ପାକିସ୍ତାନର ବନ୍ଧୁତା ଉପରେ ଜୟଶଙ୍କରଙ୍କ 'ସର୍ଜିକାଲ ଷ୍ଟ୍ରାଇକ୍', କହିଲେ-ବୋକା ବନାନ୍ତୁ ନାହିଁ, ଜାଣିଛୁ...

ୱାଶିଂଟନ: S Jaishankar: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା-ପାକିସ୍ତାନ ସମ୍ପର୍କର ମଜବୁତ ହେବା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଇସଲାମାବାଦ ସହ ୱାଶିଂଟନର ସମ୍ପର୍କ "ଆମେରିକାର ସ୍ୱାର୍ଥ" ପାଇଁ ଠିକ୍ ନୁହଁ । ରବିବାର ଭାରତୀୟ ଆମେରିକୀୟ ସମୁଦାୟ ତରଫରୁ ୱାଶିଂଟନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି କଥା କହିଛନ୍ତି । ଜୟଶଙ୍କର କହିଛନ୍ତି ଯେ, ଏହା ହେଉଛି ଏପରି ଏକ ସମ୍ପର୍କ ଯାହା ନା ପାକିସ୍ତାନକୁ ପାଇଁ ଲାଭ ହୋଇଛି ନା ଆମେରିକାକୁ କିଛି ଫାଇଦା ପହଞ୍ଚାଇଛି । ଏହି କାର୍ଯ୍ୟକ୍ରମରେ ଦର୍ଶକମାନେ ଜୟଶଙ୍କରଙ୍କୁ ପାକିସ୍ତାନ ସହ F-16 ଯୁଦ୍ଧ ବିମାନ ଉପରେ ଆମେରିକାର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ପଚାରିଥିଲେ । ଜୟଶଙ୍କର କହିଛନ୍ତି ଯେ, ଆମେରିକାକୁ ଆଜି ଏହି ପ୍ରସଙ୍ଗ ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି କି ଏହି ସମ୍ପର୍କରେ କ'ଣ ଖାସ୍ ରହିଛି ଓ ଏଥିରୁ କ’ଣ ଲାଭ ହାସିଲ ହୋଇଛି ।

ଏଠାରେ କହି ରଖୁଛୁ ଯେ, କିଛି ସପ୍ତାହ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ପାଲଟାଇ ପାକିସ୍ତାନକୁ F-16 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ ୪୫୦ ମିଲିୟନ ଡଲାର ଆର୍ଥିକ ସହାୟତା ଅନୁମୋଦନ କରିଥିଲେ । ଆମେରିକାର ନିଷ୍ପତ୍ତି ନେଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ଆମେରିକୀୟ ପ୍ରତିପକ୍ଷ ଲୋୟଡ ଅଷ୍ଟିନଙ୍କ ଆଗରେ ଚିନ୍ତା ପ୍ରକଟ କରିଥିଲେ । ଆତଙ୍କବାଦ ମୁକାବିଲା ପାଇଁ F-16 ର ରକ୍ଷଣାବେକ୍ଷଣ ପାଇଁ ପ୍ୟାକେଜକୁ ଅନୁମୋଦନ କରାଯାଇଛି ବୋଲି ଆମେରିକା ଯୁକ୍ତି ଦର୍ଶାଇଛି । 

ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ସେପ୍ଟେମ୍ବର ୭ରେ ଆମେରିକାର ବାଇଡେନ ପ୍ରଶାସନ ପାକିସ୍ତାନର ପୁରୁଣା F-16 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୪୫୦ ମିଲିୟନ ଡଲାରର ପ୍ୟାକେଜ ଅନୁମୋଦନ କରିଥିଲା । ଏ ସମ୍ପର୍କରେ ବାଇଡେନ ପ୍ରଶାସନର ଏହି ନିଷ୍ପତ୍ତି ଉପରେ ଭାରତ ଅସନ୍ତୋଷ ବ୍ୟକ୍ତ କରିଥିଲା । ଭାରତ ଦକ୍ଷିଣ ଓ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ସଚିବ ଡୋନାଲ୍ଡ ଲୁଙ୍କୁ ନିଜର ଅସନ୍ତୋଷ ବିଷୟରେ ଜଣାଇଛି । ଆମେରିକା ପାକିସ୍ତାନକୁ ଯୋଗାଇଥିବା ଏହି ସହାୟତାର ନିଷ୍ପତ୍ତିର ସମୟକୁ ନେଇ ଭାରତ ମଧ୍ୟ ପ୍ରଶ୍ନ ଉଠାଇଥିଲା । ଏହା ଦ୍ୱାରା ଭାରତ ଓ ଆମେରିକାର ସମ୍ପର୍କକୁ ବଡ଼ ଝଟକା ଲାଗିଛି ।

ଅଧିକ ପଢ଼ନ୍ତୁ:-ଋଷରେ ପୁଟିନଙ୍କ ବିରୁଦ୍ଧରେ ଜନତାଙ୍କ ବିଦ୍ରୋହ, ବର୍ତ୍ତମାନ ସାଂସଦମାନେ ମଧ୍ୟ ହେଲେ ଏକାଠି; ଜାଣନ୍ତୁ ଏହି ଅସ୍ଥିରତା ପଛରେ କ'ଣ ରହିଛି କାରଣ

ଅଧିକ ପଢ଼ନ୍ତୁ:-ଚୀନର କ୍ଷମତାରୁ ଜିନପିଙ୍ଗଙ୍କୁ ହଟାଇବା ପ୍ରାୟ ନିଶ୍ଚିତ, ବର୍ତ୍ତମାନ ଡ୍ରାଗନ ଉପରେ ରାଜ କରିବେ ଏହି ଶକ୍ତିଶାଳୀ ନେତା!

ଅଧିକ ପଢ଼ନ୍ତୁ:-ପଞ୍ଜାବ ପରେ ରାଜସ୍ଥାନ ମଧ୍ୟ ଯିବ ହାତରୁ, ହାଇକମାଣ୍ଡଙ୍କୁ ଗେହଲୋଟଙ୍କ ମନ୍ତ୍ରୀ ଦେଲେ ଚେତାବନୀ!

 

ଆମେରିକା ସଂସଦକୁ ଏକ ବିଜ୍ଞପ୍ତିରେ ବୈଦେଶିକ ବିଭାଗ କହିଛି ଯେ, F-16 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ ପାକିସ୍ତାନକୁ ସମ୍ଭାବ୍ୟ ବୈଦେଶିକ ସାମରିକ ବିକ୍ରୟ (FMS) କୁ ଅନୁମୋଦନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରଣାଳୟ ଯୁକ୍ତି ଦର୍ଶାଇଥିଲା ଯେ ଏହା ଇସଲାମାବାଦକୁ ବର୍ତ୍ତମାନ ଓ ଭବିଷ୍ୟତରେ ଆତଙ୍କବାଦର ବିପଦକୁ ମୁକାବିଲା କରିବାରେ ନିଜର ଦକ୍ଷତା ବଜାୟ ରଖିବାରେ ସାହାଯ୍ୟ କରିବ । ସେପଟେ ଆମେରିକାର ଯୁକ୍ତି ବିଷୟରେ ଜୟଶଙ୍କର କହିଛନ୍ତି ଯେ, F-16 କେଉଁଠାରେ ଓ କାହା ବିରୁଦ୍ଧରେ ବ୍ୟବହୃତ ହୁଏ ସମସ୍ତେ ଜାଣନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, 'ଆପଣ ଏପରି କଥା କହି କାହାକୁ ବୋକା ବନେଇ ପାରିବେ ନାହିଁ । ଯଦି ମୁଁ କୌଣସି ଆମେରିକୀୟ ନୀତି ନିର୍ମାତା ସହିତ କଥାବାର୍ତ୍ତା କରେ, ତେବେ ମୁଁ ତାଙ୍କୁ କହିଥାନ୍ତି, ଆପଣ କ'ଣ କରୁଛନ୍ତି । ଏଠାରେ କହି ରଖୁଛୁ ଯେ, ମିଳିତ ଜାତିସଂଘର ସାଧାରଣ ସଭାର ଅଧିବେଶନ ଶନିବାର ଶେଷ ହେବା ପରେ ଜୟଶଙ୍କର ବର୍ତ୍ତମାନ ତିନି ଦିନ ପାଇଁ ୱାଶିଂଟନରେ ରହିବେ ।